ଜୟଲଳିତାଙ୍କ ବିୟୋଗରେ ଆତ୍ମହରା ସମର୍ଥକ : ୭୭ଜଣ ଲୋକ ହାରିଲେଣି ଜୀବନ

70

jaya13ତାମିଲନାଡୁର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେର ମୁଖ୍ୟ ଜୟଲଳିତା । ତାଙ୍କର ରୋଗଗ୍ରସ୍ତ ଅକାଳ ମୃତ୍ୟୁରେ ଦୁଃଖରେ ମର୍ମାହତ ତାମିଲନାଡୁ । କାନ୍ଦୁଛନ୍ତି ଲକ୍ଷ ଲକ୍ଷ ସମର୍ଥକ । ଚାରିଆଡେ ହାହାକାର ପଡିଯାଇଛି । ଏଆଇଏଡିଏମକେର ଦାବି ଅନୁସାରେ ୭୭ ଜଣ ଲୋକ ପ୍ରିୟ ଆମ୍ମାଙ୍କ ବିୟୋଗରେ ହାରିଛନ୍ତି ଜୀବନ । କେନ୍ଦ୍ରୀୟ ଏଜେନ୍ସି ଏହି ମୃତ୍ୟୁ ସଂଖ୍ୟା ୩୦ଜଣ ବୋଲି କହିଥିଲା ।

627801820ରାଜ୍ୟ ସରକାର ଏହି ମୃତକଙ୍କ ପରିବାରଙ୍କୁ ୩-୩ ଲକ୍ଷ ଲେଖାଏଁ ଟଙ୍କା ସାହାର୍ଯ୍ୟ ରାଶି ଦେବାକୁ ଘୋଷଣା କରିଛନ୍ତି । ଏହାସହ ଜୟ ଲଳିତାଙ୍କର ମୃତ୍ୟୁ ଖବର ଶୁଣି ଜଣେ ସମର୍ଥକ ନିଜ ଅଙ୍ଗୁଳି କାଟିବା ସହ ନିଜ ଦେହରେ ନିଆଁ ଲଗେଇଦେଇଥିଲେ । ତାଙ୍କୁ ମଧ୍ୟ ୫୦ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଜୟଲଳିତାଙ୍କ ରାଜନୈତିକ ଗୁରୁ ଏମଜି ରାମଚନ୍ଦ୍ରନଙ୍କ ମୃତ୍ୟୁରେ ରାଜ୍ୟରେ ପରିସ୍ଥିତି ଖୁବ୍ ଖରାପ ଥିଲା । ଦଙ୍ଗା ହଙ୍ଗାମା ବି ଆରମ୍ଭ ହୋଇଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଏହି ଦଙ୍ଗାରେ ୨୯ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।