ଗାଁର ସବୁ ଲୋକଙ୍କ ଜନ୍ମଦିନ ୧ ଜାନୁଆରୀରେ ! ଏମିତି ଅଛି ଏକ ଗାଁ

32

ଗୋଟିଏ ଅଜବ ଗାଁର ଗଜବ କଥା । ଏହି ଗାଁରେ ସବୁ ଲୋକଙ୍କର ଜନ୍ମଦିନ ୧ ଜାନୁଆରୀରେ । ଏମିତି ଏକ ଖବର ଏବେ ନଇ ଦୁନିଆ ଖବରରେ ପ୍ରକାଶ ପାଇଛି । ଏହି ଗାଁରେ ଛୋଟ ଠାରୁ ବଡ ପ୍ରତି ଲୋକଙ୍କ ଜନ୍ମ ସେହି ନିର୍ଦ୍ଦିଷ୍ଟ ମାସର ଗୋଟିଏ ତାରିଖରେ । ଏକଥା ସତ ହୋଇନପାରେ ହେଲେ ଏହି ଗାଁର ଲୋକଙ୍କ ଭୋଟର ଆଇଡି ଓ ଆଧାରକାର୍ଡରେ ଏହି ନିର୍ଦ୍ଦିଷ୍ଟ ତାରିଖ ରହିଛି ।

୨୦୦ ଜନସଂଖ୍ୟା ବିଶିଷ୍ଟ ମଧ୍ୟ ପ୍ରଦେଶର ଏହି ଚିଖଲାବଡି ଗାଁରେ ସବୁ ଗ୍ରାମବାସୀଙ୍କ ଜନ୍ମ ତାରିଖ ସରକାରୀ ରେକର୍ଡରେ ୧ ଜାନୁଆରୀ ଭାବେ ରହିଛି । ବିକାଶର ଅନେକ ଦୂରରେ ଏହି ଗାଁ । ସରକାରଙ୍କ ଯୋଜନା ଓ ବିକାଶମୂଖୀ କାର୍ଯ୍ୟକ୍ରମ ଏହି ଅଂଚଳ ପାଇଁ ଅପହଁଚ ।

ଏହାସହ ମଧ୍ୟ ଦେଖନ୍ତୁ – ଅନ୍ଧବିଶ୍ୱାସର ଅଜବ ଗାଁ : ସଂନ୍ଧ୍ୟା ହେଲେ ଝିଅଙ୍କୁ ପୋଷାକ ଖୋଲିବାକୁ କୁହାଯାଏ