ମନ୍ଦିରକୁ ଦାନ ଦେଇ ଜେଲ ଦଣ୍ଡରୁ ମୁକ୍ତ ! ଦେଖନ୍ତୁ କୋର୍ଟର ଏକ ଅଦ୍ଭୁତ ରାୟକୁ ନେଇ ଚର୍ଚ୍ଚା

20

2ଅହମଦାବାଦ : ଆପଣ ଦୋଷୀକୁ କୋର୍ଟ ରାଜକ୍ଷମା ଦେବା ବା ଜେଲ ଦଣ୍ଡରୁ କୋହଳ କରିବାର ଖବର ଶୁଣିଥିବେ । ହେଲେ କୈାଣସି ମନ୍ଦିରକୁ ଦାନ ଦେଇ ଜେଲ ଦଣ୍ଡରୁ ମୁକ୍ତ ହେବାର କେବେ ଶୁଣିନଥିବେ ? ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଗୁଜୁରାଟରେ । ଏହାକୁ ନେଇ ଖୁବ୍ ଚର୍ଚ୍ଚା ଏବେ ।  ଜଣେ ବ୍ୟବସାୟୀଙ୍କୁ ମନ୍ଦିରକୁ ଦାନ ଦେବାର ସର୍ତ୍ତରେ ଜେଲେ ଦଣ୍ଡରୁ ମୁକ୍ତ କରିଛି ହାଇକୋର୍ଟ ।

ବଲସାଦରେ ରହୁଥିବା ମନୁଭାଇ ଅମ୍ବାଲିଆ ନାମକ ଜଣେ ବ୍ୟବସାୟୀଙ୍କୁ ୩ମାସର ଜେଲ ୧୫ଶହ ଟଙ୍କା ଜୋରିମାନା ଦଣ୍ଡ ମିଳିଥିଲା । ଜଣେ ମହିଳାଙ୍କର ରହସ୍ୟମୟ ଭାବେ ମୃତ୍ୟୁ ପରେ ମନୁଭାଇ ତାଙ୍କ ପରିବାର ବିରୁଦ୍ଧରେ ଆତ୍ମହତ୍ୟାର ପାଇଁ ଦାୟୀ କରି ଏଫଆଇଆର ଦେଇଥିଲେ । ୧୯୯୩ରେ ବଲସାଡ ସେସନ କୋର୍ଟରେ ମାମଲା ଶୁଣାଣି ହୋଇଥିଲା । ୨୦୦୧ମସିହାରେ କୋର୍ଟ ତାର ରାୟ ଘୋଷଣା କରିଥିଲେ । ମୃତ ମହିଳାଙ୍କ ପରିବାର ବିରୋଧରେ ମିଥ୍ୟା ପ୍ରମାଣ ଦେଇଥିବା ଆରୋପରେ ମନଭାଇଙ୍କୁ ଜେଲ ଦଣ୍ଡାଦେଶ ଦେଇଥିଲେ । ରାଗରେ ଏମିତି ମିଛ ଏତଲା ଦେଇଥିଲେ ବୋଲି ମନୁଭାଇ ମାନିନେଇଥିଲେ ।

ପରେ ମନୁଭାଇ ସେସନ କୋର୍ଟର ଏହି ଜେଲ ଦଣ୍ଡାଦେଶ ରାୟ ବିରୋଧରେ ହାଇକୋର୍ଟରେ ମାମଲା ରଖିଥିଲେ । ୭ ଡିସେମ୍ବରରେ ହାଇକୋର୍ଟ ଏକ ଆଶ୍ଚର୍ଯ୍ୟକର ରାୟ ଦେଇଥିଲେ । କୋର୍ଟ ଘୋଷଣା କରିଥିଲେ ରାଜକ୍ଷମା ବଦଳରେ ମନୁଭାଇଙ୍କୁ କୈାଣସି ଦେବୀ-ଦେବତାଙ୍କ ମନ୍ଦିରକୁ ୫୦ହଜାର ଟଙ୍କା ଦାନ ଦେବାକୁ ହେବ । ମନୁଭାଇ କୋର୍ଟର ଏ ପ୍ରସ୍ତାବରେ ତୁରନ୍ତ ରାଜି ହୋଇଯାଇଥିଲେ । ଶ୍ରୀ ଚାମୁଣ୍ଡା ମାତାଜୀ ମନ୍ଦିର ଟ୍ରଷ୍ଟକୁ ୫୦ ହଜାର ଦାନ କରିଥିଲେ ଏବଂ କୋର୍ଟକୁ ଏହି ଅର୍ଥରାଶିର ରସିଦ କୋର୍ଟରେ ଦାଖଲ କରିଥିଲେ । ଏହାପରେ ମନୁଭାଇ ଜେଲ ଦଣ୍ଡରୁ ମୁକ୍ତହୋଇଥିଲେ  ।            ( ସୈାଜନ୍ୟ : ଟାଇମ୍ସ ଅଫ୍ ଇଣ୍ଡିଆ )