ବ୍ୟକ୍ତିଙ୍କ ଅଜବ ବିବାହ ସଉକ୍ ! ବୟସ ୫୮ ଓ ୧୨୦ଜଣ ସ୍ତ୍ରୀ , ୨୮ଟି ପିଲାର ବାପା

159

ଥାଇଲାଣ୍ଡ : ଆପଣ କୈାଣସି ଗପ କି ପୁରାଣ ବସ୍ତୁ ବସ୍ତୁରୁ ଶୁଣିଥିବେ ଓ ପଢିଥିବେ ରାଜା ମହାରାଜାଙ୍କ ଏକାଧିକ ରାଣୀ ଥିବା କଥା । ହେଲେ ଏ ଯୁଗରେ ଏମିତି ବହୁପତ୍ନୀ କରିଥିବା ବ୍ୟକ୍ତି ଥିବେ ଜାଣିବେ ଆଶ୍ଚର୍ଯ୍ୟ ହେବେ । ହେଲେ ଏକଥା ସତ । ନବଭାରତ ଟାଇମ୍ସରେ ପ୍ରକାଶିତ ଏ ଖବର ଏବେ ଚର୍ଚ୍ଚାରେ ।

thailandଥାଇଲାଣ୍ଡରେ ଏମିତି ତ ବହୁ ବିବାହ ପ୍ରଥାର ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଏଠାରେ ଜଣେ ବ୍ୟକ୍ତିଙ୍କ ୧୨୦ଜଣ ପତ୍ନୀ ଓ ୨୮ ଜଣ ପିଲା ଅଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ଯେ ଏହି ମହିଳାମାନେ ପରସ୍ପରକୁ ମଧ୍ୟ ଜାଣିଛନ୍ତି । ଏବଂ ସେମାନଙ୍କ ଭିତରେ କୈାଣସି କଳହ କି ସମସ୍ୟା ନାହିଁ ଏହାକୁ ନେଇ । ତମ୍ବନ ପ୍ରିଜର୍ଭ ନାମକ ଏହି ବ୍ୟକ୍ତି ଥାଇଲାଣ୍ଡର ନୋନ ନାୟୋକ ପ୍ରାନ୍ତର ପ୍ରାମନି ଜିଲ୍ଲା ପ୍ରମୁଖ ଅଟନ୍ତି । ଯାହା ରାଜଧାନୀ ବ୍ୟାଙ୍କକ ଠାରୁ ପାଖାପାଖି ୯୦ କିଲୋମିଟର ଦୂରରେ ଅବସ୍ଥିତ । ସ୍ଥାନୀୟ ମିଡିଆରେ ଏଖବର ପ୍ରକାଶିତ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ବ୍ୟକ୍ତି । ଆଉ ମାନିଥିଲେ ଯେ ସେ ଅବୈଧ ଭାବେ ୧୦୦ରୁ ଅଧିକ ବିବାହ କରିଛନ୍ତି ।

୫୮ବର୍ଷିୟ ଏହି ସ୍ଥାନୀୟ ନେତା ଏକ କନଷ୍ଟ୍ରକସନ୍ ବ୍ୟବସାୟର ମାଲିକ ଅଟନ୍ତି । ତମ୍ବନ ମିଡିଆକୁ ନିଜର ଘରକୁ ଡାକିଥିଲେ , ଏଇଥିପାଇଁ ଯେ ନିଜ ପରିବାର ବିଷୟରେ ପୂରା ତଥ୍ୟ ଦେବାପାଇଁ । ଯେତେବେଳେ ମିଡିଆ ତାଙ୍କର ୧୦୦ରୁ ଅଧିକ ପତ୍ନୀ ଥିବା ଖବରର ସତ୍ୟାସତ୍ୟ ବିଷୟରେ ପଚାରିଥିଲେ , ସେତେବେଳେ ତମ୍ବନ କହିଥିଲେ , ‘ହଁ ମୋର ୧୦ ପତ୍ନୀ ଓ ୨୮ ଜଣ ପୁଅ-ଝିଅ ଅଛନ୍ତି ।’

Thai-Girls2ତମ୍ବନ ନଜର ବିବାହ ବିଷୟରେ କହିଛନ୍ତି , ‘ମୁଁ ଯେତେବେଳେ ୧୭ ବର୍ଷର ଥିଲି । ସେତେବେଳେ ମୋର ପ୍ରଥମ ବିବାହ ହୋଇଥିଲା । ମୋ ସ୍ତ୍ରୀ ମୋ ଠାରୁ ୨ ବର୍ଷ ସାନ ଥିଲେ । ଆଉ ଆମ ଦୁହିଁଙ୍କର ୩ଜଣ ପିଲା ହୋଇଥିଲେ । ଏହାପରେ ମୋର ଅନେକ ମହିଳାଙ୍କ ସହ ସଂପର୍କ ହେଲା । ସେମାନଙ୍କ ମଧ୍ୟରେ ଅନେକ ଯୁବତୀ ଥିଲେ ଏବଂ ୨୦ ବର୍ଷ ବୟସର ଥିଲେ । ମୋତେ ଅଧିକ ବୟସର ମହିଳା ପସନ୍ଦ ନୁହଁନ୍ତି । କାରଣ ସେମାନେ ବହୁର ଆର୍ଗୁମେଂଟ କରିଥାନ୍ତି । ’

ଥାଇଲାଣ୍ଡର ମିଡିଆରେ ପ୍ରଚାରିତ ହେଉଥିବା ଖବର ଅନୁସାରେ ତମ୍ବନ ଯେତେବେଳେ ନିଜର କନଷ୍ଟ୍ରକସନ ବ୍ୟବସାୟ ଆରମ୍ଭ କଲେ, ସେତେବେଳେ ତାଙ୍କ ଏକ ଅଜବ ଅଭ୍ୟାସରେ ପଡିଗଲେ । ସେ ଯେତେବେଳେ ଯେଉଁଠି ଘର ତିଆରି କରୁଥିଲେ , ସେଠାକୁ ଜଣେ ନୂଆ ପତ୍ନୀକୁ ନେଇ ଯାଉଥିଲେ । ତମ୍ବନ କହିଥିଲେ , ‘ମୁଁ ଜଣେ ବିଲଡର । ଯେଉଁଠି ଘର ତିଆରି କରୁଥିଲି । ସେଠାରେ ଜଣେ ସ୍ତ୍ରୀ ମିଳିଥିଲା । ମୁଁ ସମସ୍ତଙ୍କୁ ଭଲପାଏ ଏବଂ ସେମାନେ ମଧ୍ୟ ମୋତେ ବହୁତ ଭଲପାଆନ୍ତି ।’

ଆପଣ ଯାହାବି ଭାବନ୍ତୁ ତାଙ୍କୁ କିନ୍ତୁ ତମ୍ବନ ଜଣେ ଭାରି ଭଦ୍ରବ୍ୟକ୍ତି । ସେ ଯେତେବେଳେ କୈାଣସି ନୂଆ ଯୁବତୀକୁ ବିବାହ କରନ୍ତି , ସେତେବେଳେ ସେ ନିଜର ଅନ୍ୟ ସ୍ତ୍ରୀମାନଙ୍କ ବିଷୟରେ କହିଥାନ୍ତି । ଏବଂ ଅନ୍ୟ ପୁରୁଣା ସ୍ତ୍ରୀମାନଙ୍କୁ ମଧ୍ୟ ଏ ବିଷୟରେ ଜଣାଇଥାନ୍ତି । ଗୁପ୍ତରେ କୈାଣସି କାମ କରିନଥାନ୍ତି । ନୂଆ ବିବାହ କରିବାକୁ ଥିଲେ ଅନ୍ୟ ସ୍ତ୍ରୀମାନଙ୍କୁ କହିଥାନ୍ତି ସେ । ଏମାନଙ୍କ ମଧ୍ୟରୁ ୨୨ଜଣ ପତ୍ନୀ ପ୍ରାମନି ଜିଲ୍ଲାରେ ତାଙ୍କର ଘର ପାଖରେ ରୁହନ୍ତି । ଆଉ ବାକି ଥାଇଲାଣ୍ଡର ଅନ୍ୟ ସ୍ଥାନରେ ରହୁଛନ୍ତି ।

thaiତମ୍ବନ କହିଛନ୍ତି , ‘ମୋ ସ୍ତ୍ରୀମାନଙ୍କୁ ମୋର ଏପରି ବହୁବିବାହରେ କୈାଣସି ଆପତ୍ତି ନାହିଁ କି ଅଲଗା ଅଲଗା ସ୍ଥାନରେ ରହିବାରେ ସମସ୍ୟା ନାହିଁ । ସମସ୍ତେ ଏହାକୁ ସ୍ୱୀକାର କରିଥାନ୍ତି । ମୁଁ ସମସ୍ତଙ୍କୁ ସମ୍ମାନ କରୁଛି । ପ୍ରତି ବିବାହ ପୂର୍ବରୁ ମୁଁ ତାଙ୍କର ମାତାପିତାଙ୍କ ଠାରୁ କଥା ନେଇଥାଏ କି ବିବାହ ପୁରା ରୀତିନୀତିରେ ଓ ପରମ୍ପରା ଅନୁଯାୟୀ ହେବ ।’

୧୨୦ଜଣ ସ୍ତ୍ରୀ ଓ ୨୮ଜଣ ପିଲାଙ୍କର ଦେଖାଶୁଣା କରିବାରେ କେବେ ଅସୁବିଧାବୋଧ କରିନାହାଁନ୍ତି ତମ୍ବନ । ସେ ନିଜର ପରିବାରର ସବୁ ଆବଶ୍ୟକତା ପୁରଣ କରିଥାନ୍ତି । ତମ୍ବନ ପ୍ରିଜର୍ଭଙ୍କ ସବୁଠୁ ନୂଆ ସ୍ତ୍ରୀଙ୍କ ବୟସ ୨୭ ବର୍ଷ ଓ ତାଙ୍କ ନାଁ ଫୋନ୍ ଅଟେ । ମିଡିଆକୁ ସାକ୍ଷାତକାର ଦେଲାବେଳେ ସେହି ନୂଆ ସ୍ତ୍ରୀ ଜଣକ ତମ୍ବଙ୍କ ସହ ବସିଥିଲେ । ଆଉ ତମ୍ବନଙ୍କର ସବୁ କଥାର ଖୁଲାସାରେ ଆପତ୍ତି ଉଠାଇନଥିଲେ ।