ଭାରତ ସରକାରଙ୍କର ଆକଳନ ମୁତାବକ, ୨୦୨୨ ମଧ୍ୟରେ ଦେଶର ଆର୍ଥିକ ବ୍ୟବସ୍ଥାର ୨୪ଟି ସେକ୍ଟରରେ ପାଖାପାଖି ୧୧୦ ମିଲିୟନ ଅର୍ଥାତ୍ ୧୧ କୋଟି କର୍ମଚାରୀଙ୍କର ଆବଶ୍ୟକତା ହୋଇପାରେ । ଯେବେକି ବର୍ତ୍ତମାନ ସମୟରେ ଦେଶରେ ୧୦.୫ କୋଟି କର୍ମଚାରୀ ହିଁ ଏସବୁ କ୍ଷେତ୍ରର ଅର୍ନ୍ତଭୁକ୍ତ ହୋଇପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ବଡ ନିର୍ବାଚନୀ ରିସ୍କ ଭାବେ ଠିଆ ହୋଇପାରେ । ଏଥିସହିତ ଲୋକସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଜୋର ଧରିଛି କି, ପ୍ରଧାନମନ୍ତ୍ରୀ ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ (ବର୍ଷକୁ ଏକ କୋଟି ନିଯୁକ୍ତି ଦେବା) କଣ ପୁରଣ କରିପାରିବେ । ଏହା ଏକ ଏଭଳି ସମସ୍ୟା ଯେଉଁଠି ମୋଦିଙ୍କର ସବୁ ରେକର୍ଡ ଆଉ ସମସ୍ତ ଯୋଜନା ଏକପ୍ରକାରେ ଫେଲ ମାରିଛି । ଯାହାକୁ ନେଇ ମୋଦି ଏବେ ଅଧିକ କ୍ରିୟାଶୀଳ ହୋଇପଡିଛନ୍ତି ।
ବ୍ଲୁମବର୍ଗରେ ପ୍ରକାଶିତ ଖବର ମୁତାବକ, ୨୦୨୭ ବେଳକୁ ଭାରତ ନିକଟରେ ବିଶ୍ୱର ସବୁଠାରୁ ବଡ ଶ୍ରମଶକ୍ତି ରହିବ ଏବଂ ଶ୍ରମର ଏହି ଶକ୍ତି ଦେଶର ଅର୍ଥନୈତିକ ସ୍ଥିତିକୁ ଆହୁରୀ ମଜଭୁତ କରିବାରେ ସହାୟକ କରିବ । କିନ୍ତୁ ଦେଶର ଆର୍ଥିକ ଅବସ୍ଥାରେ ଏହି ୱାର୍କଫୋର୍ସ ନିଯୁକ୍ତି ଦେବାରେ ଅସଫଳ ରହିଛି ।
ପ୍ରଧାନମନ୍ତ୍ରୀ ମୋଦି ନିଯୁକ୍ତି ତଥା ଦକ୍ଷତା ସହ ଜଡିତ ଦୁଇ ମନ୍ତ୍ରାଳୟର ମନ୍ତ୍ରୀଙ୍କୁ ବଦଳାଇ ଦେଇଛନ୍ତି । ନିକଟରେ ହୋଇଥିବା କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳ ଅଦଳବଦଳ ଅବସରରେ ମୋଦି ଦକ୍ଷତା ବିକାଶ ମନ୍ତ୍ରାଳୟର ଦାୟିତ୍ୱ ରାଜୀବ ପ୍ରତାପ ରୁଡ୍ଡିଙ୍କଠାରୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହସ୍ତାନ୍ତର କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଯିଏକି ପ୍ରଧାନମନ୍ତ୍ରୀ ମୋଦିଙ୍କର ମହାତ୍ୱାକାଙକ୍ଷୀ ଯୋଜନା ତଥା ଉଜ୍ଜ୍ୱଳା ସ୍କିମକୁ ସଫଳତା ପୂର୍ବକ ଲାଗୁ କରିସାରିଛନ୍ତି । ଯେଉଁଥିପାଇଁ ତାଙ୍କ ପ୍ରତି ମୋଦିଙ୍କର ରହିଛି ପ୍ରଗାଢ ବିଶ୍ୱାସ । ଏହି ପରିପ୍ରେକ୍ଷୀରେ ମୋଦି ଶ୍ରମ ମନ୍ତ୍ରାଳୟର ଦାୟିତ୍ୱ ବଣ୍ଡାରୁ ଦତ୍ତାତ୍ରେୟଙ୍କଠାରୁ ନେଇ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଦେଇଛନ୍ତି । ଗଙ୍ଗୱାର ଏହା ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀ ଥିଲେ ।
ରାଜନୈତିକ ବିଶ୍ଳେଷକ ନିରଂଜନ ମୁଖୋପଧ୍ୟାୟଙ୍କ ମତରେ, ଯେତେବେଳେ ରୋଜଗାରର ପ୍ରସଙ୍ଗ ଉଠେ, ତେବେ ଏକ୍ଷେତ୍ର ମୋଦି ସରକାର ସଂପୂର୍ଣ୍ଣ ରୂପେ ଫେଲ୍ ମାରିଛନ୍ତି । ନିରଂଜନ କୁହନ୍ତି ଯେ, କ୍ୟାବିନେଟରେ ପରିବର୍ତ୍ତନ ଏହି କଥାକୁ ସୂଚିତ କରୁଛି କି ପ୍ରଧାନମନ୍ତ୍ରୀ ମୋଦି ରୋଜଗାର ବା ନିଯୁକ୍ତିକୁ ନେଇ ୨୦୧୯ ନିର୍ବାଚନରେ ସୃଷ୍ଟି ହେବାକୁ ଯାଉଥିବା ଭଳି ବଡ ସମସ୍ୟା ସମ୍ବନ୍ଧରେ ପୂର୍ବରୁ ହିଁ ସଙ୍କେତ ପାଇସାରିଲେଣି ।
ଭାରତରେ ଦକ୍ଷତା ଶ୍ରମିକ (ସ୍କିଲ୍ଡ ଲେବର)ର ଆବଶ୍ୟକତା ରହିଛି ସତ ହେଲେ ଏହି ଲେବରଫୋର୍ସର ସପ୍ଲାଏ ଏକ ବଡ ପ୍ରସଙ୍ଗ ଅଟେ । ଭାରତ ସରକାରଙ୍କର ଆକଳନ ମୁତାବକ, ୨୦୨୨ ଭିତରେ ଦେଶର ଆର୍ଥିକଅବସ୍ଥାର ୨୪ଟି ସେକ୍ଟରରେ ପାଖାପାଖି ୧୧୦ ମିଲିୟନ ଅର୍ଥାତ୍ ୧୧ କୋଟି କର୍ମଚାରୀଙ୍କର ଆବଶ୍ୟକତା ପଡିପାରେ । ଯେବେକି ବର୍ତ୍ତମାନ ସମୟରେ ଦେଶରେ ୧୦.୫ କୋଟି କର୍ମଚାରୀ ହିଁ ଏହିସବୁ କ୍ଷେତ୍ରର ଅର୍ନ୍ତଭୁକ୍ତ ହୋଇପାରିବେ ।
ବର୍ତ୍ତମାନ ୱାର୍କଫୋର୍ସର ମାତ୍ର ୫ ପ୍ରତିଶତ ଲୋକ ହିଁ ଏହି ନିଯୁକ୍ତି ପାଇବାକୁ ଯୋଗ୍ୟ ଅଟନ୍ତି । ଯେଉଁଥିପାଇଁ ଅନ୍ୟମାନଙ୍କୁ ଏହି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯୋଗ୍ୟବିବେଚିତ କରିବାକୁ ହେଲେ ସେମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତାକୁ ବଢାଇବା ଏକ ବହୁତ ବଡ ଚ୍ୟାଲେଂଜ । ଯାହାକି ଅତ୍ୟନ୍ତ ଏକ ଖର୍ଚ୍ଚାନ୍ତମୂଳକ କାମ ଅଟେ । ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଆମ ଦେଶର ବଡ ସମସ୍ୟା ହେଉଛି କୁଶଳ ପ୍ରଶିକ୍ଷକଙ୍କର ଅଭାବୀ । ଜାଣି ଆଶ୍ଚର୍ଯ୍ୟ ହେବେକି, ଭାରତର ମୋଟ ଜନସଂଖ୍ୟାର ପାଖାପାଖି ୬୦ ପ୍ରତିଶତ ଲୋକ ଅଟନ୍ତି କର୍ମନିୟୋଜିତ, ହେଲେ ଏମାନଙ୍କ ମଧ୍ୟରୁ ଔପଚାରିକ ରୂପରେ କାର୍ଯ୍ୟକାରୀ କୌଶଳତା ମାତ୍ର ୫ ପ୍ରତିଶତ ଲୋକଙ୍କଠାରେ ହିଁ ପ୍ରତିଫଳିତ ହୋଇଥାଏ ଯେବେକି ବ୍ରିଟେନର ୬୮ ପ୍ରତିଶତ, ଜର୍ମାନୀର ୭୫ ପ୍ରତିଶତ, ଆମେରିକାର ୫୨ ପ୍ରତିଶତ ଏବଂ ଜାପାନର ୮୦ ପ୍ରତିଶତ ୱର୍କଫୋର୍ସ ସ୍କିଲ୍ଡ ରହିଛି ।