ମହିଳା କର୍ମଚାରୀଙ୍କୁ କମ୍ ଦରମା ! ଏପରି ଭେଦଭାବ ନେଇ ଗୁଗୁଲ ନାଁରେ କେସ୍

44

google companyଆପଣ କେବେ ଭାବିଛନ୍ତି ଯେ, ବିଶ୍ୱର ଏକ ନାମକରା ପ୍ରସିଦ୍ଧ କଂପାନୀ ବିରୋଧରେ ତା’ର କର୍ମଚାରୀମାନେ ସ୍ୱର ଉଠେଇଥିବେ ଓ କେସ୍ ଦେଇଥିବେ । ହଁ , ଏମିତି ହିଁ ଏକ ଘଟଣା ଘଟିଛି । ଆମେରିକାର ପ୍ରସିଦ୍ଧ କଂପାନୀ ଗୁଗୁଲ ବିରୋଧରେ ଦରମା ଓ ପ୍ରମୋଶନକୁ ନେଇ ଉଠିଛି ସ୍ୱର । ମହିଳା କର୍ମଚାରୀଙ୍କୁ ଏପରି ଭେଦଭାବ ଆରୋପରେ କେସ୍ କରାଯାଇଛି ଗୁୁଗୁଲ ନାଁରେ । ଏହି କେସ୍ ଫାଇଲ୍ କରିଛନ୍ତି କଂପାନୀର ତିନି ଜଣ ପୂର୍ବ ମହିଳା କର୍ମଚାରୀ । ଗୁରୁବାର ଦିନ ସାନ୍ ଫ୍ରାନସିସ୍କୋର କୋର୍ଟରେ ଏହି ମହିଳାମାନଙ୍କର ଓକିଲ ଲ’ସୁଟ୍ ଫାଇଲ୍ କରିଛନ୍ତି ।

google --employeଲ’ସୁଟ୍ ଫାଇଲ୍ କରିଥିବା ଏହି ମହିଳାମାନଙ୍କର ଓକିଲ ଏହି ମାମଲାରେ ଅଧିକରୁ ଅଧିିକ କଂପାନୀର ବର୍ତ୍ତମାନ ଓ ପୂର୍ବ ମହିଳାଙ୍କୁ ଯୋଡିବାକୁ ଚେଷ୍ଟା କରୁଛନ୍ତି । କାରଣ କଂପାନୀ ବିରୋଧରେ ଲାଗିଥିବା ଆରୋପକୁ ଦୃଢତାର ସହ ଉପସ୍ଥାପିତ କରିପାରିବେ । କଂପାନୀର ପ୍ରବକ୍ତା ମହିଳାଙ୍କ ସହ ଭେଦଭାବର ଆରୋପକୁ ଖଣ୍ଡନ କରିଛନ୍ତି । କଂପାନୀ ତରଫରୁ ପ୍ରବକ୍ତା ଜଣକ ସଫେଇ ଦେଇ କହିଛନ୍ତି , ‘କଂପାନୀ ସବୁ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରର ଭଲ ମାହୋଲ ପ୍ରସ୍ତୁତ କରିବାକୁ ଖୁବ୍ ପରିଶ୍ରମ କରୁଛନ୍ତି । ଏଠାରେ ସମସ୍ତଙ୍କୁ ସମାନ ସୁବିଧା ଓ ଅଧିକାର ଦିଆଯାଉଅଛି ।’

wrrbtsqx3ih4x9mwdu77ଏହି ମାମଲା ବିଷୟରେ ଗୁୁଗୁଲ ପ୍ରବକ୍ତା କହିଛନ୍ତି, ‘କଂପାନୀ ଏବେ ଲ’ସୁଟ୍ ବିଷୟରେ ତଥ୍ୟ ସଂଗ୍ରହ କରୁଛି । କିନ୍ତୁ ଲଗାଯାଇଥିବା ସବୁ ଆରୋପ ମିଛ ଅଟେ ।’ ଆରୋପ ଲଗାଇଥିିବା ମହିଳାମାନଙ୍କ ଓକିଲଙ୍କ କହିବା ହେଲା ଯେ କଂପାନୀ କାର୍ଲିଫର୍ଣ୍ଣିଆର ‘ଇକ୍ୱାଲ ପେ ଲ’ ଓ ‘ଷ୍ଟେଟ ଲେବର କୋଡ’ ର ଉଲଂଘନ କରିଛି । ଆରୋପ ଲଗାଇଥିବା ମହିଳାଙ୍କ କହିବା ହେଲା କି କଂପାନୀ ଜାଣିଶୁଣି ମହିଳାଙ୍କ ସହ କାମ କରିବା ଓ ପ୍ରମୋଶନ ସମୟରେ ଡବଲ ଷ୍ଟାଣ୍ଡାର୍ଡର ବ୍ୟବହାର କରିଛି । ଲ’ସୁଟ୍ ଫାଇଲ୍ କରିତିବା ମହିଳାଙ୍କ ମଧ୍ୟରେ ଗୁଗୁଲରେ କାମ କରିସାରିଥିବା ଜଣେ ସଫ୍ଟୱେର ଇଂଜିନିୟର , କମ୍ୟୁନିକେଶନ ଆନାଲିଷ୍ଟ ଓ ଜଣେ ମ୍ୟାନେଜର ଅଟନ୍ତି । ଏମାନେ ମିଶି କଂପାନୀ ନାଁରେ କେସ୍ ଫାଇଲ୍ କରିଛନ୍ତି ।

ଗୁଗୁଲ ବିରୋଧରେ ତା’ର ପୂର୍ବ କର୍ମଚାରୀଙ୍କ ଏପରି ଆରୋପ ନେଇ ଏବେ ଚାରିଆଡେ ଆଲୋଚନା ଚାଲିଛି । ଏହାର ସତ୍ୟାସତ୍ୟ କିଛି ଜଣାପଡିନଥିବା ବେଳେ , ଘଟଣାକୁ ଜାଣିବାକୁ ସମସ୍ତେ ଉତ୍ସୁକତା ଦେଖେଇଛନ୍ତି । କାରଣ ବିଶ୍ୱର ଏତେ ବଡ କଂପାନୀ ଯେ ମହିଳା କର୍ମଚାରୀଙ୍କ ପ୍ରତି ଏପରି କାର୍ଯ୍ୟ କରୁଥିବା ଏନେଇ ବି ସନ୍ଦେହ ଜାତ ହୋଇଛି । ଏଣୁ  କୋର୍ଟର ଯାଂଚ ପରେ ଜଣାପଡିବ ଏ ମାମଲାଟି କେତେ ଦୂର ସତ୍ୟ ।
(ସୌଜନ୍ୟ-ନବଭାରତ ଟାଇମ୍ସ )