ଦେଶରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା ! ସମୁଦାୟ ୧୦୦ ନମ୍ବରରୁ ଛାତ୍ର ରଖିଲେ ୧୪୮ ନମ୍ବର, ଜାଣନ୍ତୁ ପୁରା ଘଟଣା ।

53

ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଏବଂ ଅନିୟମିତତାର ଅନେକ ନଜିର ରହିଛି । ଶିକ୍ଷା ପଦ୍ଧତିରେ ଅବ୍ୟବସ୍ଥାର ଆଉ ଏକ ଚିତ୍ର ଏବେ ପଦାରେ ପଡିଛି । ଏଥର ଜଣେ ଛାତ୍ରଙ୍କୁ ନେଟ୍ ପରୀକ୍ଷାରୁ ୧୦୦ ଅଙ୍କରୁ ମୋଟ୍ ୧୪୮ ଅଙ୍କ ମିଳିଛି । କେବଳ ଏତିକି ନୁହେଁ ସମସ୍ତ ବିଷୟରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ଛାତ୍ରଜଣଙ୍କର ପରୀକ୍ଷା ଫଳକୁ ସ୍ଥଗିତ ରଖାଯାଇଛି । ତେବେ ଘଟଣାଟି ହେଉଛି ଜିୱାଜି ବିଶ୍ୱବିଦ୍ୟାଳୟ, ଗ୍ୱାଲିୟରର ।

ଶନିବାର ସନ୍ଧ୍ୟାରେ ପ୍ରଭାରୀ ସହାୟକ କୁଳସଚିବ ଏସଏସ ତେବତିଆଙ୍କ ପାଖକୁ ପିଜି ଷଷ୍ଠ ସେମିଷ୍ଟାରର ଜଣେ ଛାତ୍ର ମହେନ୍ଦ୍ର ସିଂହ ଧାକଡ ଆସିଥିଲେ । ଛାତ୍ରଜଣଙ୍କ ଅକ୍ଟୋବର ୨୦୧୬ ମସିହାରେ ହୋଇଥିବା ପ୍ରାଇଭେଟ୍ ସ୍ପେଶାଲ ଏଟିକେଟି ପରୀକ୍ଷାର ମାର୍କ ସିଟ୍ କୁଳସଚିବଙ୍କ ଆଗରେ ରଖିଥିଲେ । ଏବେ ସେ ନିଜର ସମସ୍ୟା ବିଷୟରେ ଅବଗତ କରିବା ସହ ତାଙ୍କ ପରୀକ୍ଷାଫଳ ସ୍ଥଗିତ ରଖିଯାଇଥିବା ନେଇ ଅବଗତ କରାଇଥିଲେ ।

ଏହା ପରେ କୁଳସଚିବ ତାଙ୍କ ମାର୍କ ସିଟକୁ ଭଲ ଭାବେ ଦେଖିବା ପରେ ଜାଣିବାକୁ ପାଇଥିଲ ଯେ, ଛାତ୍ରଜଣଙ୍କୁ ସୋସିଓଲୋଜି ବିଷୟରେ ୧୦୦ରୁ ୧୪୮ ନମ୍ବର ଦିଆଯାଇଛି । କେବଳ ଏତିକି ନୁହେଁ, ଛାତ୍ରଜଣଙ୍କ ଅନ୍ୟ ସମସ୍ତ ବିଷୟରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । ତେବେ ଘଟଣା ସମ୍ବନ୍ଧରେ ଜାଣିବା ପରେ ଏସଏସ ତେବତିଆ ତଦନ୍ତ ଆରମ୍ଭ କରିଦେଇଛନ୍ତି । ତେବେ ଏହି ମାମଲାରେ ଯେତେବେଳେ ବିଷୟ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଥିଲା, ସେ କହିଥିଲେ ଯେ, ଏହା କେବେହେଲେ ମଧ୍ୟ ସମ୍ଭବ ନୁହେଁ । ମାର୍କ ସିଟଟି ଯେଉଁ ସମୟର ଅଟେ, ସେତେବେଳେ ସମାଜଶାସ୍ତ୍ର ବିଷୟର କେବଳ ଗୋଟିଏ ପେପର ହିଁ ଥିଲା । ମୋଟ୍ ୮୫ ନମ୍ବରର ଏହି ବିଷୟରେ ଉତ୍ତୀର୍ଣ୍ଣ ହେବା ପାଇଁ ୨୯ ନମ୍ବରର ଆବଶ୍ୟକତା ରହିଥିଲା । ତେବେ କେଉଁ ସ୍ତରରେ ତ୍ରୁଟି ରହିଛି, ସେନେଇ ଆରମ୍ଭ ହୋଇଯାଇଛି ତଦନ୍ତ ।