ବ୍ୟାଙ୍କରୁ ଲୋନ୍ ପାଇବା ପାଇଁ ସମସ୍ୟା ହେଉଛି କି ? ସମାଧାନ ପାଇଁ ଆପଣାନ୍ତୁ ଏହି ତରିକା

43

check-discrepanciesବେଳେବେଳେ ଏମିତି ହୁଏ ଆପଣ ବ୍ୟାଙ୍କରୁ ଲୋନ୍ ପାଇଁ ଦରଖାସ୍ତ କରିଥାନ୍ତି । ହେଲେ ଲୋନ୍ ପାଇଁ ଅନେକ ଅସୁବିଧା ଭୋଗିବାକୁ ପଡେ । ଆପଣଙ୍କର ସିବିଲ୍ ସ୍କୋର ରେକର୍ଡ କମ୍ କହି ଅନୁରୋଧକୁ ଖାରଜ କରିଦିଅନ୍ତି । କିନ୍ତୁ ଏହାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ ଖୁବ୍ ସହଜରେ ଆପଣ ନିଜର କ୍ରେଡିଟ୍ ସ୍କୋରକୁ ସୁଧାରି ପାରିବେ । ଜାଣନ୍ତୁ କେମିତି ସୁଧାରିବେ ଆପଣଙ୍କର ସିବିଲ୍ ସ୍କୋର୍

୧ – ସଠିକ୍ ସମୟରେ ଶୁଝି ଦିଅନ୍ତୁ ଇଏମଆଇର ଅର୍ଥ
ପୂର୍ବରୁ ବ୍ୟବହାର କରୁଥିବା ଇଏମଆଇ ଓ କ୍ରେଡିଟ୍ କାର୍ଡର ବାକି ଅର୍ଥକୁ ନିଶ୍ଚିତ ସମୟରେ ଶୁଝନ୍ତୁ । ଯଦି କୈାଣସି କାରଣ ବଶତଃ ଏହା କରିନାହାଁନ୍ତି ତ କରଜ ଦାତା ବ୍ୟାଙ୍କ ସହ ସଂପର୍କ କରନ୍ତୁ ।

୨- କ୍ରେଡିଟ୍ କାର୍ଡକୁ ବୁଝିବିଚାରି ବ୍ୟବହାର କରନ୍ତୁ
ନିଜର କ୍ରେଡିଟ୍ ସ୍କୋରକୁ ଉତ୍ତମ ରଖିବା ପାଇଁ କ୍ରେଡିଟ୍ କାର୍ଡରେ ବକେୟା ଅର୍ଥରେ ସର୍ବନିମ୍ନ ଅର୍ଥ ଭରଣା ବଦଳରେ ପୁରା ପେମେଣ୍ଟ ଭରିଦିଅନ୍ତୁ ।

୩ – ନିଜର କ୍ରେଡିଟ୍ ରିପୋର୍ଟ ଉପରେ ନଜର ରଖନ୍ତୁ
ନିଜର କ୍ରେଡିଟ୍ ରିପୋର୍ଟ ଚେକ୍ କରିବା ନିହାତି ଜରୁରୀ । ଯଦି କୈାଣସି ନେଗେଟିଭ୍ ଏଣ୍ଟ୍ରି ଥାଏ ତ ଏହାକୁ ସୁଧାର ଆଣନ୍ତୁ ।

୪ – ଅର୍ଥ ମିଳିଲା କ୍ଷଣି ଲୋନ୍ ଅର୍ଥ ଭରଣା କରିଦିଅନ୍ତୁ
ଯେତେବେଳେ ଆପଣଙ୍କ ପାଖେ ପଇସା ଅଧିକ ରହୁଛି , ସେତେବେଳେ ପର୍ସନାଲ ଲୋନ , କ୍ରେଡିଟ କାର୍ଡରେ ବକେୟା ଅର୍ଥ ଭରି ଦିଅନ୍ତୁ । ଅର୍ଥ ଉପାର୍ଜନ ଓ କରଜ ମଧ୍ୟରେ ଉଚିତ୍ ସନ୍ତୁଳନ ରଖନ୍ତୁ ।