ବାବାଙ୍କ ଦିୱାଲୀ ଅଫର: ମାତ୍ର ହଜାରେ ଟଙ୍କାରେ ମିଳୁଛି ୭ ହଜାର ଟଙ୍କାର ଜିନିଷ, ଶହେ ଟଙ୍କା ବଦଳରେ ପାଇବେ ୫ ଲକ୍ଷର ଇନସ୍ୟୁରାନ୍ସ କଭର

ବାବାଙ୍କ ଦେଶୀ ଜିନ୍ସରେ ରହିଛି ବିଦେଶୀ ଫିଚର୍ସ

180

ଗାରମେଂଟସ ଇଣ୍ଡଷ୍ଟ୍ରିରେ ଏଂଟ୍ରି କରିଛି ପତଂଜଳି । ବଜାରକୁ ଆସିଲା ପତଂଜଳି ଡ୍ରେସ । ନିକଟରେ ନୂଆଦିଲ୍ଲୀରେ ପତଂଜଳି ପରିଧାନ ଶୋରୁମ ଉଦଘାଟନ କରିଛନ୍ତି ଯୋଗଗୁରୁ ବାବା ରାମଦେବ । ଧନତେରାସ ଅବସରରେ ପତଂଜଳି ଗାରମେଂଟସ ବ୍ୟବସାୟ ଆରମ୍ଭ ହୋଇଛି । ଏହି ନୂଆ ସୋରୁମରେ ୩ହଜାରରୁ ଅଧିକ ପ୍ରଡକ୍ଟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ତେବେ ସବୁଠୁ ବଡ କଥା ହେଲା ଇଣ୍ଡିଆନ ଆଉଟଫିଟଠୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଆଉଟଫିଟ ସବୁକିଛି ଏହି ସୋରୁମରେ ଉପଲବ୍ଧ ହେଉଛି ।

ଖାଲି ଡ୍ରେସ ନୁହେଁ ବିଭିନ୍ନ ଆସେସରିଜ ଓ ଫ୍ୟାଶନ ଜୁଏଲରୀ ଉପଲବ୍ଧ ହେଉଛି । ସ୍ପୋଟର୍ସୱୟାର,ଏଥନିକୱୟାର,ଆସ୍ଥା ୱିମେନ୍ସୱା୍ରୟାର, ଓ ସଂସ୍କାର ମେନ୍ସୱୟାର ନାଁରେ ଭିନ୍ନ ଭିନ୍ନ ଡ୍ରେସ ରହିବ । ମେନ୍ସୱୟାରରେ ଜିନ୍ସ ମଧ୍ୟ ଉପଲବ୍ଧ ହେଉଛି । ପୁରୁଷମାନଙ୍କ ଡ୍ରେସ ବ୍ରାଣ୍ଡର ନାଁ ସଂସ୍କାର ରଖ।।ଯାଇଥିବାବେଳେ ମହିଳାମାନଙ୍କ ଡ୍ରେସର ବ୍ରାଣ୍ଡର ନାଁ ରହିଛି ଆସ୍ଥ୍ା । ଡ୍ରେସ ବ୍ୟତିତ ଜୋତା ଓ କଠୋଉ ବ୍ରିକି ମଧ୍ୟ ଆରମ୍ଭ ହୋଇଛି । ଦୀପାବଳୀକୁ ନଜରରେ ରଖି ଆଖି ଦୃଶିଆ ଅଫର ମଧ୍ୟ ଦିଆଯାଉଛି । ୨୫ ପ୍ରତିଶତ ଡିସକାଉଁଟ ରହିଛି ଗ୍ରାହକଙ୍କ ପାଇଁ । ।

ଏଠାରେ ଆମେ କହିରଖୁଛୁ କି, ଦୀପାବଳିରେ ବାବା ରାମଦେବଙ୍କ କଂପାନୀ ପତଂଜଳୀ ଗାରମେଂଟ ବଜାରରେ ପାଦ ରଖିଛି । ଆଉ ଆରମ୍ଭରୁ ହିଁ ଲୋକଙ୍କୁ ବହୁ ଆକର୍ଷଣୀୟ ଉପହାରମାନ ଭେଟି ଦେଇଛି । ତେବେ ଦୀପାବଳିରେ ଲଂଚ ହେବା ଅବସରରେ ୭ ହଜାର ଟଙ୍କାର କପଡା ବା ପୋଷାକ ୧୧୦୦ ଟଙ୍କାରେ ଦେବାକୁ ବାବା ରାମଦେବ ଘୋଷଣା କରିଛନ୍ତି ।

ଅନ୍ୟ ପକ୍ଷରେ ଆଲୋକର ପର୍ବ ଦୀପାବଳୀ ଉତ୍ସବ ଅବସରରେ ଯଦି ଆପଣ ନିଜର କୌଣସି ପ୍ରିୟ ବନ୍ଧୁଙ୍କ ପାଇଁ କୌଣସି ଉପହାର କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ପତଂଜଳୀର ସ୍ୱଦେଶୀ ସମୃଦ୍ଧି କାର୍ଡ ଆପଣଙ୍କ ପାଇଁ ଏକ ବହୁତ ଭଲ ବିକଳ୍ପ ହୋଇପାରେ । କାହିଁକି ନା ଏହି କାର୍ଡକୁ ଆପଣ ମାତ୍ର ୧୦୦ଟଙ୍କା ଦାମରେ କିଣିପାରିବେ ।  ଏହି କାର୍ଡକୁ ବାବା ରାମଦେବ ନିକଟରେ ଲଂଚ କରିଛନ୍ତି । ଏହାର ବ୍ୟବହାର କୌଣସି ବି ସାଧାରଣ ବ୍ୟକ୍ତି ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଭଳିି ହିଁ ବ୍ୟବହାର କରିପାରିବେ । ଏହି କାର୍ଡ ଜରିଆରେ ପତଂଜଳିର ପ୍ରଡକ୍ଟ କିଣିବା ଉପରେ ଗ୍ରାହକଙ୍କୁ ପାଖାପାଖି ୧୦ ପ୍ରତିଶତ କ୍ୟାସବ୍ୟାକ୍ ଅଫର ମିଳିବ । ଏଥିସହିତ ହିଁ ଯଦି କାର୍ଡଧାରକଙ୍କ ପରିବାରର କୌଣସି ସଦସ୍ୟଙ୍କର କୌଣସି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ବି ମିଳିବ ।