ସମୁଦ୍ର ଛାତିରେ ବୁଲେଟ୍ ଟ୍ରେନ୍

126

ଟ୍ରେନରେ ଯାତ୍ରା କରିବାର ଅନୁଭୁତି ନିଆରା । ହେଲେ ଏହି ଟ୍ରେନରେ ଦୂରସ୍ଥାନକୁ ଯାତ୍ରା କରିବାର ଅନୁଭୁତି ଆଉ ଟିକେ ନିଆରା । ଏବେ ଆଧୁନିକ ମଣିଷକୁ ଆବଶ୍ୟକ ସବୁ କାମକୁ ଖୁବ୍ କମ୍ ସମୟ ମଧ୍ୟରେ କରିବା । ଟ୍ରେନ୍ ଯାତ୍ରାୟତ ପାଇଁ ବେଶ କିଛି ଦିନ ଧରି ଚାଲିଥିବା ଯୋଜନା ଏବେ ଫଳବତୀ ହେବାକୁ ଯାଉଛି । ହଁ ତାହା ପୁଣି ଆମ ଦେଶ ଭାରତରେ । ଭବିଷ୍ୟତରେ ଭାରତର ଟ୍ରେନ ଯାତ୍ରୀ ଘଂଟାକୁ ଅତିକ୍ରମ କରିବେ ୩୫୦ କିଲୋମିଟର । ଯାହା ସ୍ୱପ୍ନ ପରି ଲାଗୁଥିଲେ ବି ସତ । ଆଗକୁ ଆସୁଛି ଦ୍ରୁତଗାମୀ ବୁଲେଟ୍ ଟ୍ରେନ୍ । ୨୦୨୩ ମସିହାରେ ଭାରତରେ ବୁଲେଟ୍ ଟ୍ରେନ୍ ଗଡିବାର ଯୋଜନା କରାଯାଇଛି । ଏହାଦ୍ୱାରା ଭାରତର ଭୌଗୋଳିକ ସ୍ଥିତିରେ ପରିବର୍ତନ ଆସିବା ସହ ଏହାର ସୁବିଧା ସୁଯୋଗ ପାଇପାରିବେ ସାଧାରଣ ଜନତା । ଦ୍ରୁତ ଗତିରେ ଯାଉଥିବା ଏହି ଟ୍ରେନରେ ଯାତ୍ରୀ ପାଇ ପାରିବେ ସମୁତ୍ର ଭିତରେ ଯାତ୍ରା କରିବାର ନିଆରା ଅନୁଭୁତି । ଏବେ ସମସ୍ତଙ୍କର ଅପେକ୍ଷା ଏହି ବୁଲେଟ୍ ଟ୍ରେନକୁ । ଏହାକୁ ନେଇ ସ୍ପେଶାଲ ରିପୋର୍ଟ ସମୁଦ୍ର ଛାତିରେ ବୁଲେଟ୍ ଟ୍ରେନ୍

SP-1ଟ୍ରେନ ଚଳାଚଳ କ୍ଷେତ୍ରରେ ହେବ ନୂଆ ଯୁଗର ଆରମ୍ଭ । ସମୁଦ୍ରର ଛାତି ଚିରି ଦୌଡିବ ଟ୍ରେନ୍ । ଭାରତରେ ଗଡିବ ଦ୍ରୁତତମ ବୁଲେଟ୍ ଟ୍ରେନ୍ । ହେଲେ ଏହି ବୁଲେଟ୍ ଟ୍ରେନରେ ବସିବାକୁ ହେଲେ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ୨୦୨୩ ସୁଦ୍ଧା ଭାରତରେ ଗଡିବ ବୁଲେଟ୍ ଟ୍ରେନ୍ । ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ କହିବା ଅନୁଯାୟୀ ଭାରତର ଏହି ପ୍ରଥମ ବୁଲେଟ୍ ଟ୍ରେନ୍ ଭାରତୀୟଙ୍କୁ ଦେବ ନିଆରା ଅନୁଭୁତି । ଖୁବ୍ ଦ୍ରୁତ ଗତିରେ ଚାଲୁଥିବା ଏହି ବୁଲେଟ୍ ଟ୍ରେନ୍ ମୁମ୍ବାଇ ଓ ଅହମଦାବାଦ ମଧ୍ୟରେ ଥିବା ୫୦୮ କିଲୋମିଟର ରାସ୍ତାକୁ ମାତ୍ର ଦୁଇ ଘଂଟାରେ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।ଏଇଠି ଅନୁମାନ କରାଯାଇ ପାରେ ଏହି ଟ୍ରେନର ଗତି ସାଧାରଣ ଟ୍ରେନର ଗତିଠାରୁ କେତେ ଅଧିକ । ବିଜୁଳି ବେଗରେ ଯାଉଥିବା ଏହି ବୁଲେଟ ଟ୍ରେନରେ ସାମାନ୍ୟ ଗତି ଘଂଟାକୁ ୩୨୦ କିଲୋମିଟର ପ୍ରତି ଘଂଟା ରହିବ । ଏହାର ସର୍ବାଧିକ ଗତି ଘଂଟାକୁ ୩୫୦ କିଲୋମିଟର ରହିବ । ଅର୍ଥାତ୍ ଆଖି ପିଛୁଳାକେ ଆପଣ ପହଂଚିବେ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ।

shutterstock_150647288_650ସାଧାରଣ ବୁଲେଟ୍ ଟ୍ରେନର ଯାତ୍ରାଠାରୁ ଏହାର ଯାତ୍ରା ଟିକେ ଭିନ୍ନ । ଏହି ବୁଲେଟ ଟ୍ରେନରେ ଯାତ୍ରା କରିବାର ଏକ ଭିନ୍ନ ଅନୁଭୁତି ସାଉଁଟିବେ ଯାତ୍ରୀ । ଏହି ବୁଲେଟ ଟ୍ରେନଟି ମୁମ୍ବାଇ ଓ ଅହମଦାବାଦ ଯାତ୍ରା କରିବା ସମୟରେ ସମୁଦ୍ର ତଳେ ତଳେ ଯାତ୍ରା କରିବ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ୫୦୮ କିଲୋମିଟର ଲମ୍ବ ମୁମ୍ବାଇ – ଅହମଦାବାଦ ହାଇ ସ୍ପିଡ ଟ୍ରେନ୍ ଥାନେ ଠାରେ ସମୁଦ୍ର ତଳେ ତଳେ ୨୧ କିଲୋମିଟର ସୁଡଙ୍ଗ ମଧ୍ୟ ଦେଇ ଯାତ୍ରା କରିବ । ଏହି ସମୟରେ ଯାତ୍ରୀ ସମୁଦ୍ର ଭିତରର ରୋମାଂଚକୁ ସାଇତି ରଖିବାକୁ ଚେଷ୍ଟା କରିବ । ଏହି ପ୍ରୋଜେକ୍ଟ ପାଇଁ ପାଖାପାଖି ୯୭,୬୩୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଯାହାର ୮୧ ପ୍ରତିଶତ ଋଣ ଆକାରରେ ଜାପାନ ସରକାର ସହାୟତା ଦେବେ । ଏହି ଋଣ ପାଇଁ ଚଳିବ ବର୍ଷ ଶେଷସୁଦ୍ଧା ସବୁ ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଉଥିବା ବେଳେ ୨୦୧୮ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଯାତ୍ରୀ ଏବେ ଅପେକ୍ଷା କରିବେ ୨୦୨୩ ମସିହାକୁ ।

e7-shinkansen-bullet-trains.jpg.image.784.410ଅକ୍ଟୋବର ୧ ତାରିଖ ୧୯୬୪ ମସିହା । ପ୍ରଥମ ଥର ପାଇଁ ଜାପାନରେ ଗଡିଥିଲା ବିଶ୍ୱର ହାଇ ସ୍ପିଡ୍ ଟ୍ରେନ୍ । ଯାହା ପରିଚିତ ହେଲା ବୁଲେଟ ଟ୍ରେନ୍ ଭାବେ । ଅନେକ ସମସ୍ୟା ଭିତରେ ଗଡିଥିଲା ଏହି ବୁଲେଟ୍ ଟ୍ରେନ୍ । ୱାର୍ଲଡ ବ୍ୟାଙ୍କରୁ ପ୍ରାୟ ୮୦ ମିଲିୟନ୍ ଡଲାର ଋଣରେ ତିଆରି ହୋଇଥିଲା ଏହି ପ୍ରୋଜେକ୍ଟ । ଏହାପରେ ବିଶ୍ୱ ମାନଚିତ୍ରରେ ବଦଳିଗଲା ଜାପାନର ଭୌଗୋଳିକ ସ୍ଥିତି ଓ ପରିଚିତି । ସିଙ୍କାନସେନ୍ ନାମକ ଏହି ବୁଲେଟ୍ ଟ୍ରେନ୍ ସେତେବେଳେ ଆଧୁନିକ ଜାପାନର ପରିଚୟ ଦେଲା । ପ୍ରଥମ ପର୍ଯ୍ୟାୟରେ ବୁଲେଟ୍ ଟ୍ରେନର ଗତିଥିଲା ଘଂଟାକୁ ୨୦୦ କିଲୋମିଟର । ଟୋକିଓ ଓ ଓସାକା ମଧ୍ୟରେ ସାଧାରଣ ଟ୍ରେନ୍ ଯେଉଁ ସମୟ ଲାଗୁଥିଲା ତା’ଠାରୁ ଖୁବ୍ ସମୟ ବ୍ୟବଧାନରେ ପହଂଚୁଥିଲା ଏହି ବୁଲେଟ୍ ଟ୍ରେନ୍ । ଏହି ଦୂରତାକୁ ସାଧାରଣ ଟ୍ରେନରେ ପାଖାପାଖି ୬ ଘଂଟା ଲାଗୁଥିବା ବେଳେ ବୁଲେଟ୍ ଟ୍ରେନରେ ଏହାର ଅଧା ସମୟ ଅର୍ଥାତ୍ ୩ ଘଂଟା ୧୦ ମିନିଟ ଲାଗୁଥିଲା । ଦିନକୁ ଦିନ ପରିବର୍ତନ ହୋଇ ଏବେ ବୁଲେଟ୍ ଟ୍ରେନ୍ ଘଂଟାକୁ ଦୌଡିଲାଣି ୩୫୦ କିଲୋମିଟର । ଜାପାନର ପ୍ରଥମ ବୁଲେଟ ଟ୍ରେନ୍ ଆଗରୁ ମାତ୍ର ୩୨୦ କିଲୋମିଟର ଦେଇ ଯା’ଆସ କରୁଥିବା ସମୟରେ ଏବେ ଏହା ୧୪୮୭ କିଲୋମିଟର ଅତିକ୍ରମ କରୁଛି । ଏହି ବୁଲେଟ୍ ଟ୍ରେନ୍ ପ୍ରଥମେ ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ସମୟରେ ଖାଲି ଜାପାନ କାହିଁକି ଏବେ ଅନେକ ବିକାଶଶୀଳ ଦେଶରେ ଦେଖିବାକୁ ମିଳୁଛି ଏହି ବୁଲେଟ୍ ଟ୍ରେନ୍ । ଯାହା ନିତିଦିନ ଯାତାୟତ କରୁଥିବା ଯାତ୍ରୀ ମାନଙ୍କ ପାଇଁ ବେଶ ସୁବିଧା ଯୋଗାଇ ଦେଉଛି । ଖୁବ୍ କମ୍ ସମୟ ମଧ୍ୟରେ ଯାତ୍ରୀ ପହଂଚିଯାଉଛି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନରେ ।

Indias-First-Bullet-Train-Will-Dive-Under-The-Sea-news-on-huntବିଜ୍ଞାନର ଅଗ୍ରଗତି ସହ ମଣିଷ ବି ତାଳ ଦେଇ ଆଗେଇ ଚାଲିଛି । ସବୁ କ୍ଷେତ୍ରରେ ସବୁ କାମକୁ ଖୁବ୍ କମ୍ ସମୟ ମଧ୍ୟରେ କରିବାକୁ ଚାହୁଁଛି ଏହି ଆଧୁନିକ ମଣିଷ । ଏ ଦିଗରେ ତା’ପାଇଁ ସାହାଯ୍ୟର ହାତ ବଢାଇଛି ବୁଲେଟ୍ ଟ୍ରେନ୍ । ସବୁ ବିକାଶଶୀଳ ଦେଶ ମାନଙ୍କ ସହ ଏବେ ସମକକ୍ଷ ହେବାକୁ ଯାଉଛି ଭାରତ । ଆଗାମୀ ଦିନରେ ଭାରତରେ ଗଡିବ ବୁଲେଟ୍ ଟ୍ରେନ୍ । ତେବେ ଯାତ୍ରୀ ମାନଙ୍କୁ ଏଥିପାଇଁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ ପଡିବ । ବିଶ୍ୱର ପ୍ରଥମ ବୁଲେଟ୍ ଟ୍ରେନ୍ ଦେଶ ଭାବେ ପରିଚିତ ଜାପାନ ଏଥିରେ ସହଯୋଗ କରିବ ଭାରତକୁ । ଭାରତ ତା ବିକାଶ ପଥରେ ଯୋଡିବ ଆଉ ଏକ ଇତିହାସ ।