ଭୋଟରଙ୍କୁ ମନାଇବା ପାଇଁ ମୋଦିଙ୍କ ମହାଯୋଜନା: ବେରୋଜଗାର ଏବଂ ଚାଷୀଙ୍କୁ ପ୍ରତିମାସ ଦିଆଯିବ ‘ଫିକ୍ସଡ ସାଲାରୀ’

ଅତିରିକ୍ତ ବଜେଟରେ ହୋଇପାରେ ଘୋଷଣା

418

୨୦୧୯ ସାଧାରଣ ନିର୍ବାଚନର ସେମିଫାଇଲାନ କୁହାଯାଉଥିବା ନିକଟରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ହୋଇଛି ଶୋଚନୀୟ ପରାଜୟ । ଯେଉଁଥିରେ ଭାଙ୍ଗି ଚୂରମାର ହୋଇଯାଇଛି ମୋଦିଙ୍କ ପୁଣି ଥରେ ସରକାର ଗଢିବାର ସ୍ୱପ୍ନ । ତେବେ କାହିଁକି ବିଜେପିକୁ ନିରାଶର ମୁହଁ ଦେଖିବାକୁ ପଡିଛି ତାର କାରଣ ଖୋଜା ଚାଲିଥିବା ବେଳେ  ଏହାରି ଭିତରେ ଚର୍ଚ୍ଚାକୁ ଆସିଥିଲା ଦୁଇଟି ବଡ ମୁଖ୍ୟ ପ୍ରସଙ୍ଗ , ଗୋଟିଏ ହେଲା ବେକାରୀ ସମସ୍ୟା ଏବଂ ଅନ୍ୟଟି କୃଷକଙ୍କ ସମସ୍ୟା । ଯାହାକୁ ସରକାର ଦେଶରୁ ଦୂର କରିବାରେ ବିଫଳ ହୋଇଛନ୍ତି । ଚର୍ଚ୍ଚା ହେଉଛି କି ଏହି ଦୁଇଟି କାରଣ ପାଇଁ ବୋଧହୁଏ ବିଜେପି ଏହି ୫ଟି ରାଜ୍ୟରେ ସରକାର ଗଢିବାରେ ଅସଫଳ ହୋଇଛି ।

ତେବେ ହାରିବାର କାରଣର ଯାହା ହେଉନା କାହିଁକି ବିଜେପି ଏବେ ଭୋଟରକୁ ନିଜ ପ୍ରତି ଆକୃଷ୍ଟ କରିବା ପାଇଁ ଅଂଟା ଭିଡିଛି । ଏଥିପାଇଁ ତ ଦେଶର ମୁଖ୍ୟ ସମସ୍ୟାର ସମାଧାନ ପାଇଁ ତଥା ବେରୋଜଗାରୀ ଏବଂ କୃଷକଙ୍କ ସୁବିଧା ନିମନ୍ତେ ଏକ ବହୁତ ବଡ ଯୋଜନାକୁ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ମୋଦି ସରକାରଙ୍କ ଏହି ଯୋଜନାଟିର ନାଁ ରହିଛି ୟୁନିଭର୍ସାଲ ବେସିକ୍ ଇନକମ (Universal Basic Income Scheme) ।

ଏହି ଯୋଜନା ଅନୁଯାୟୀ, ଦେଶର ପ୍ରତିଟି ନାଗରିକଙ୍କ ଖାତାରେ ଏକି ନିଶ୍ଚିତ ରକମର ଅର୍ଥରାଶି ଜମା କରିବେ ଖୋଦ ସରକାର । ଏହାଦ୍ୱାରା ସେମାନଙ୍କୁ ନିଜ ଆବଶ୍ୟକତାକୁ ପୁରଣ କରିବାରେ ସହାୟତା ମିଳିବ । ସୂତ୍ର ମୁତାବକ, ଏନେଇ ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଯୋଜନାର ଏକ ପ୍ରେଜେଂଟେସନ ଦେଖିପାରନ୍ତି ଆଉ ଯଦି ସବୁ କିଛି ଠିକ୍ ଠାକ୍ ରହେ ତେବେ ଅର୍ଥମନ୍ତ୍ରୀ ଅରୁଜ ଜେଟଲୀ ଫେବ୍ରୃଆରୀ ୨୦୧୯ର ଅତିରିକ୍ତ ବଜେଟରେ ୟୁନିଭର୍ସାଲ ବେସିକ୍ ଇନକମ୍ ସ୍କିମର ଘୋଷଣା କରିପାରନ୍ତି ।

ସମସ୍ତ ମନ୍ତ୍ରାଳୟମାନଙ୍କଠାରୁ ମଗା ଯାଇଛି ରାୟ

ଯେଉଁଥିରେ ଏହି ଯୋଜନାକୁ କିଭଳି ଲାଗୁ କରାଯିବ ଏବଂ କଣ ଏହା କେବଳ କୃଷକଙ୍କ ପାଇଁ ଲାଗୁ କରାଯିବ କିମ୍ବା ସମସ୍ତ ଜନତାଙ୍କୁ ଏହି ଯୋଜନା ପରିସରରେ ଅଣାଯିବ । ଏସଂପର୍କରେ ବିଭିନ୍ନ ମନ୍ତ୍ରାଳୟଠାରୁ ରାୟ ମଗାଯାଇଛି । ଏଥିସହିତ ହିଁ ଏହି ଯୋଜନା ଅନୁଯାୟୀ ସର୍ବନିମ୍ନ ଆୟ କଣ ରହିବ, ଏସଂପର୍କରେ ବି ପରାମର୍ଶ ମଗାଯାଇଛି । ଏହି ମାମଲାରେ ସରକାରଙ୍କ ତରଫରୁ ଏକ ପ୍ୟାନେଲ ବି ଗଠନ କରାଯାଇପାରେ ।

ୟୁନିଭର୍ସାଲ ବେସିକ୍ ଇନକମ ସ୍କିମ କଣ

ୟୁନିଭର୍ସାଲ ବେସିକ୍ ଇନକମ ସ୍କିମ ଅନୁସାରେ, ସରକାର ଦେଶର ପ୍ରତିଟି ନାଗରିକଙ୍କୁ ବିନା କୌଣସି ସର୍ତ୍ତରେ ଏକ ନିର୍ଧାରିତ ରକମ ପ୍ରଦାନ କରନ୍ତି । ଏଥିରେ କିଛି ଖାସ୍ ଲୋକଙ୍କୁ , ଯେପରିକି ଗରିବ ସୀମାରେଖା ତଳେ ବାସ କରୁଥିବା ପରିବାର ଏବଂ କୃଷକଙ୍କୁ ପ୍ରାଥମିକତା ଦିଆଯାଇପାରେ । ଏଥିରେ ଦେଶର ୨୦ କୋଟି ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରେ । ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ତଥା ସିଇଏ ରହିଆସିଥିବା ଅରବିନ୍ଦ ସୂଭ୍ରମଣ୍ୟମ ୨୯ ଜାନୁଆରୀ ୨୦୧୮ରେ କହିଥିଲେ କି, ଆସନ୍ତା ବର୍ଷରେ ଗୋଟିଏ କିମ୍ବା ୨ଟି ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହୋଇପାରେ । ଏଠାରେ ଆମେ କହି ରଖୁଛୁ କି, ସୁଭ୍ରମଣ୍ୟମ ୨୦୧୬-୧୭ର ଆର୍ଥିକ ସର୍ଭେରେ ଏହାର ସୁପାରିସ୍ କରିଥିଲେ ।

କେଉଁଠୁ ଆସିଲା ୟୁନିଭର୍ସାଲ ବେସିକ୍ ଇନକମ ସ୍କିମ

ଏହି ଯୋଜନାର କନସେପ୍ଟ ଲଣ୍ଡନ ୟୁନିଭର୍ସିଟିର ଜଣେ ପ୍ରୋଫେସର ଗାୟ ଷ୍ଟ୍ୟାଣ୍ଡିଂ ଦେଇଥିଲେ । ଯେବେକି କିଛି ଖାସ୍ ଉଦ୍ଦେଶ୍ୟରେ ଲାଗୁ କରାଯାଉଥବା ଏହି ସ୍କିମକୁ ପାର୍ସଲ ବେସିକ୍ ଇନକମ ବୋଲି କୁହାଯାଏ । ଏହାକୁ ୧୯୬୭ରେ ମାର୍ଟିନ ଲୁଥର କିଙ୍ଗ ଜୁନିୟର ଗ୍ୟାରେଂଟି ଇନକମର ଆଇଡିଆ ଦେଇଥିଲେ, ଯେପରିକି  ଆୟର ଅସମାନତା କମ ହୋଇପାରିବ । ମଧ୍ୟପ୍ରଦେଶରେ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ଚାଲିଥିବା ପାୟଲଟ୍ ପ୍ରୋଜେକ୍ଟରେ ବହୁତ ସକରାତ୍ମକ ଫଳାଫଳ ଆସିଥିଲା । ଇନ୍ଦୋର ପାଖାପାଖି ୮ଟି ଗାାଁର ୬୦୦୦ ଅଧିବାସୀଙ୍କ ଭିତରେ ପୁରୁଷ ଏବଂ ମହିଳାଙ୍କୁ ୫୦୦ ଏବଂ ଛୋଟ ପିଲାକଙ୍କୁ ପ୍ରତିମାସ ୧୫୦ ଟଙ୍କା ଦିଆଗଲା ।

ସେହିପରି ତେଲେଙ୍ଗାନା ଏବଂ ଝାଡଖଣ୍ଡରେ ଏହି ଯୋଜନା ଭଳି ଏକ ଯୋଜନା ଲାଗୁ ହୋଇଛି । ଏଥିରେ ତେଲେଙ୍ଗାନା ସରକାର କୃଷକ ଋଣ ଛାଡ ନକରି ସେମାନଙ୍କୁ ଫସଲ ବୁଣିବା ପୂର୍ବରୁ ୪ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଯଦି ଜଣେ ଚାଷୀ ଦୁଇଟି ପୃଥକ ପୃଥକ ଫସଲ କରିବ, ତେବେ ତାକୁ ଚାରି ଚାରି ହଜାର ୮ ହଜାର ଟଙ୍କାର ସରକାରୀ ଆର୍ଥିକ ସହାୟତା ମିଳିବ । ଖାଲି ଏତିକି ନୁହେଁ ତେଲେଙ୍ଗାନା ସରକାର କୃଷକଙ୍କୁ ମାଗଣାରେ ବିଜୁଳୀ ବି ପ୍ରଦାନ କରିଛନ୍ତି, ଝାଡଖଣ୍ଡ ସରକାର ବି ନିକଟରେ ଏଭଳି ପ୍ରକାରର ଏକ ଯୋଜନା ଲଂଚ କରିଛନ୍ତି ।