ନିଜ ମା’କୁ ଗଣଦୁଷ୍କର୍ମରୁ ବଂଚାଇଲା ଝିଅ : ଚର୍ଚ୍ଚାରେ ୧୨ ବର୍ଷୀୟ ଝିଅର ସାହସ

33

ବରେଲି : ୧୨ ବର୍ଷର ଏକ ଝିଅର ସାହସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ନିଜ ମା’କୁ ଗଣ ଦୁଷ୍କର୍ମରୁ ବଂଚାଇଛି ଏହି ଝିଅଟି । ଏହି ଘଟଣା ଘଟିଛି ରବିବାର ରାତିରେ । ଝିଅଟି ୪ଜଣ ଦୁର୍ବୃତଙ୍କ ସାମ୍ନା ଏକା କରିଛି ଏବଂ ନିଜ ମା’କୁ କରିଛି ରକ୍ଷା । ଗାଁ ଲୋକେ ପାଟି ଶୁଣି ଆସିଲା ପରେ ସେଠାରୁ ପଳାଇଥିଲେ ଆକ୍ରମଣକାରୀମାନେ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି ଏହି ଖବର ।

ସୂଚନା ଅନୁସାରେ ମହିଳା ଜଣକ ନିଜର ଦୁଇ ପିଲାଙ୍କ କ୍ଷେତରେ ଥିଲେ । ୪ଜଣ ଲୋକ ଆସି ତାଙ୍କ ଉପରେ ଆକ୍ରମଣକରିଥିଲେ । ମହିଳାଙ୍କ କହିବାନୁସାରେ ତାଙ୍କୁ ସେହି ଅସାମାଜିକ ଲୋକେ ବଳପୂର୍ବକ ପାଖରେ ଥିବା ଏକ ଝୁମ୍ପୁଡି ଘରକୁ ଉଠାଇ ନେଇଥିଲେ ଏବଂ ସେଠାରେ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ବାହାରିଥିଲେ । କିନ୍ତୁ ତାଙ୍କ ୧୨ ବର୍ଷୀୟ ଝିଅ ସେହି ଦୁଷ୍କର୍ମକାରୀଙ୍କ ସହ ଧସ୍ତାଧସ୍ତି ଆରମ୍ଭ କରିଥିଲା । ସେମାନେ ଯେତେ ଧମକାଇ ମାଡପିଟ୍ କଲେ ବି ସେ ଝିଅ ସେମାନଙ୍କୁ ଛାଡିନଥିଲା ମା’ ପାଖକୁ । କିଛି ସମୟ ପରେ ସେମାନଙ୍କର ପାଟିଶୁଣି ଗାଁ ଲୋକେ ଦୈାଡି ଆସିଥିଲେ । ସେହି ୪ ଆକ୍ରମଣକାରୀ ସେଠାରୁ ପଳାଇଥିଲେ । ଦୁର୍ବୃତଙ୍କ  ଛୁରୀରେ ଆଘାତ ପାଇଥିବା ପୀଡାତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ ଗାଁ ଲାକେ ।

ଖବର ଅନୁସାରେ ସେହି ୪ ଆକ୍ରମଣକାରୀ ଗୋଟିଏ ଗାଁର । ପୀଡିତାଙ୍କ ପରିବାର ଲୋକେ ପୁଲିସରେ ଏହି ୪ଜଣକ ନାଁରେ ଏତଲା ଦେଇଛନ୍ତି । କାହାକୁ ଏଯାଏ ପୁଲିସ ଗିରଫ କରିନାହିଁ ।