୩ ବର୍ଷର ନିରୀହ ଶିଶୁ ହେଲା ଯୌନ ଶୋଷଣର ଶିକାର ! ସ୍କୁଲର ଜଣେ କର୍ମଚାରୀ କରିଥିବା ଅଭିଯୋଗ

22

ମାତ୍ର ୩ ବର୍ଷର ନିରୀହ ଶିଶୁ ସହିତ ଯୌନ ଶୋଷଣ କରାଯାଇଥିବା ଅଭିଯୋଗ ଆସିଛି । ଆଉ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ଶିଶୁଟି ପଢୁଥିବା ସ୍କୁଲର ଜଣେ କର୍ମଚାରୀ । ଏଭଳି ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରରେ ।

ପୋଲିସର କଥା ଅନୁସାରେ, ଗତ ଶୁକ୍ରବାର ଦିନ ଏହି ଘଟଣାଟି ସାମ୍ନାକୁ ଆସିଥିଲା ଯେତେବେଳେ କୁନିଝଅଟି ନିଜ ବାପା ମାଆଙ୍କୁ ଏସଂପର୍କରେ ଜଣାଇଥିଲା । କୁନିଝିଅଟି କହିଥିଲା କି ସ୍କୁଲରେ କାମ କରୁଥିବା ଜଣେ ଯୁବକ ତାକୁ କିଛି ଖରାପ ତରିକାରେ ସ୍ପର୍ଶ କରିବା ସହ ଖରାପ ବ୍ୟବହାର ମଧ୍ୟ କରୁଛି । ଝିଅଟିର ଏପରି କଥା ଶୁଣିବା ପରେ ଶିଶୁଟିର ବାପା-ମାଆ ସ୍କୁଲରେ ପହଂଚିଥିଲେ । ତେବେ ଘଟଣା ସଂପର୍କରେ ସୂଚନା ମିଳିବା ପରେ ଅନ୍ୟ ପିଲାମାନଙ୍କ ଅଭିଭାବକମାନେ ମଧ୍ୟ ସ୍କୁଲରେ ପହଂଚିଥିଲେ । ତେବେ ଯୌନ ଶୋଷଣ ଆଶଙ୍କାରେ ଡାକ୍ତରଙ୍କ ଯାଂଚ କରାଇବାପରେ ଶିଶୁଟିର ବାପା-ମାଆ ଥାନାରେ ଯାଇ ଅଭିଯୋଗ କରିଥିଲେ ।

ତେବେ, ପୀଡିତାର ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ସ୍କୁଲର କତ୍ତୃପକ୍ଷଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା । ଯଦିଓ ମୁଖ୍ୟ ଅଭିଯୁକ୍ତ ଜଣକ ଏବେ ଫେରାର ଅଛି । ତେବେ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଏଠାରେ ଆମେ କହି ରଖୁଛୁ କି ଅଭିଯୁକ୍ତ ଜଣକ ସେହି ସ୍କୁଲର ଜଣେ କର୍ମଚାରୀ ।