ଗୁଗୁଲ କଲା ପୁର୍ନମିଳନ : ୭ ବର୍ଷ ପରେ ଘରକୁ ଫେରିଲେ ହଜିଯାଇଥିବା ଝିଅ

21

ଗୁଗୁଲ କଲା ପୁର୍ନମିଳନ । ଟ୍ରେନରେ ଯାଉଥିଲେ ମାମୁଁଘର । ହେଲେ ନିଦ ଲାଗିଯାଇଥିବାରୁ ପହଚିଂଲେ ଆନ୍ଧ୍ରପ୍ରଦେଶରେ । ୫ ବର୍ଷର ଝିଅକୁ ସିଡବ୍ଲ୍ୟୁସି ଉଦ୍ଧାର କରିବା ପରେ ନେଲୋର ସରକାରୀ ଆବାସିକ ବିଦ୍ୟାଳୟରେ ପାଠପଢାଇଥିଲେ । ଏବେ ୭ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି ପୁରୀ ନିମାପଡାର ପୂଜା ଖବାଡିଆ । ସ୍କୁଲରେ ପଢିବା ବେଳେ ଗୁଗୁଲରେ ସର୍ଚ୍ଚ କରୁକରୁ ହଠାତ ଜଗନ୍ନାଥ ମନ୍ଦିର ଦେଖି ପିଲାଦିନ ଓ ପରିବାର କଥା ମନପଡିଯାଇଥିଲା ପୂଜାର । ଆଉ ସିଡବ୍ଲ୍ୟୁସିକୁ ସବୁ କଥା ପୂଜା କହିବା ପରେ ଏବେ ସେ ଘରକୁ ଫେରିଛନ୍ତି ।

୨୦୧୧ରେ ନିମାପଡାର ସାମ ଖବାଡିଆଙ୍କ ସାନ ଝିଅ ପୂଜା ଟ୍ରେନରେ ଯାଉଥିବା ବେଳେ ନିଦ ଲାଗିଯାଇଥିବାରୁ ଭୁଲରେ ପହଂଚିଥିଲେ ଆନ୍ଧ୍ରପ୍ରଦେଶରେ । ପୂଜା କିଛି କହିନପାରିବାରୁ ଆନ୍ଧ୍ରପ୍ରଦେଶ ପୁଲିସ ଓ ସିଡବ୍ଲ୍ୟୁସି ତାଙ୍କୁ ଉଦ୍ଧାର କରି ସ୍କୁଲରେ ପାଠ ପଢାଇଥିଲେ । ହେଲେ ୭ ବର୍ଷ ପରେ ଗୁଗୁଲରେ ପୁରୀ ମନ୍ଦିର ଦେଖି ପୂଜାଙ୍କର ସବୁ କଥା ମନ ପଡିଯାଇଥିଲା । ନେଲୋର ସିଡବ୍ଲ୍ୟୁସି ଓ ପୁଲିସ ସବୁ କଥା ପୂଜାଙ୍କଠୁ ଶୁଣିବା ପରେ ପୁରୀ ପୁଲିସ ସହ କଥା ହୋଇଥିଲେ । ଏବଂ ଗତ ୨୮ତାରିଖରେ ପୂଜା ନିଜକୁ ଘରକୁ ଫେରିବା ପରେ ଏବେ ପରିବାରର ଖୁସି କହିଲେ ନସରେ ।

୫ ବର୍ଷ ବୟସରୁ ହଜିଯାଇଥିବା ପୂଜା ଏବେ ୧୨ ବର୍ଷରେ ପହଚିଂଛି । ୭ ବର୍ଷ ପରେ ନେଲୋର ସିଡବ୍ଲ୍ୟୁସି ଓ ପୁଲିସ ସାହାର୍ଯ୍ୟରେ ଏବେ ସେ ଘରକୁ ଫେରିଛନ୍ତି ।