କୁକୁର ପ୍ରେମୀ ଅକ୍ରୁର ନାହାକ : ଦେଖନ୍ତୁ କେମିତି ଖାଇବାକୁ ଦେଉଛନ୍ତି ବୁଲା କୁକୁରଙ୍କୁ

66

ବୁଲା କୁକୁରଙ୍କୁ ଖାଇବାକୁ ଦେବାରେ ଥାଏ ନିଆରା ଆନନ୍ଦ । ଘରେ ଗୋଟିଏ ସ୍ଥାନରେ ବାନ୍ଧିକି ନୁହେଁ ବୁଲି ବୁଲି କି ଖାଇବାକୁ ଦେବାକୁ ସେ ଭଲ ପାଆନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ରାୟଗଡା ଜିଲ୍ଲା ଅକ୍ରୁର ନାହାକ । ୩ ବର୍ଷ ହେବ ନିଜ ଆଖାପାଖ ଅଂଚଳରେ ବୁଲି ବୁଲି କୁକୁରଙ୍କ ଖାଇବାକୁ ଦେଇଥାନ୍ତି । ଆଉ ଏଥିରେ ତାଙ୍କୁ ସହଯୋଗ କରନ୍ତି ପୁରା ପରିବାର । ତିନି ବର୍ଷ ତଳେ ଏକ କୁକୁର ଛୁଆକୁ ଦେଖି ତାଙ୍କ ମନରେ ସୃଷ୍ଟି ହୋଇଥିବା ଏକ ନିଆରା ଭଲପାଇବା ଏବେ ପେସା ଓ ନିଶାରେ ପରିଣତ ହୋଇଛି ।

ଅକ୍ରୁରର ପେଶାରେ ଜଣେ ଇଲେକ୍ଟ୍ରିସିଆନ । ସ୍ତ୍ରୀ, ପୁଅ ଝିଅଙ୍କୁ ନେଇ ତାଙ୍କ ପରିବାର । ପୁଅ ବାଙ୍ଗାଲୁରରେ ଚାକିରୀ କରି ଏଥିପାଇଁ ତାଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ବେଳେ ସ୍ତ୍ରୀ ଓ ଝିଅ କୁକୁର ମାନଙ୍କ ପାଇଁ ରୋଷେଇ କରି ଦେଇଥାନ୍ତି । ପଶୁ ମାନଙ୍କୁ ଭଲପାଇବା ଏବଂ ସେମାନଙ୍କର ଯତ୍ନ ନେବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଅକ୍ରୁର ।

ଦେଖନ୍ତୁ ଏହି ଭିଡିଓ –