୧୩ ବର୍ଷ ବୟସରେ ମା’ ହୋଇ ସାରିଥିଲେ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ! ଜାଣନ୍ତୁ କେବେ ଓ କିପରି ହୋଇଥିଲା ଏସବୁ

64

ଭାରତୀୟ ସିନେମାରେ ଶ୍ରୀଦେବୀ ଜଣେ ଏମିତି କଳାକାର ଯାହାକୁ ବିଗତ ସମୟରେ ଲେଡି ଅମିତାଭ ବଚ୍ଚନଙ୍କ ଉପାଧି ମଳିଥିଲା । ଶ୍ରୀଦେବୀ ତାଙ୍କ ପେଶାଦାର ଜୀବନ ଆରମ୍ଭ କରିଥିଲ ମାତ୍ର ୪ ବର୍ଷ ବୟସରୁ । ସେବେଠାରୁ ଏବେ ପର୍ଯ୍ୟନ୍ତ ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ଅନେକ ସୁପରିହିଟ ସିନେମାରେ ଅଭିନୟ କରିସାରିଛନ୍ତି ।

ଆଜି ଆମେ ଆପଣଙ୍କୁ ଶ୍ରୀଦେବୀଙ୍କ ଏମିତି ଏକ ସିନେମା ବିଷୟରେ କହିବୁ ଯାହାର ଚର୍ଚ୍ଚା ଆଜି ଯାଏ ହେଉଛି । ପ୍ରକୃତକଥା ହେଲା ୧୯୭୬ରୁ ୧୯୮୨ ମଧ୍ୟରେ ଶ୍ରୀଦେବୀ ଅନେକ ତେଲଗୁ ଓ ତାମିଲ ସିନେମାରେ ଅଭିନୟ କରିଥିଲେ, ଯେଉଁଠି ସେ ରଜନୀକାନ୍ତ ଓ କମଲ ହାସନଙ୍କ ପରି ଦକ୍ଷିଣୀ ସୁରପଷ୍ଠାରଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ।

କେବଳ ଏତିକି ନୁହଁ ମାତ୍ର ୧୩ ବର୍ଷ ବୟସରେ ଶ୍ରୀଦେବୀ ଦକ୍ଷିଣୀ ସୁପରଷ୍ଟାର ରଜନୀକାନ୍ତଙ୍କ ମା’ଙ୍କ ଭୂମିକାରେ ଅଭିନୟ କରିଥିଲେ । ତାହା ଏକ ତାମିଲ ସିନେମା ଥିଲା ଓ ଯାହାର ନାମ ହେଲା ‘ମୁନ୍ଦରୁ ମୁଦିଚୁ’ । ସେହି ସମୟରେ ରଜନୀକାନ୍ତ ଥିଲେ ଜଣେ ସୁପରଷ୍ଟାର । କିନ୍ତୁ ଯେତେବେଳ ଏହି ସିନେମା ରିଲିଜ ହୋଇଥିଲା ରଜନୀକାନ୍ତଙ୍କ ଅପେକ୍ଷା ଶ୍ରୀଦେବୀଙ୍କ ଅଭିନୟକୁ ତାରିଫ କରିଥିଲେ ଲୋକେ ।

କେବଳ ଏତିକି ନୁହଁ ଏହି ସିନେମାରେ ଲୋକପ୍ରିୟତା ପାଇବା ପରେ ଶ୍ରୀଦେବୀ ‘ଧର୍ମଯୁଦ୍ଧ’ ସିନେମାରେ ରଜନୀକାନ୍ତଙ୍କ ପ୍ରେମିକା ଭୂମିକାରେ ସେ ନଜର ଆସିଥିଲେ । ଶ୍ରୀଦେବୀ ଜଣେ ଏମିତ ଅଭିନେତ୍ରୀ ଯିଏ ସବୁ ଭୂମିକାରେ ଜୀବନ୍ତ ଅଭିନୟ କରିପାରନ୍ତି ।