ଅଜବ ଘଟଣା ! ୨୪ ଘଣ୍ଟାରେ ୩୬ଟି ଅଣ୍ଡା ଦେଇ ଚର୍ଚ୍ଚାରେ କୁକୁଡା

115

ଜୟପୁର : ଗାଁ ମାନଙ୍କରେ ଅନେକ କୁକୁଡା ପାଳିଥାନ୍ତି । ଆଉ ଏହି କୁକୁଡା ଅଣ୍ଡାର ଭାରି ଚାହିଦା ମଧ୍ୟ ଥାଏ । ଏହି କୁକୁଡା ଦେବାକୁ ନେଇ ଏବେ ଏକ ରୋଚକ ଖବର ପ୍ରକାଶିତ ହୋଇଛି ପତ୍ରିକା ନ୍ୟୁଜରେ । ଏହାକୁ ନେଇ ଚାରିଆଡେ ଚର୍ଚ୍ଚା । ସାଧାରଣତଃ କୁକୁଡା ଗୋଟିଏ ଦିନରେ ୨/୩ଟି ଅଣ୍ଡା ଦେଇଥାଏ । ହେଲେ ଏକ କୁକୁଡା ୩୬ଟି ଅଣ୍ଡା ଦେଇଛି । ଜୟପୁରର ରଇସ୍ ଖାନ୍ ନାମକ ଜଣେ ବ୍ୟକ୍ତି ନିଜ କୁକୁଡା ୨୪ ଘଣ୍ଟାରେ ଏହି ୩୬ ଟି ଅଣ୍ଡା ଦେଇଥିବାର ଦାବି କରିଛନ୍ତି ।

ରଇସଙ୍କ ଏହି ସୂଚନା ପ୍ରସାରିତ ହେବାପରେ ଆଖପାଖ ଅଂଚଳରୁ ଲୋକେ କୁକୁଡାକୁ ଦେଖିବାକୁ ଛୁଟିଛନ୍ତି । ରମଜାନ ମାସରେ ଏହା ଆଲ୍ଲାଙ୍କ କରିସ୍ମା ବୋଲି କହିଛନ୍ତି ରଇସ୍ । ତାଙ୍କ ସୂଚନା ଅନୁସାରେ ଘରେ ଖାଇବା ପାଇଁ ବଜାରରୁ ଏହି କୁକୁଡାଟିକୁ କିଣା ଯାଇଥିଲା । ସନ୍ଧ୍ୟାରେ ସେ ଯେତେବେଳେ ଘରକୁ ଫେରିଲେ , ସେତେବେଳେ ସେ ଦେଖିଲେ ଯେ, ୧୨ ଘଣ୍ଟା ମଧ୍ୟରେ ସେହି କୁକୁଡାଟି ୧୬ଟି ଅଣ୍ଡା ଦେଇଛି । ତେଣୁ ରାତିରେ କୁକୁଡାଟିକୁ ନମାରିବାକୁ ନିଷ୍ପତ୍ତି ନେଲେ । ତା’ ପରଦିନ ଘର ଲୋକେ ଆହୁରି ଆଶ୍ଚର୍ଯ୍ୟ ହେଲେ ଯେତେବେଳେ କୁକୁଡାଟି ଆଉ ୨୦ଟି ଅଣ୍ଡା ଦେଲା ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ କୁକୁଡାଟି ଦେଇଥିଲା ମୋଟ ୩୬ଟି ଅଣ୍ଡା ।