ନୂଆ ରାଜଧାନୀ ଅମରାବତୀ ପାଇବ ଫିଲ୍ମ ‘ବାହୁବଳୀ’ର ଝଲକ ! ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶକ ରାଜାମୈାଲୀଙ୍କୁ ମାଗିଲେ ଡିଜାଇନର ସହାୟତା

61

ss-rajamouli_68ce051e-bf08-11e6-acf3-8522f55b22d1ଅମରାବତୀ : ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ଅମରାବତୀ ନେବ ନୂଆ ରୂପ । ଏହାର କିଛି ସରକାର ବାସଭବନକୁ ନୂଆ ଆକାର ଦିଆଯିବ । ଏଥିରେ ଦିଆଯିବ ଏକ ବିଶ୍ୱସ୍ତରୀୟ କଳା ସ୍ଥାପତ୍ୟର ଛାପ । ଏଥିପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସାହାଯ୍ୟ ଲୋଡିଛନ୍ତି ତେଲୁଗୁ ଫିଲ୍ମ ମେକର ଏସ ଏସ ରାଜାମୈାଲୀଙ୍କର । ଆଉ ଡିଜାଇନର ଦାୟିତ୍ୱ ନେଇଥିବା ବ୍ରିଟିଶ୍ ଆର୍କିଟେଚ୍ୟୁରାଲ୍ ଫାର୍ମକୁ କହିଛନ୍ତି ପ୍ରସିଦ୍ଧ ନିର୍ଦ୍ଦେଶକ ରାଜାମୈାଲୀଙ୍କର ଟିପ୍ସ ନେବାପାଇଁ ।

Chief-Minister-N.-Chandrababu-Naiduମୁଖ୍ୟମନ୍ତ୍ରୀ ନାଇଡଙ୍କ ପ୍ରସ୍ତାବକୁ ଗ୍ରହଣ କରି ରାଜାମୈାଲୀ ଲଣ୍ଡନ ଯାଉଛନ୍ତି । ଆସନ୍ତା ସପ୍ତାହରେ ଏହି ନିର୍ଦ୍ଦେଶକ ଯିବେ ଲଣ୍ଡନ । ଡିଜାଇନିଂ ରେ ସହାୟତା କରିବେ ବ୍ରିଟିଶ ଫୋଷ୍ଟର ଓ ଫାର୍ମ ପାର୍ଟନରମାନଙ୍କୁ । ଯେଉଂମାନେ ତିଆରି କରୁଛନ୍ତି ଅମରାବତୀର ଆକର୍ଷଣୀୟ ମଡେଲ୍ । ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ ଓ ବାହୁବଳୀ-୨’ରେ ସୁନ୍ଦର ସେଟ୍ ଓ ଏହି ଫିଲ୍ମରେ ମନୋଲୋଭା ଗ୍ରାଫିକ୍ସ ଡିଜାଇନିଂ ନେଇ ଖୁବ୍ ପ୍ରଶଂସିତ ହୋଇଛନ୍ତି ରାଜାମୈାଲୀ । ଯାହାକ ସାରା ବିଶ୍ୱରେ ଚର୍ଚ୍ଚା ସାଜିଛି । ଆଉ ଆନ୍ଧ୍ରର ଏହି ମଡେଲରେ ନିଶ୍ଚୟ ତାଙ୍କର ଅଭି ଜ୍ଞତା ଖୁବ୍ କାମ ଦେବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନାଇଡୁ । ଏଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନାଇଡୁ ରାଜାମୈାଲୀଙ୍କୁ ଏହି ପ୍ରୋଜେକ୍ଟର ସହାୟତା ପାଇଁ ପ୍ରସ୍ତାବ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବ୍ରିଟେନ ଓ ସଂଯୁକ୍ତ ଆରବ ଏମିରେଟ୍ ଗସ୍ତ ସମୟରେ ଅକ୍ଟୋବର ୨୫ରେ ଲଣ୍ଡନର ଏହି ଫାର୍ମକୁ ଯିବେ । ଡିଜାଇନକୁ ଦେଖି ଫାଇନାଲ କରିବେ । ଏହାପରେ ଆରମ୍ଭ ଅମରାବତୀର ନୂଆ କୋଠା ନିର୍ମାଣ ।

ଡିଜାଇନ ବନାଇବାର ଦାୟିତ୍ୱ ନେଇଥିବା ଏହି ଫାର୍ମ ଗୁରୁବାର ଦିନ ଅମରାବତୀର ବିଧାନସଭା ଭବନ ଓ ହାଇକୋର୍ଟର ଫାଇନାଲ ମଡେଲ ଉପସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ସୂଚନା ଅନୁସାରେ ସେ ବହୁତ ଖୁସି ବିଧାନସଭା ମଡେଲର ଲେ-ଆଉଟ୍ , ୱାଟରଫ୍ରଣ୍ଟ ଓ ଇଂଟେରିୟର ଡିଜାଇଜିଂକୁ ଦେଖି । କିନ୍ତୁ ଏହା ଆଉ ଟିକେ ଭଲ ହୋଇଥା’ନ୍ତା । ଆହୁରି ଅଧିିକ ସମୟ ଦେବାକୁ କହିଛନ୍ତି । କାରଣ ଏହା ଏକ ବିଶ୍ୱସ୍ତରୀୟ ଆର୍କିଟେଚର ହେବା ପାଇଁ ଏହାକୁ ଟିକେ ଭଲ ଭାବରେ କରିବାକୁ ପଡିବ । ଏବଂ ମନ୍ତ୍ରୀ ଡଃ ପି ନାରାୟଣ ଓ ୟାନାମାଲା ରାମା କ୍ରିଷ୍ଣୁଡୁଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରୋଜେକ୍ଟରେ ସେହି ଯୁବକମାନଙ୍କୁ ମଧ୍ୟ ସାମିଲ କରନ୍ତୁ । ଯେଉଁମାନଙ୍କର କଳା ଓ ବାସ୍ତୁଶିଳ୍ପ ସହ ଗଭୀର ସଂପର୍କ ରହିଛି ।
(ସୌଜନ୍ୟ- ଦ ହାନ୍ସ ଇଣ୍ଡିଆ)