ବେରୋଜଗାରୀଙ୍କ ପାଇଁ ଖୁସି ଖବର: ପତଂଜଳିରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୧୦ମ ପାସଙ୍କୁ ବି ମିଳିବ ସୁଯୋଗ, ଆଶାୟୀପ୍ରାର୍ଥୀ ଏଭଳି କରନ୍ତୁ ଆବେଦନ

45

ପତଂଜଳୀରେ ଚାକିରୀ ପାଇଁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ପତଂଜଳିରେ ନିôଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ବାବା ରାମଦେବଙ୍କ ପତଂଜଳୀ କଂପାନୀରେ ସେଲସମ୍ୟାନ ପୋଷ୍ଟ ପାଇଁ ୫୦୦୦୦ଟି ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥିପାଇଁ ୧୦ମ, ଦ୍ୱାଦଶ , ଗ୍ରାଜୁଏସ , ପୋଷ୍ଟ ଗ୍ରାଜୁଏଟ ଆଶାୟୀପ୍ରାର୍ଥୀ ଆବେଦନ କରିପାରିବେ ।

ଯୋଗଗୁରୁ ବାବା ରାମଦେବଙ୍କ କଂପାନୀ ପତଂଜଳି ସାରା ଦେଶରେ ଯୁବାଙ୍କ ପାଇଁ ୫୦ ହଜାର ଚାକିରି ଯୋଗାଇ ଦେବାକୁ ଯାଉଛି । ବିଭିନ୍ନ କ୍ଷେତ୍ରରେ ନିଜ ବ୍ୟବସାୟକୁ ବଢାଇବା ପାଇଁ ପତଂଜଳି ଦେଶର ସମସ୍ତ ଜିଲ୍ଲାରେ ସେଲ୍ସମ୍ୟାନଙ୍କୁ ହାୟର କରିବାକୁ ଯାଉଛି । ଯେଉଁ ଆଶାୟୀ ପ୍ରାର୍ଥୀ ପତଂଜଳି ଆୟୁର୍ବେଦ ଲିମିଟେଡରେ ସେଲସମ୍ୟାନ ପଦବୀରେ ଚାକିରୀ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୂବର୍ଣ୍ଣସୁଯୋଗ । ଇଚ୍ଛୁକ ଆଶାୟୀପ୍ରାର୍ଥୀ ଚାକିରୀ ପାଇଁ ଆବେଦନ କରିପାରିବେ ।

ବିଭାଗ: ପତଂଜଳୀ ଆୟୁର୍ବେଦ ଲିମିଟେଡ

ଶିକ୍ଷାଗତ ଯୋଗ୍ୟତା: ୧୦ମ, ଦ୍ୱାଦଶ, ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏଟ

ରାଷ୍ଟ୍ରୀୟ: ଭାରତୀୟ

ପଦବୀ ସଂଖ୍ୟା: ୫୦୦୦୦

ପଦବୀ ନାମ: ସେଲ୍ସମ୍ୟାନ

ଦରମା: ଆଶାୟୀପ୍ରାର୍ଥୀଙ୍କ ଯୋଗ୍ୟତା ଅନୁସାରେ ଦରମା ସ୍ଥିର କରାଯିବ ।

ବୟସ ସୀମା: ୧୮ରୁ ୩୫ ବର୍ଷ

ଚୟନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀଙ୍କୁ ତାଙ୍କ ଯୋଗ୍ୟତା ଅନୁସାରେ ଚୟନ କରାଯିବ ।

ଆବେଦନ କରିବାର ଶେଷ ଅବଧି: ଏଯାବତ୍ ସ୍ଥିର କରାଯାଇନାହିଁ ।

କିଭଳି କରିବେ ଆବେଦନ:ଏହି ନି ଯୁକ୍ତିରେ ଯୋଗ୍ୟ ଏବଂ ଇଚ୍ଛୁକ ଆଶାୟୀପ୍ରାର୍ଥୀ ଏହାର ଆଧିକାରୀକ େଓବସାଇଟ୍ http://patanjaliayurved.org/ ଜରିଆରେ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପରେ ଏହାର ଏକ ପ୍ରିଂଟ କପି ପାଖରେ ନିଶ୍ଚୟ ରଖନ୍ତୁ , ଯାହାକି ପରବର୍ତ୍ତି ସମୟରେ କାମରେ ଆସିବ ।

ଏଠାରେ ଆମେ କହି ରଖୁଛୁ କି, ଏଫଏମସିଜି ସେକ୍ଟରରେ ହଇଚଇ ସୃଷ୍ଟି କରିବା ପରେ ବାବା ରାମଦେବ ଏବେ ଅନ୍ୟ କ୍ଷେତ୍ରଗୁଡିକରେ ମଧ୍ୟ ନିଜର ଦବଦବା ଜାହିର କରିବାକୁ ଚାହୁଁଛନ୍ତି । ବ୍ୟବସାୟରେ ପତଂଜଳି ପରିଧାନ ଏବଂ ଟେକ୍ନୋଲଜି କ୍ଷେତ୍ରରେ ହ୍ୱାଟସଆପକୁ ଟକ୍କର ଦେବାପାଇଁ କିମ୍ଭୋ ଆପ ଲଂଚ କରିବାକୁ ମଧ୍ୟ ଯୋଜନା ଜାରି ରଖିଛନ୍ତି ।