ପ୍ରେମ ପାଇଁ ଗଲା ଜୀବନ : ପ୍ରେମକୁ ସ୍ୱୀକୃତି ନମିଳିବାରୁ ଜୀବନ ହାରିଲେ ପ୍ରେମୀ ଯୁଗଳ

104

vlcsnap-2016-09-22-10h19m31s247କନକ ବ୍ୟୁରୋ : ପ୍ରେମ ପାଇଁ ଗଲା ଜୀବନ । ପ୍ରେମକୁ ସ୍ୱୀକୃତି ନମିଳିବାରୁ ଜୀବନ ହାରିଲେ ପ୍ରେମୀ ଯୁଗଳ । ଭିନ୍ନ ଭିନ୍ନ ଜାତିର ହୋଇଥିବାରୁ ପ୍ରେମକୁ ଗ୍ରହଣ କଲେନି ପରିବାର ଲୋକ । ପରସ୍ପରଠୁ ଅଲଗା ନହେବା ପାଇଁ ନିଷ୍ପତି ନେଇଥିବା ପ୍ରେମୀ ଯୁଗଳ ଶେଷରେ ଆତ୍ମହତ୍ୟା ଭଳି ଚରମ ପଂଥାକୁ ଆପଣେଇଛନ୍ତି ।

ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧିନ ଫୁଲଝର ଗାଁରେ । ହର୍ଡାବାହାଲି ଜଙ୍ଗଲ ନିକଟ ଏକ ଜମିରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଦୁଇ ଜଣ ହେଉଛନ୍ତି ଲାଠୋର ଗାଁ ତଲିପଡାର ହୃଷିକେଷ ପୁଟେଲ ଓ ଜାମଚୁଅାଁ ଗାଁର ସୁରେଖା ବାଗ ।

vlcsnap-2016-09-22-10h21m18s292ମୃତ ଦେହ ନିକଟରୁ ୨ଟି ବିଷ ବୋତଲ ଏବଂ ୩ ଟି ବ୍ଳେଡ, ୨ଟି ମୋବାଇଲ ଜବତ କରିଛି ପୁଲିସ । ଉଭୟ ପରସ୍ପରକୁ ପ୍ରେମ କରୁଥିବା ଜଣାପଡିଛି । ତେବେ ପ୍ରେମୀ ଯୁଗଳଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପ୍ରେମକୁ ସ୍ୱୀକୃତି ନମିଳିବାରୁ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପ୍ରେମୀ ଯୁଗଳଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଯାଇଛି । ଏନେଇ ଲାଠୋର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଦେଖନ୍ତୁ ଏହି ଭିଡିଓ –