ଏଠାରେ କରାନ୍ତୁ ଜିଓର ରିଚାର୍ଜ ! ୨୧୦ ଟଙ୍କାରେ ମିଳୁଛି ୩୦୯ ଟଙ୍କିଆ ପ୍ଲାନ

35

ବର୍ତ୍ତମାନ ଯେମିତି ଆରମ୍ଭ ହୋଇଛି ଜିଓ ରିଚାର୍ଜ କରିବାର ପାର୍ବଣର ଋତୁ । ଟେଲିକମ୍ ଜଗତରେ କ୍ରାନ୍ତୀକାରୀ ପରିସ୍ଥିତି ସୃଷ୍ଟି କରିଥିବା ରିଲାଏନ୍ସ ଜିଓର ‘ଧନ ଧନା ଧନ’ ଏବଂ ‘ସମର ସରପ୍ରାଇଜ’ ପ୍ଲାନ୍ ଏବେ ଶେଷ ହେବାକୁ ବସିଛି । ଇତି ମଧ୍ୟରେ ବିଭିନ୍ନ କଂପାନୀ ତଥା ପେଟିଏମ୍, ଫୋନପେ ଏବଂ ଆମାଜନରେ ଜିଓ ରିଚାର୍ଜକୁ ନେଇ କ୍ୟାସବ୍ୟାକ୍ ଆଫରମାନ ମିଳିବାରେ ଲାଗିଛି । ଯେଉଁଥିରେ କି ୩୦୯ ଟଙ୍କିଆ ରିଚାର୍ଜ ପ୍ଲାନ ୨୧୦ ଟଙ୍କାରେ ଉପଲବ୍ଧ । ତେବେ ଆସନ୍ତୁ ଜାଣିବା ଜିଓର ରିଚାର୍ଜ ଉପରେ ସବୁଠାରୁ ଅଧିକ କ୍ୟାସବ୍ୟାକ୍ କେଉଁଠାରେ ଉପଲବ୍ଧ ।

ଫୋନପେ

ଡିଜିଟାଲ ୱାଲେଟ୍ ଫୋନପେ ମିଳିତ ରୂପେ ରିଲାଏନ୍ସ ଜିଓ ସହ ଏକ ଅଫର ଉପସ୍ଥାପନ କରିଛି । ଯାହାଦ୍ୱାରା ଗ୍ରାହକଙ୍କୁ ୭୫ ଟଙ୍କାର ଫ୍ଲାଟ୍ କ୍ୟାସବ୍ୟାକ୍ ଦିଆଯିବ । ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ କମ୍ପାନୀ ତରଫରୁ ମିଳୁଥିବା ୭୫ ଟଙ୍କାର କ୍ୟାସବ୍ୟାକ୍ ସହ ରହିଛି କିଛି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ।

ଯଦି ଆପଣ ଫୋନପେ ଆପ୍ ଜରିଆରେ ଜିଓର ପ୍ରିପ୍ରେଡ଼ ରିଚାର୍ଜ ଉପରେ ୫୦ ଟଙ୍କାର କ୍ୟାସବ୍ୟାକ ନେଇସାରିଛନ୍ତି, ତେବେ ଏହି ଅଫର ଆପଣଙ୍କ ପାଇଁ ନୁହଁ । ଯେଉଁମାନେ ୨୧ ଜୁଲାଇ ଅଗଷ୍ଟ ମଧ୍ୟରେ ରିଚାର୍ଜ କରାଇଛନ୍ତି, ସେହିମାନେ ହିଁ ଏହି ସୁଯୋଗର ଲାଭ ଉଠାଇ ପାରିବେ । ଏହି ଅଫରର ଆରମ୍ଭ ୧୪ ଅଗଷ୍ଟ ରାତି ୧୨ ଠାରୁ ଆରମ୍ଭ ହେବ ଓ ୨୧ ଅଗଷ୍ଟ ରାତି ୧୧ ଟା ୫୯ ମିନିଟ ପର୍ୟ୍ୟନ୍ତ ରହିବ । ଏହି ଅଫର ଆଇଓଏସ୍ ଓ ଆଣ୍ଡ୍ରଏଡ଼ ଉଭୟ ଡିଭାଇସରେ ଉପଲବ୍ଧ ହେବ । ୭୫ ଟଙ୍କାର କ୍ୟାସବ୍ୟାକ୍ ନେବା ପାଇଁ ଗ୍ରାହକଙ୍କୁ ଅତି କମରେ ୩୦୦ ଟଙ୍କାର ରିଚାର୍ଜ କରାଇବା ପାଇଁ ପଡ଼ିବ । କ୍ୟାସବ୍ୟାକର ବ୍ୟବହାର ରିଚାର୍ଜ କରାଇବା କିମ୍ବା ପେମେଂଟ ମାଧ୍ୟମରେ ହେବ । ବ୍ୟାଙ୍କ ଆକାଉଣ୍ଟକୁ ଏହି କ୍ୟାସବ୍ୟାକ ଟଙ୍କା ଟ୍ରାନ୍ସଫର ହୋଇପାରିବ ନାହିଁ ।

ଆମାଜନପେ

ଫୋନପେ ପରେ ଆମାଜନପେରେ ମଧ୍ୟ ଆପଣଙ୍କୁ ଜିଓ ରିଚାର୍ଜ ଉପରେ ୯୯ ଟଙ୍କାର କ୍ୟାସବ୍ୟାକ୍ ମିଳୁଛି । ଏଥିପାଇଁ ଆପଣଙ୍କୁ ୩୦୯ କିମ୍ବା ଏହାଠାରୁ ଅଧିକ ଟଙ୍କା ରିଚାର୍ଜ କରିପାରିବେ । ଏହି ଅଫର ୧୪ ଅଗଷ୍ଟରୁ ୧୯ ଅଗଷ୍ଟ ଯାଏଁ ରହିଛି । ତେବେ ଏ ସଂପର୍କିତ ଅଧିକ ସୂଚନା ପାଇଁ ଆପଣ ଆମାଜନର ୱେବାସାଇଟକୁ ଭିଜିଟ୍ କରନ୍ତୁ ।

ପେଟିଏମ୍

ପେଟିଏମ କଥା କହିଲେ, ପେଟିଏମ ସାଧାରଣତଃ କ୍ୟାସବ୍ୟାକ୍ ନାମରେ ଜଣାଶୁଣା । ଏଥରକ ମଧ୍ୟ ପେଟିଏମ ଜିଓ ରିଚାର୍ଜ ଉପରେ ୭୬ ଟଙ୍କାର କ୍ୟାସବ୍ୟାକ୍ ଦେଉଥିଲା କିନ୍ତୁ ବର୍ତ୍ତମାନ ଏହି ଅଫରଟି ଶେଷ ହୋଇଛି । ଏବେ ଆପଣଙ୍କୁ ମାତ୍ର ୧୫ ଟଙ୍କାର ହିଁ କ୍ୟାସବ୍ୟାକ୍ ମିଳିବ । ଏଥିପାଇଁ ଆପଣଙ୍କୁ ପେଟିଏମଜିଓ ପ୍ରୋମୋକାର୍ଡ ବ୍ୟବହାର କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ୩୦୦ ଟଙ୍କାରୁ ଅଧିକ ରିଚାର୍ଜ କରିବାକୁ ପଡିବ । ରିଚାର୍ଜ କରିବାର ମାତ୍ର କିଛି ସମୟ ପରେ ହିଁ ଆପଣଙ୍କୁ କ୍ୟାସବ୍ୟାକ୍ ମିଳିଯିବ ।

ସୌଜନ୍ୟ: ଅମର ଉଜାଲା