ଗ୍ରାହକଙ୍କୁ ପରସା ଯାଉଛି ମଣିଷ ମାଂସ ! ଚର୍ଚ୍ଚାରେ ଲଣ୍ଡନରେ ଥିବା ଭାରତୀୟ ଭୋଜନାଳୟ ‘କରି ଟୁଇଷ୍ଟ’

36

ଏଭଳି ଏକ ସାଘାଂତିକ ଅଭିଯୋଗ ଆସିଛି ଲଣ୍ଡନରେ ଥିବା ‘କରି ଟୁଇଷ୍ଟ’ ନାମକ ଏକ ଭାରତୀୟ ରେଷ୍ଟୁରାଂଟ ନାଁରେ । ତେବେ ଏକ ଫେସବୁକ୍ ପୋଷ୍ଟରେ ଏହା ଦାବି କରାଯାଇଛି କି ଉକ୍ତ ରେଷ୍ଟୁରାଂଟରେ ଗ୍ରାହକଙ୍କୁ ମଣିଷ ମାଂସ ପରସା ଯାଉଛି ।

ମେଟ୍ରୋ ନାମକ ଏକ ୱେବସାଇଟରେ ପ୍ରକାଶିତ ଖବର ମୁତାବକ, ଫେକ୍ ନ୍ୟୁଜର ୱେବସାଇଟର ଫେସବୁକ ପେଜରେ ୟୁଜର୍ସ କିଛି ମିଛ ଖବର ମଧ୍ୟ ସେୟାର କରିପାରନ୍ତି । ଏହି ପେଜରେ କେହି ଜଣେ ଲେଖିଛି କି ‘କରି ଟୁଇଷ୍ଟ’ରେ ଗ୍ରାହକଙ୍କୁ ମଣିଷ ମାଂସ ପରସା ଯାଉଛି । ତେବେ ଏହି ପୋଷ୍ଟ ପରେ ଲୋକେ ଉକ୍ତ ରେଷ୍ଟୁରାଂଟଟିକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି ।

ଖାଲି ସେତିକି ନୁହେଁ ଏହାକୁ କେନ୍ଦ୍ରକରି ରେଷ୍ଟୁରାଂଟର ମାଲିକାଣୀ ଶିନ୍ନା ବେଗମଙ୍କୁ ମଧ୍ୟ ସ୍ଥାନୀୟ ଲୋକେ ହୋଟେଲ ବନ୍ଦ କରିବାକୁ ଧମକ ଦେଇଛନ୍ତି । ଯେଉଁଥିପାଇଁ ସେ ପୁଲିସର ସହାୟତା ନେଇଛନ୍ତି । ତେବେ ଶିନ୍ନା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି କି, ‘ଏହି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଅଟେ । ମୋତେ ଏବଂ ମୋର ରେଷ୍ଟୁରାଂଟକୁ ବଦନାମ କରିବାକୁ କେହି ଏପରି ହୀନ ପନ୍ଥା ଆପଣେଇଛି’ ।