ଟଙ୍କା ନଥିଲା ପାଖରେ,ବାପାଙ୍କ ପାଇଜାମା ପିନ୍ଧି କ୍ରିକେଟ୍ ମୈଦାନକୁ ଓହ୍ଲାଇପଡିଥିଲେ ଏହି ଖେଳାଳୀ । ସାକ୍ଷାତକାରରେ ସାମ୍ବାଦିକଙ୍କୁ କହିଲେ ଚାକିରି ଅଛି ଯଦି କୁହନ୍ତୁ

368

ମଙ୍ଗଳବାର ଦିନ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ଜଣେ ଏଭଳି ଖେଳାଳୀ କର୍ଣ୍ଣାଟକ ବିପକ୍ଷରେ ରାଜସ୍ଥାନ ତରଫରୁ ବୋଲିଂ ଆଟାକର ନେତୃତ୍ୱ କରୁଛନ୍ତି , ଯିଏ କି ବହୁତ ଠୋକ୍କର ଖାଇ ଆଜି ଏହି ଶୀର୍ଷରେ ପହଂଚିଛନ୍ତି । ଗରିବୀର ଏଭଳି ସୀମାରେଖା ତଳେ ସେ ଥିଲେ ଯେ, ପ୍ରଥମ ପ୍ରାକ୍ଟିସ ମ୍ୟାଚରେ ଖେଳିବା ପାଇଁ ତାଙ୍କ ନିକଟରେ ପୋଷାକ କିଣିବାକୁ ବି ଟଙ୍କାଟିଏ ନଥିଲା । କିନ୍ତୁ ତାଙ୍କର ଥିବା ପ୍ରତିଭା ଏବଂ କିଛି କରିଦେଖାଇବାର ଦୃଢ ଇଚ୍ଛାଶକ୍ତିର କୌଣସି କମି ନଥିଲା । ବାପାଙ୍କର ପାଇଜାମା ପିନ୍ଧି ସେ କ୍ରିକେଟ୍ ମୈଦାନକୁ ଓହ୍ଲାଇଥିଲେ ।

ତେବେ ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଖେଳାଳି ଖୁବ୍ ହସିଥିଲେ, କିନ୍ତୁ କ୍ରିକେଟ୍ ପଡିଆରେ ତାଙ୍କର ଦମଦାର ପ୍ରଦର୍ଶନକୁ ଦେଖି ସମସ୍ତଙ୍କ ମୁହଁ ବନ୍ଦ ହୋଇଯାଇଥିଲା । ଏଥିରେ ସେ ସିଲେକ୍ଟ ହେଲେ ଆଉ ସେବେଠାରୁ ତାଙ୍କର କ୍ରିକେଟର ଯାତ୍ରା ଜାରି ରହିଛି । କିନ୍ତୁ ତାଙ୍କର ଏହାପୂର୍ବର ଜୀବନ ଅତ୍ୟନ୍ତ ଦୁର୍ବିସହ ଥିଲା । ଟଙ୍କା ରୋଜଗାର କରିବା ପାଇଁ ପ୍ରତିଦିନ ତାଙ୍କୁ ଗ୍ୟାରେଜରେ କାମ କରିବାକୁ ପଡୁଥିଲା, ଘର ଘର ବୁଲି ପେପର ବିକୁଥିଲେ , ଏପରିକି ବସ୍ ଭଡା ଦେବାକୁ ତାଙ୍କ ପାଖରେ ସେତିକି ସାମର୍ଥ ନଥିଲା ତେଣୁ ସେ ବସ୍ ଛାତରେ ବସି ମ୍ୟାଚ ଖେଳିବାକୁ ଯାଉଥିଲେ ।

କିନ୍ତୁ ତାଙ୍କର ଜୋସ୍ , ପ୍ରତିଭା ଏବଂ ଜୁନୁନ ଗରିବୀକୁ ମାତ ଦେଇଥିଲା । ଆଉ ଏହି କ୍ରିକେଟର ହେଉଛନ୍ତି ରାଜସ୍ଥାନ ରଣଜୀ ଟିମର ବାମହାତୀ ଦ୍ରୁତ ବୋଲର ତନବୀର ଉଲ ହକ୍ (୨୭) । ତନବୀର ରଣଜୀ ଟ୍ରଫି ଟୁର୍ଣ୍ଣାମେଂଟରେ ଏଯାବତ୍ ୪୭ଟି ଓି୍ୱକେଟ୍ ନିଜ ନାଁରେ ଅକ୍ତିଆର କରିସାରିଛନ୍ତି । ବୋଲିଂ ଆଟାକରେ ସେ ଆଜିର ଦିନରେ ଟିମର ଜଣେ ଅଗ୍ରଣୀ ବୋଲର ଅଟନ୍ତି ।