ରାସ୍ତା ନଥିବା ଗାଁ ! ଲୋକେ ଡଙ୍ଗାରେ କରନ୍ତି ଯାତାୟତ

47

ଆଜିର ଅତ୍ୟାଧୁନିକ ସମୟରେ ସବୁ କିଛି ଜିନିଷ ହାତ ପାହାନ୍ତାରେ । ମଣିଷ ଯେମିତି ସମୟକୁ ବାନ୍ଧି ଦେଇଛି ହାତ ମୁଠାରେ । ଯେଉଁଠି କି ଯିବାକୁ ତାକୁ ଲାଗୁଥିଲା ଅନେକ ଦିନ । ଏବେ ମାତ୍ର କିଛି କ୍ଷଣରେ ନିଜ ଲକ୍ଷ୍ୟ ସ୍ଥଳୀରେ ପହଁଛି ଯାଉଛି । ହେଲେ ଏସବୁ ସତ୍ୱେ ଏପରି ଏକ ସ୍ଥାନ ଅଛି ଯେଉଠି କି ଯିବାକୁ କୈାଣସି ରାସ୍ତା ନାହିଁ ।

ପ୍ରକାଶିତ ସୂଚନା ଅନୁସାରେ ନେଦରଲ୍ୟାଣ୍ଡରେ ଅଛି ଜିଥୋର୍ଣ୍ଣ ନାମକ ଏହି ଗାଁଟି । ଯେଉଁ ଗାଁକୁ ଯିବାକୁ କୈାଣସି ରାସ୍ତାର ସୁବିଧା ନାହିଁ । ଖାଲି ଏକ କେନାଲ ଦ୍ୱାରା ଏହି ଗାଁଟି ସଂଯୋଗ ହୋଇଛି ଅନ୍ୟ ଅଂଚଳକୁ । କେବଳ ନୈାକା ଉପରେ ଲୋକେ ଯାତାୟତ ପାଇଁ ନିର୍ଭରଶୀଳ । ଏକ ସାଇକେଲ ଯିବା ରାସ୍ତା ଏ ଗାଁରେ ତିଆରି ହୋଇଛି । ସୂଚନା ଅନୁସାରେ ଏହି ଗାଁଟିର ଲୋକସଂଖ୍ୟା ୨ହଜାର୬ଶହ ।
ଏହି ଗାଁଟିକୁ ଦେଖନ୍ତୁ ଏହି ଭିଡିଓରୁ –