ବଜାରକୁ ଆସିଲା କଦଳୀ ଫୋନ୍ ! ବ୍ୟାଟେରିର ଅବଧି ୭୦ ଘଣ୍ଟା

18

ଏବେ ବଜାରକୁ ଭିନ୍ନ ଭିନ୍ନ ଧରଣର ଫୋନ ସବୁ ଆସୁଛି । କଂପାନୀମାନେ ବିଭିନ୍ନ ପ୍ରକାର ମଡେଲର ଫୋନ୍ ତିଆରି କରୁଛନ୍ତି । ହେଲେ ଆମେରିକାର ଏକ ଷ୍ଟାର୍ଟଅପ୍ ତିଆରି କରିଛି ଏକ ଫୋନ୍ । ଯାହାକୁ ନେଇ ଏବେ ଆଲୋଚନା ।

ସୂଚନା ଅନୁସାରେ କଦଳୀ ଆକାରର ଏକ ପ୍ଲାଷ୍ଟିକ ଫୋନ ତିଆରି ହୋଇଛି । ଏହାର ଦାମ୍ ରହିଛି ୩,୨୦୦ଟଙ୍କା । ୟୁଜରର ସ୍ମାର୍ଟଫୋନର ବ୍ଲୁଟୁଥରେ ଏହି ଫୋନ୍ ସଂଯୋଗ ହୋଇଥାଏ । ଥରେ ଚାର୍ଜ କଲେ ଏହାର ବ୍ୟାଟେରି ୧୦ ଘଣ୍ଟା ଚାଲିଥାଏ । ଫୋନକୁ ବ୍ୟବହାର ନକଲେ ବ୍ୟାଟରିରେ ଚାର୍ଜ ୭୦ ଘଣ୍ଟା ରହେ । ଏହାକୁ ମାଇକ୍ରୋ ୟୁଏସବି ଦ୍ୱାରା ଚାର୍ଜ କରିହୁଏ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –