କୋଲକାତାର ପ୍ରସିଦ୍ଧ ଚାଇନିଜ୍ କାଳୀ ମନ୍ଦିର : ପ୍ରସାଦ ଭାବେ ନୁଡୁଲସ୍ ଅର୍ପଣ କରାଯାଏ ମା’ଙ୍କୁ

122

6_1434174533ଆମେ ସମସ୍ତେ ଜାଣନ୍ତି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତେ ସମାନ । ହିନ୍ଦୁ , ମୁସଲମାନ , ଖ୍ରୀଷ୍ଟିଆନ , ବୈାଦ୍ଧ ଓ ଜୈନ ସମସ୍ତଙ୍କର ଏକତ୍ର ଭାବାବେଗ ଏହି ପବିତ୍ର ଭାରତ ଭୂମିରେ ଦେଖିବାକୁ ମିଳିଥାଏ ।

ଏମିତି ଏକ ଉତମ ଉଦାହରଣ ଦେଖିବାକୁ ମିଳିଛି କୋଲକାତାରେ । କୋଲକାତାସ୍ଥିତ ଟାଙ୍ଗ୍ରାର ଏକ ଚାଇନିଜ୍ କାଳୀ ମନ୍ଦିରରେ ଦେଖିବାକୁ ମିଳିଛି ଏପରି ମିଳିତ ଭକ୍ତିଭାବ । କାଳୀପୂଜା ଅବସରରେ ଏହି ମନ୍ଦିରରେ ଚାଇନିଜ୍ ଓ ଭାରତୀୟ କମ୍ୟୁନିଟର ସମିଶ୍ରଣ ଦେଖିବାକୁ ମିଳେ ।

ଚାଇନିଜ୍ ଓ ଭାରତୀୟ ମାନେ ଏକାଠି ହୋଇ ସଂସ୍କୃତିଗତ ବିଭିନ୍ନତା ଭୁଲି ଭକ୍ତିପୂତ ଭାବେ ମା’ଙ୍କର ପୂଜାର୍ଚ୍ଚନା କରିଥାନ୍ତି । ନୁଡୁଲ୍ସ , ଚପ ସୁଇ , ରାଇସ୍ ଓ ପରିବା ଇତ୍ୟାଦି ମା’ଙ୍କ ପାଖରେ ପ୍ରସାଦ ରୂପେ ବ୍ୟବହାର କରାଯାଏ । ଫଳରେ ଦୁଇଟି ଭିନ୍ନ ସଂସ୍କୁତି ମଧ୍ୟରେ ସଂପର୍କ ସୁଦୃଢ଼ ହେବା ସହ ଦୁଇଟି ଗୋଷ୍ଠି ମଧ୍ୟରେ ସଦଭାବନା ବଢ଼ିବାରେ ଲାଗିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –