ବାରିପଦା ମେଡିକାଲ କଲେଜକୁ ମିଳିଲା ଅନୁମତି ! ଶହେ ସିଟରେ ନାମ ଲେଖା ନେଇ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଅନୁମିତି

38

କନକ ବ୍ୟୁରୋ : ବାରିପଦା ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି ମିଳିଛି । ସୂଚନା ଅନୁସାରେ, ଏଥିପାଇଁ ସୁପ୍ରିମକୋର୍ଟ କମିଟି ଅନୁମତି ଦେଇଛନ୍ତି । ଏନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଆବଦେନକୁ ଗ୍ରହଣ କରି ଚଳିତବର୍ଷ ନାମଲେଖା ଲାଗି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ କମିଟି । ଦୀର୍ଘଦିନ ଧରି ଏନେଇ ଅନିଶ୍ଚିତତା ଲାଗିରହିଥିଲା । ବାରିପଦା ମେଡିକାଲ କଲେଜ ନେଇ ଗତ ୧୧ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମେଡିକାଲ କଲେଜର ସ୍ଥିତି ନେଇ ସମୀକ୍ଷା କରିବା ସହ ଚଳିତ ମାସ ଶେଷ ସୁଦ୍ଧା ଏମସିଆଇର ଟିମ୍ ପରିଦର୍ଶନରେ ଯାଇ ଭିତିଭୂମି ଅନୁଧ୍ୟାନ କରିବା ନିର୍ଦେଶ ଦେଇଥିଲେ । ମାର୍ଚ୍ଚ ୧୫ ସୁଦ୍ଧା ରାଜ୍ୟ ସରକାର ଏମସିଆଇକୁ ଆବଶ୍ୟକ ରିପୋର୍ଟ ଦେଇନ ଥିବାରୁ ବାରିପଦା କଲେଜରେ ଚଳିତ ବର୍ଷ ନାମଲେଖା ନେଇ ଅନୁମତି ମିଳିପାରି ନଥିଲା । ତେବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚଳିତବର୍ଷ ନାମ ଲେଖା ନେଇ ସୁପ୍ରିମକୋର୍ଟ କମିଟି ନିର୍ଦେଶ ଦେଇଛନ୍ତି ।