୨୦୧୮ରେ ପୃଥିବୀ ସାମ୍ନାରେ ରହିଛି କି କିଛି ବିପଦ ? କଣ କହୁଛି ଜଣାଶୁଣା ଭବିଷ୍ୟତବକ୍ତା ନାସ୍ତ୍ରୋଦମସଙ୍କ ଗଣନା

156

ଫ୍ରାନ୍ସର ୧୬ତମ (୧୫୦୩ରୁ୧୫୬୬) ଦଶକର ଜଣାଶୁଣା ଭବିଷ୍ୟତବକ୍ତା ନାସ୍ତ୍ରୋଦମସଙ୍କ ଭବିଷ୍ୟତବାଣୀ ଆଜି ମଧ୍ୟ ସାରା ବିଶ୍ୱର ଅନେକ ବୈଜ୍ଞାନିକ ଏବଂ ଲୋକଙ୍କ ପାଇଁ ଏକ ଦ୍ୱନ୍ଦ୍ୱ ହୋଇ ରହିଯାଇଛି । ନାସ୍ତ୍ରୋଦମସ ଆଗାମୀ ୨୦ ଶତାଦ୍ଦି ପାଇଁ ୪୦୦ ବର୍ଷ ପୂର୍ବରୁ ଯେଉଁ ଭବିଷ୍ୟବାଣୀଗୁଡିକ କରିଥିଲେ ସେଗୁଡିକ ମଧ୍ୟରୁ ଅଧିକାଂଶ କଥା ଏବେ ସତ୍ୟ ଭାବେ ପ୍ରମାଣିତ ହୋଇଛି । ଯେଉଁଥିପାଇଁ ସାରା ବିଶ୍ୱର ଲୋକେ ନାସ୍ତ୍ରୋଦମସଙ୍କ ଲିଖିତ ପୁସ୍ତକକୁ ପଢିବା ଆରମ୍ଭ କରିଦେଇଛନ୍ତି । ନାସ୍ତ୍ରୋଦମସ ନିଜର କବିତା ଜରିଆରେ ଭବିଷ୍ୟବାଣୀ କରିଥିଲେ, ଯାହାକି ସତ୍ୟ ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଜାଣିବା ୨୦୧୮ ପାଇଁ ନାସ୍ତ୍ରୋଦମସ କଣ ଭବିଷ୍ୟବାଣୀ କରଥିଲେ ।

ନାସ୍ତ୍ରୋଦମସ ୨୦୧୮ ପାଇଁ ଯେଉଁ ଭବିଷ୍ୟବାଣୀ କରିଥିଲେ, ସେଥିମଧ୍ୟରୁ ଅନେକ ଭୟାବହ ଘଟଣାଗୁଡିକୁ ମଧ୍ୟ ଭବିଷ୍ୟବାଣୀ କରିଥିଲେ । ତାଙ୍କ କହିବା ମୁତାବକ, ୨୦୧୮ରେ ମୃତ ଆତ୍ମାଗୁଡିକ ନିଜର କବର ତଥା ସମାଧି ମଧ୍ୟରୁ ବାହାରକୁ ଚାଲି ଆସିବେ ଏବଂ ବିଶ୍ୱରେ ନିଜର ସ୍ଥିତି ଜାହିର କରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବେ । ଏହାଛଡା ତାଙ୍କର ଏହି ଭବିଷ୍ୟବାଣୀରେ ଅନେକ ପ୍ରାକୃତିକ ଦୁର୍ବିପାକ ସଂପର୍କରେ ବି କୁହାଯାଇଛି ।

ନାସ୍ତ୍ରୋଦମସ ନିଜ ଲିଖିତ ପୁସ୍ତକ ‘ଦ ପ୍ରୋଫେସିଜ’ରେ ତୃତୀୟ ବିଶ୍ୱ ଯୁଦ୍ଧ ନେଇ ଭବିଷ୍ୟତବାଣୀ କରିଛନ୍ତି । ଏଥିସହିତ ଗ୍ଲୋବାଲ ସିଷ୍ଟମରେ ଏକ ବଡ ଧରଣ ପରିବର୍ତ୍ତନ ହେବାକୁ ନେଇ ତାଙ୍କର ଏହି ଭବିଷ୍ୟତବାଣୀରେ ବି କହିଛନ୍ତି । ଭବିଷ୍ୟତବାଣୀ ମୁତାବକ, ତୃତୀୟ ବିଶ୍ୱ ଯୁଦ୍ଧ କେବଳ ଦୁଇ ଏବଂ ଦୁଇରୁ ଅଧିକ ଦେଶମାନଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ଦିଗ ମଧ୍ୟରେ ହେବ ଆଉ ସେ ହେଲା ପୂର୍ବ ଏବଂ ପଶ୍ଚିମ । ତେବେ ପୂର୍ବ ଏବଂ ପଶ୍ଚିମରେ ଥିବା ଦେଶଗୁଡିକ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି କାରଣରୁ ହିଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଭବିଷ୍ୟତବାଣୀରେ କୁହାଯାଇଛି ।

ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ ମୁତାବକ, ମଣିଷ ମଣିଷ ମଧ୍ୟରେ ହଣାକଟା ହେବ ଏବଂ ଯୁଦ୍ଧର ଅନ୍ତରେ କିଛି ଲୋକ ହିଁ ଶାନ୍ତିର ଆନନ୍ଦ ଉଠାଇବା ପାଇଁ ଜୀବିତ ରହିବେ । ଆକାଶ ମାର୍ଗରୁ ଖସିବ ଅଗ୍ନୀ ପେଣ୍ଡୁଳା ଏବଂ ଲୋକେ ଅସହାୟ ହୋଇପଡିବେ । ଉତ୍ତର କୋରିଆର ମୁଖିଆ କିମ ଜଙ୍ଗ ଉନଙ୍କର ଲଗାତର ନ୍ୟୁକ୍ଲିଆର ମିସାଇଲ ପରିକ୍ଷଣ ଦ୍ୱାରା ଲଗାତର ଭାବେ ଏହି ଭୟ ଲାଗି ରହିବ । ୨୦୧୮ରେ ଅନେକ ବିନାଶକାରୀ ଭୂମିକମ୍ପ ଆସିବ ବୋଲି ତାଙ୍କ ଭବିଷ୍ୟତବାଣୀରେ କୁହାଯାଇଛି । ଚୀନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ଦ୍ୱାରା ସବୁଠାରୁ ଅଧିକ ଲୋକେ ପ୍ରଭାବିତ ହେବେ ଏବଂ ଅନେକ ଲୋକଙ୍କର ମୃତ୍ୟୁ ଘଟିବ । ୨୦୧୮ର ଶୀତ ଋତୁରେ ପେଲିଫିକର ବେଲ୍ଟରେ ଜ୍ୱାଳା ଉଠିବ ଏବଂ ଅନେକ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ବିଶ୍ୱରେ ଭୟଙ୍କର ରୂପ ନେବେ । ବିଶ୍ୱର ଅନେକ ଭାଗରେ ବନ୍ୟା ମଧ୍ୟ ଆତଙ୍କ ସୃଷ୍ଟି କରିବ । ଚୀନ, ଜାପାନ ଏବଂ ଅଷ୍ଟ୍ରେଲିଆରେ ଟାଇଫୃନ ଆସିବ । ଋଷ ବର୍ଷା ଏବଂ ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବ ।

ଏହାବ୍ୟତୀତ ନାସ୍ତ୍ରୋଦମସ ୨୦୨୫ରେ ଶାନ୍ତିର ଯୁଗ ଆସିବ ବୋଲି ଭବିଷ୍ୟତବାଣୀରେ କହିଛନ୍ତି । ତେବେ ୨୦୧୮କୁ ବିଶ୍ୱରେ ତୃତୀୟ ବିଶ୍ୱ ଯୁଦ୍ଧ ହେବ ବୋଲି ଭବିଷ୍ୟତବାଣୀରେ କହିଛନ୍ତି । ଯେଉଁଥିରେ ହଣାକଟା, ମାରପିଟ୍ ଏବଂ ଆତଙ୍କି ସୃଷ୍ଟି ହେବ । ତେବେ ସେ ଏହି ଯୁଦ୍ଧ ଶେଷକୁ ନେଇ ମଧ୍ୟ ଭବିଷ୍ୟତବାଣୀ କରିଛନ୍ତି । ତାଙ୍କ ଅନୁସାରେ, ୨୦୨୫ରେ ବିଶ୍ୱରେ ପୁଣି ଶାନ୍ତି ସ୍ଥାପିତ ହେବ । ଯଦିଓ ଏହି ଶାନ୍ତି ଯୁଗର ଆନନ୍ଦ ଉଠାଇବା ପାଇଁ ଦୁନିଆରେ ମାତ୍ର କେଇଟା ଲୋକ ହିଁ ଜୀବିତ ରହିବେ ।

ସୌଜନ୍ୟ: ଆଜତକ୍