୩୦ଜୁନ୍ ମଧ୍ୟ ରାତ୍ରରେ ଜନ୍ମ ହେଲା ପିଲା ! ନାଁ ରଖାଗଲା ଜିଏସଟି

33

ରାଜସ୍ଥାନ : ୩୦ ଜୁନ୍ ର ମଧ୍ୟ ରାତ୍ରରେ ସଂସଦର ସେଣ୍ଟ୍ରାଲ ହଲରେ ନୂଆ ଟିକସ ବ୍ୟବସ୍ଥା ଜିଏସଟିର ଲଂଚ ହେଲା । ଠିକ୍ ଏତିକି ବେଳେ ରାଜସ୍ଥାନରେ ଏକ ଶିଶୁ ଜନ୍ମ ହେଲା । କେବଳ ଏହି ପିଲା ଯେ ଜନ୍ମ ହୋଇଛି ତା ନୁହେଁ । ଆହୁରି ଅନେକ ପିଲା ବି ଏ ସମୟରେ ଭାରତରେ ଜନ୍ମ ହୋଇଥିବେ । ହେଲେ ଏ ପିଲାଟି ଖାସ୍ ଖବର ପାଲଟିଛି । କାରଣ ଏହି ନବଜାତର ମାଁ ପିଲାଟିର ନାଁ ଜିଏସଟି ରଖିବାକୁ ନିଷ୍ପତ୍ତି ନେଲେ ।

ସୂଚନା ଅନୁସାରେ , ରାଜସ୍ଥାନର ବାବର୍ ରେ ଅଧ ରାତିରେ ୧୨.୦୨ ସମୟରେ ଏହି ପିଲାର ଜନ୍ମ ହୋଇଛି । ପିଲା ଓ ମା’ ର ଏକ ଫଟୋ ସାମ୍ନାକୁ ଆସିଛି । ଫଟୋରେ ନିଜର ନବଜାତ ଶିଶୁ ସହ ଖୁସିରେ ସେଲଫି ନେଉଛନ୍ତି ସେହି ମା’ ଜଣକ । ନବଜାତଟି ମା କୋଳରେ ଆରାମରେ ଶୋଇଯାଇଛି ।

ଉଲ୍ଲେଖନୀୟ ଏହା ଯେ , ଜୁଲାଇ ପହିଲାରୁ ବସ୍ତୁ ଓ ସେବା କର ଅର୍ଥାତ୍ ଜିଏସଟି ପୂରା ଦେଶରେ ଲାଗୁ ହୋଇଛି । ଏବେ ଏହି ଜିଏସଟି ଚର୍ଚ୍ଚା ସହ ପିଲାଟିର ନାମକରଣକୁ ନେଇ ମଧ୍ୟ ଚର୍ଚ୍ଚା  ।

(ସୌଜନ୍ୟ- ନବଭାରତ ଟାଇମ୍ସ )