ଶ୍ରୀକୃଷ୍ଣ ରଚିଲେ ମାୟା : ବଧ ହେଲା ଅଭିମନ୍ୟୁଙ୍କ ହତ୍ୟାକାରୀ, ସଫଳ ହେଲା ଅର୍ଜୁନଙ୍କ ପ୍ରତିଜ୍ଞା

200

କୁରୁକ୍ଷେତ୍ରରେ ଭୟଙ୍କର ଯୁଦ୍ଧ ଚାଲିଥାଏ । ଯୋଦ୍ଧା ଅର୍ଜୁନ ଯୁଦ୍ଧରେ ଲଢି ଲଢି ଦୂରକୁ ଚାଲିଯାଇଥିଲେ । ଅର୍ଜୁନଙ୍କ ଅନୁପସ୍ଥିତିରେ ପାଣ୍ଡବଙ୍କୁ ପରାଜିତ କରିବା ସହଜ ହେବ ଭାବି ଦୋଣାଚାର୍ଯ୍ୟ ଚକ୍ରବ୍ୟୁହ ରଚନା କଲେ । ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଚକ୍ରବ୍ୟୁହ ଭିତରେ ଫସିଗଲେ । ସେ କୈାଶଳ ପୂର୍ବକ ୬ ଚରଣ ଭେଦ କରିଦେଲେ , ହେଲେ ୭ଚରଣ ବେଳକୁ ତାଙ୍କୁ ଦୁର୍ଯ୍ୟୋଧନ ,ଜୟଦ୍ରଥ ଆଦି ସାତ ମହାରଥୀ କାବୁ କରିନେଲେ । ଜୟଦ୍ରଥ ଅଭିମନ୍ୟୁଙ୍କୁ ପଛପଟୁ ପ୍ରହାର କଲେ । ଯେଉଁଥିରେ ଅଭିମନ୍ୟୁ ଟଳିପଡି ମୃତ୍ୟୁ ବରଣ କଲେ ।

ଅର୍ଜୁନଙ୍କର ମୃତ୍ୟୁ ଖବରରେ ଅର୍ଜୁନ ପାଗଳ ପ୍ରାୟ ହୋଇଗଲେ । ପ୍ରତିଜ୍ଞା କଲେ – ‘ଯଦି ଆସନ୍ତା କାଲି ସୂର୍ଯ୍ୟାସ୍ତ ସୁଦ୍ଧା ମୁଁ ଜୟଦ୍ରଥକୁ ନ ମାରିଛି , ତାହେଲେ ନିଜେ ଆତ୍ମଦାହ କରିବି’ । ଜୟଦ୍ରଥ ଭୟଭୀତ ହୋଇଗଲେ । ଦୁର୍ଯ୍ୟୋଧନଙ୍କ ଶରଣରେ ଗଲେ । ଦୁର୍ଯ୍ୟୋଧନ ତାର ଭୟ ଦୂର କରିବାକୁ ଯାଇ କହିଲେ ସମସ୍ତ କୈାରବ ସେନା ତୁମକୁ ଆତ୍ମ ସୁରକ୍ଷା ଦେବେ । ଅର୍ଜୁନ ତୁମ ପାଖରେ ପହଁଚି ପାରିବ ନାହିଁ ।

ତାପର ଦିନ ଯୁଦ୍ଧ ଆରମ୍ଭ ହେଲା । ଅର୍ଜୁନଙ୍କ ଆଖି କେବଳ ଖୋଜୁଥିଲା ଜୟଦ୍ରଥକୁ । ଦିନ ବିତିବାକୁ ଲାଗୁଥିଲା । ଜୟଦ୍ରଥକୁ ନ ପାଇ ଅର୍ଜୁନଙ୍କର ନିରାଶ ମଧ୍ୟ ବଢିବାରେ ଲାଗିଲା । ଏହାଦେଖି ଶ୍ରୀକୃଷ୍ଣ କହିଲେ –‘ପାର୍ଥ , ସମୟ ଗଡି ଚାଲିଛି ,କୈାରବ ସେନା ଜୟଦ୍ରଥକୁ ରକ୍ଷା କବଚ ଭିତରେ ଘେରି ରଖିଛନ୍ତି । ତୁମେ ଶୀଘ୍ର କୈାରବ ସେନା ସଂହାର କର ’ । ଏହାକହି ଶ୍ରୀକୃଷ୍ଣ ମାୟା ରଚିଲେ । ସୂର୍ଯ୍ୟ ଉପରେ ବାଦଲ ଢାଙ୍କି ହେଲା । ସମସ୍ତେ ଭାବିଲେ ସନ୍ଧ୍ୟା ହେବାରୁ ଅର୍ଜୁନ ଏବେ ପ୍ରତିଜ୍ଞା ସ୍ୱରୂପ ଆତ୍ମଦାହ କରିବେ । ଏହା ଚିନ୍ତା କରି ଜୟଦ୍ରଥ ଓ ଦୁର୍ଯ୍ୟୋଧନ ଖୁସିରେ ପାଗଳ ହୋଇଗଲେ ।

ଜୟଦ୍ରଥକୁ ଦେଖି ଶ୍ରୀକୃଷ୍ଣ କହିଲେ ,ପାର୍ଥ ଶତ୍ରୁ ଏବେ ତୁମ ସାମ୍ନାରେ । ଗାଣ୍ଡିବ ଉଠାଇ ବଧ କର ଜୟଦ୍ରଥକୁ । ଏହା କହି ଶ୍ରୀକୃଷ୍ଣ ରଚିଥିବା ମାୟା ହଟେଇ ଦେଲେ । ସୂର୍ଯ୍ୟଙ୍କୁ ଢାଙ୍କିଥିବା ବାଦଲ ହଟିଗଲା । ସନ୍ଧ୍ୟା ବଦଳରେ ଦିନ ହୋଇଗଲା । ଏହାଦେଖି ଜୟଦ୍ରଥ ଭୟରେ ଦୈାଡିବାକୁ ଲାଗିଲା । ହେଲେ ଅର୍ଜୁନ ସୁଯୋଗ ହାତ ଛଡା ନକରି ଲକ୍ଷ୍ୟ ସ୍ଥିର କଲେ ଏବଂ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ କ୍ରମେ ଜୟଦ୍ରଥର ମୁଣ୍ଡକୁ ବାଣ ଦ୍ୱାରା ଅଲଗା କରି ତମପ୍ୟା ରତ ତାର ପିତାଙ୍କ କୋଳରେ ପକାଇଥିଲେ । ଏହି ପ୍ରକାରେ ଅର୍ଜୁନଙ୍କର ପ୍ରତିଜ୍ଞା ହୋଇଥିଲା ପୂରଣ ।

                                                              ( ଆଧ୍ୟାତ୍ମିକ ପତ୍ରିକାରୁ ସଂଗୃହúତ)