ସୋଶିଆଲ ମିଡିଆ ସାଜିଲା ଅଭାବୀଙ୍କ ପାଇଁ ଦେବଦୂତ : ଅପରିଚିତ ଲୋକମାନେ ତିଆରି କଲେ ମହିଳାଙ୍କ ପାଇଁ ଘର

38

ଅଧିକାଂଶ ଲୋକ ସାଙ୍ଗ ମାନଙ୍କ ସହିତ ମଜାକିଆ ଭିଡିଓ, ଚୁଟକୁଲା, ନ୍ୟୁଜ୍ ଏବଂ ଭ୍ୟୁଜ୍ ଇତ୍ୟାଦି ସେୟାର୍ କରିବା ପାଇଁ ଫେସବୁକ୍ ଓ ହ୍ୱାଟସଆପ୍ ର ବ୍ୟବହାର କରନ୍ତି । କିନ୍ତୁ ୪୨ ବର୍ଷୀୟ ରେଣିକୁଣ୍ଟା ରମେଶ ଫେସବୁକ୍ ର ବ୍ୟବହାର ଏମିତି କାମ ପାଇଁ କଲେ ଯାହା ଜରିଆରେ ଅନେକ ଅଭାବୀଙ୍କ ପାଇଁ ବଡ ଯୋଗଦାନ ଦେଇଛନ୍ତି । ସେ ଫେସବୁକ୍ ଜରିଆରେ ଡୋନର୍ସଙ୍କ ଠାରୁ ଫଣ୍ଡ ଏକାଠି କରି ଗରୀବଙ୍କ ପାଇଁ ଘର ତିଆରି କରିବା ବ୍ୟତୀତ ଅନେକ ମାମଲା ପାଇଁ ୫୨ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ସୋଶିଆଲ ମିଡିଆରେ ରମେଶଙ୍କ ସାଙ୍ଗଙ୍କ ଜରିଆରେ ୩୪ ପରିବାରକୁ ଆର୍ଥିକ ସହାୟତା ମିଳିସାରିଛି ଏବଂ ସେ ୧୪ ଲୋକଙ୍କ ପାଇଁ ଘର ନିର୍ମାଣ କରିବାରେ ସହାୟତା କରିଛନ୍ତି ।

ସେମିତି ଏକ ତେଲେଙ୍ଗାନାର ପୁଷ୍ପା ଓ ତାଙ୍କ ଦିବ୍ୟାଙ୍ଗ ଭାଣିଜିକୁ ସହାୟତା କରି ମସିହା ପାଲିଟିଯାଇଛନ୍ତି ରମେଶ । ସେମାନଙ୍କ ପାଇଁ ଘରର ବ୍ୟବସ୍ଥା କରିଦେଇଛନ୍ତି । ପୁଷ୍ପା ଦିନ ମଜୁରିଆ ଭାବେ ତାଙ୍କ ନିଜର ଓ ୧୧ ବର୍ଷୀୟ ଭାଣିଜିର ପେଟ ପୋଷନ୍ତି । ସରକାରୀ ଯୋଜନାର ହିତାଧିକାରୀ ହୋଇଥିବା ସତ୍ୱେ ତାଙ୍କୁ କିଛି ସହାୟତା ମିଳୁନଥିଲା । ତା’ପରେ ସେ ରମେଶ ରେଣିକୁଣ୍ଟାଙ୍କ ବିଷୟରେ ଜାଣିଲେ, ଯିଏ ଫେସବୁକ୍ ଜରିଆରେ ଲୋକଙ୍କ ସହାୟତା କରନ୍ତି । ସେ କେତେକ ଲୋକଙ୍କ ଠାରୁ ଫେସବୁକ୍ ଜରିଆରେ ସହାୟତା ପାଇ ପୁଷ୍ପାଙ୍କ ପାଇଁ ଘର ତିଆରି କଲେ ।