ବ୍ୟାଙ୍କରୁ ଟଙ୍କା ଉଠାଇବାରେ ହେଲା ସମସ୍ୟା : ପରୀକ୍ଷା ଫି’ନଦେଇପାରିବାରୁ ଯୁବକଙ୍କ ଆତ୍ମହତ୍ୟା

39

dc-cover-kun8pocvj07fs1ofod5104qg34-20161120022654-mediବାନ୍ଦାରେ ଘଟିଛି ଏକ ଦୁଃଖଦ ଘଟଣା । ଜଣେ ୧୮ ବର୍ଷୀୟ କଲେଜ ଛାତ୍ର କରିଛନ୍ତି ଆତ୍ମହତ୍ୟା । ଯାହାକୁ ନେଇ ସଂପୃକ୍ତ ଅଂଚଳରେ ଖେଳିଯାଇଛି ଶୋକର ଛାୟା । ବ୍ୟାଙ୍କରୁ ଟଙ୍କା ଉଠାଇ ଦେଇଥାନ୍ତେ ପରୀକ୍ଷା ଫି’। କିନ୍ତୁ ଏଥିରେ ମର୍ମାହତ ହୋଇ ଏହି ଯୁବକ ଜଣକ ବାଛିନେଲେ ଆତ୍ମହତ୍ୟାର ବାଟ ।

ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ନାଁ ସୁରେଶ । ପଂଚନେହି ଡିଗ୍ରୀ କଲେଜରେ ଯୁକ୍ତ ୩ ବିଜ୍ଞାନର ୨ୟ ବର୍ଷର ଛାତ୍ର ଥିଲେ ସୁରେଶ । କଲେଜରେ ପରୀକ୍ଷା ଫି’ ଦେଇଥାନ୍ତେ ସେ । ଏଥିପାଇଁ ଗତ କିଛି ଦିନ ଧରି ସେ ଧାଡିରେ ଠିଆ ହୋଇ ମଧ୍ୟ ଭିଡ ଯୋଗୁଁ ଟଙ୍କା ବ୍ୟାଙ୍କରୁ ଉଠାଇପାରିନଥିଲେ ।

45558-xdajhvlott-1479300902ଗତ ମଙ୍ଗଳବାର ଦିନ ଶେଷ ଚେଷ୍ଟା କରି ମନ ଦୁଃଖରେ ଘରକୁ ଫେରିଥିଲେ । ବୁଧବାର ଦିନ କଲେଜରେ ପରୀକ୍ଷା ଫି’ଦେଇଥାନ୍ତେ । ବାରମ୍ବାର ଏଥିରେ ଅସଫଳ ହେବାରୁ ମନରେ ଆସିଗଲା ବିରକ୍ତି ଭାବ । ଏପଟେ ପରୀକ୍ଷା ଫି’ନଦେଇପାରିବାର ଦୁଃଖ । ଘରକୁ ଫେରି ସୁରେଶ ନିଜ ମା’ଙ୍କର ଶାଢି ଦ୍ୱାରା ଘରର ସିଲିଂରେ କରିଥିଲେ ଆତ୍ମହତ୍ୟା ।

ଏଥିପାଇଁ ପୁଲିସରେ ଏତଲା ଦିଆଯାଇଛି । ସୁରେଶଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଗାଁର ଲୋକମାନେ ସେହି ବ୍ୟାଙ୍କ ଉପରକୁ ଟେକା ପଥର ପକାଇଛନ୍ତି ।

ଏହାସହ ମଧ୍ୟ ଦେଖନ୍ତୁ- ଚର୍ଚ୍ଚାରେ ଆଇଏଏସ୍ ଟପ୍ପର ଟିନା ଡାବିଙ୍କ ଲଭ ଷ୍ଟୋରୀ : ସେକେଣ୍ଡ ଟପ୍ପରଙ୍କୁ କରିବେ ବିବାହ