ଆମ୍ମାଙ୍କ ଇଚ୍ଛା ପୂରଣ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍

28

ଡେରାଡୁନ୍ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ ହରିଦ୍ୱାରରେ ଦକ୍ଷିଣ ଭାରତର ମହାନ ସନ୍ଥ, କବି ତଥା ସମାଜ ସୁଧାକର ତିରୁବଲ୍ଲୀବୁରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିଛନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଇଚ୍ଛାକୁ ପୂରଣ କରିବା ।

ସୂଚନା ଅନୁଯାୟୀ, ମୃତ୍ୟୁର କିଛି ମାସ ପୂର୍ବରୁ ଜୟଲଳିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଥିଲେ ଆଉ ଯେଉଁଥିରେ ସେ ଦାବି କରିଥିଲେ ଯେ,ହରିଦ୍ୱାରସ୍ଥିତ ଗଙ୍ଗା କୂଳରେ ସନ୍ଥ ତିରୁବଲ୍ଲୀବୁରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ ନେଇ ଉପୁଜିଥିବା ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି । କାରଣ, ସନ୍ଥଙ୍କ ମୂର୍ତ୍ତୀ ବହୁ ଦିନ ପୂର୍ବରୁ ହିଁ ହରିଦ୍ୱାରରେ ପହଂଚି ଯାଇଥିଲା ମାତ୍ର ସ୍ଥାନୀୟ ପଣ୍ଡିତଙ୍କ ବିରୋଧ ପାଇଁ ଏହାର ସ୍ଥାପନା ହୋଇପାରି ନଥିଲା ।