ପୁଣି ଆକାଶ ଛୁଇଁଲା ଟମାଟୋ ଦର ! ୮୦ଟଙ୍କାରେ ପହଂଚିଲା ଟମାଟୋ ମୂଲ୍ୟ, ସାମ୍ନାକୁ ଆସିଲା ଦରବୃଦ୍ଧିର ବାସ୍ତବ କାରଣ

23

ବେଶ୍ କିଛି ବଜାରରେ ଟମାଟୋ ଦର ଆଶ୍ୱସ୍ତିକର ରହିଥିବା ବେଳେ ଏବେ ପୁଣି ଟମାଟୋ ଦର ଆକାଶ ଛୁଆଁ ହୋଇଛି । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ବଜାରରେ ଦେଖାଦେଇଛି ଟମାଟୋ ସଂକଟ । ଯାହାଦ୍ୱାରା ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ମୁସ୍କିଲ ହୋଇପଡିଛି । କାରଣ ବଜାରରେ ଟମାଟୋ ଦର ଏବେ ପୂର୍ବ ଦରକୁ ଫେରିଛି । ଅର୍ଥାତ ଟମାଟୋ ଦର ୮୦ ଟଙ୍କାରେ ପହଂଚିଛି । ଯଦିଓ ଏହି ଦର ବର୍ତ୍ତମାନ ଦିଲ୍ଲୀରେ ଦେଖାଦେଇଛି ତେବେ ଏହି ଅବସ୍ଥା ଦେଶର ବାକି ରାଜ୍ୟମାନଙ୍କରେ ବି ଦେଖାଦେଇଛି । ତେବେ ଟମାଟୋର ଦରର ଏଭଳି ସ୍ଥିତିକୁ ଏହାର ଅଭାବୀ ଉତ୍ପାଦନକୁ ଦାୟୀ କରାଯାଇଛି ।

ସୂଚନା ମୁତାବକ, ଟମାଟୋର ଉତ୍ପାଦନରେ ଅଗ୍ରଣୀ ବେଙ୍ଗାଲୁରୁରେ ବି ଟମାଟୋର ଦର ବହୁତ ଅଧିକ ରହିଛି । ଏଠାରେ ଗୋଟିଏ କିଲୋ ଟମାଟୋ ପାଇଁ ଲୋକଙ୍କୁ ୪୫ରୁ ୫୦ ଟଙ୍କା ଦେବାକୁ ପଡୁଛି । ସେହିପରି ମିଜୋରାମର ଆଇଜୋଲରେ କିଲୋ ପିଛା ଟମାଟୋ ଦର ରହିଛି ୯୫ରୁ ୧୦୦ ଟଙ୍କା । ଦିଲ୍ଲୀର ଆଜାଦପୁର ମଣ୍ଡିର ଟମାଟୋ ବ୍ୟବସାୟୀ ଆସୋସିଏସନର ଅଧ୍ୟକ୍ଷ ଅଶୋକ କୌଶିକଙ୍କ ସୂଚନା ଦେଇ କହିଛନ୍ତି କି, ଟମାଟୋର ଅଭାବୀ ଉତ୍ପାଦନ ସୃଷ୍ଟି ହୋଇଛି । ସେ କହିଛନ୍ତି କି, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବା କାରଣରୁ ଟମାଟୋ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଯାହାର ସିଧା ପ୍ରଭାବ ଟମାଟୋ ଉତ୍ପାଦନ ଉପରେ ପଡିଛି ।

କୌଶିକ ଆହୁରି ମଧ୍ୟ କହିଛନ୍ତି, ମଧ୍ୟ ପ୍ରଦେଶରେ ମଧ୍ୟ ଟମାଟୋ ଉତ୍ପାଦନ ନା ସହିତ ସମାନ । କାହିଁକି ନା ଏଠାରେ ୯୦ ପ୍ରତିଶତ ଫସଲ ନଷ୍ଟ ହୋଇଯାଇଛି । ଫଳରେ ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । ତେବେ ଏହାପରେ ବି ଚାଷୀ ପୁଣି ଥରେ ଟମାଟୋ ଚାଷ ଆରମ୍ଭ କରିଦେଇଛି ହେଲେ ଏହା ଆସିବାକୁ ବର୍ତ୍ତମାନ ଆହୁରି ୧୫ରୁ ୨୦ ଦିନର ସମୟ ଲାଗିପାରେ । ପରିବା ଏବଂ ଫଳମୂଳର ବିକ୍ରି ପାଇଁ ଏସିଆର ସବୁଠାରୁ ବଡ ମଣ୍ଡି ଆଜାଦପୁର ମଣ୍ଡିରେ ଟମାଟୋ ଦର କିଲୋ ପ୍ରତି ପାଖାପାଖି ୪୦ରୁ ୫୦ ଟଙ୍କା ରହିଛି । ଏହାପରେ ରିଟେଲ ମାର୍କେଟରେ ଏହାର ଦାମ ମଧ୍ୟ ଅଧିକ ରହିଛି । ସେହିପରି ଦିଲ୍ଲୀରେ ଯେଉଁଠି ଗତ ବର୍ଷ ଟମାଟୋ ଦର କିଲୋ ପ୍ରତି ୩୦ରୁ ୩୫ ରହିଥିଲା ଏବେ ତାହା ୭୦ରୁ ୮୦ ଟଙ୍କାରେ ପହଂଚିଛି ।