କଙ୍କାଳ ସହ ରହୁଥିବା ଯୁବକର ସନ୍ଦେହ ଜନକ ମୃତ୍ୟୁ ! ଦୀର୍ଘ ୬ ମାସ ଧରି ରହୁଥିଲା ବଡ ଭଉଣୀ ସମେତ ୨ଟି କୁକୁରଙ୍କର କଙ୍କାଳ ସହିତ

40

କଥାଟା ହୁଏତ ଆପଣଙ୍କୁ ମିଛ ଲାଗୁ ଥାଇପାରେ । ମାତ୍ର ବାସ୍ତବରେ ଏହା ସତ୍ୟ ଅଟେ । ତେବେ ଏହି ଘଟଣାଟି କୌଣସି ଉପାନ୍ତ ଅଂଚଳରେ ଘଟି ନାହିଁ ବରଂ କଲିକତାର ଏକ ବ୍ୟସ୍ତ ବହୁଳ ଇଲାକାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ବଡ ଭଉଣୀର କଙ୍କାଳ, ଦେହାବଶେଷ ଓ ଦୁଇ କୁକୁରଙ୍କ ସହ ଘର ଭିତରେ ଦୀର୍ଘ ୬ମାସ ବିତାଇଥିବା ବ୍ୟକ୍ତିର ନିକଟରେ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ସେ ରହୁଥିବା ଆପାର୍ଟମେଂଟର ଗାଧୁଆ ଘରୁ ତାର ଦରପୋଡା ମୃତଦେହ ଉଦ୍ଧାର କରଥିଲା ପୋଲିସ । ତେବେ ପାରିପାଶ୍ୱିର୍କ ଆବସ୍ଥାକୁ ଲକ୍ଷ କରି ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରିଛି । ତେବେ ସଂପୃକ୍ତ ବ୍ୟକ୍ତିର ନାମ ପାର୍ଥ ଦେ, ବୟସ ପ୍ରାୟ ୪୫ ବର୍ଷ ।

୨ ମାସ ପୂର୍ବେ ପାର୍ଥ ତାଙ୍କ ୫୦ ବର୍ଷୀୟ ଭଉଣୀ ଦେବଯାନୀଙ୍କ କଙ୍କାଳକୁ ପୋଷାକ ପିନ୍ଧାଇ ତା ସହ ରହୁଥିବା କଥା ଜଣାପଡିଥିଲା ଆଉ ଏକଥା ଜାଣିବା ପରେ ପୋଲିସ ସେଠାରେ ପହଂଚି ଉକ୍ତ କଙ୍କାଳଟିକୁ ଜବତ କରିବା ସହ ପାର୍ଥଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଖାଲି ସେତିକି ନୁହେଁ ସେହି ସମୟରେ ମଧ୍ୟ ପାର୍ଥଙ୍କ ଘରୁ କଙ୍କାଳ ସମେତ ତାଙ୍କର ୨ଟି ପୋସା କୁକୁରଙ୍କର ମଧ୍ୟ ମୃତ ଦେହ ଉଦ୍ଧାର କରାଯାଇଥିଲା । ମାତ୍ର ତଦନ୍ତରୁ ଯାହା ଜଣାପଡିଥିଲା କି ଦେବଯାନୀଙ୍କ ମୃତ୍ୟୁ ଅତ୍ୟଧିକ ଉପବାସ କାରଣରୁ ହିଁ ଘଟିଥିଲା । ପାର୍ଥଙ୍କ ମାନସିକ ଅବସ୍ଥା ଖରାପ କାରଣରୁ ପୋଲିସ ତାଙ୍କୁ ପ୍ରାଥମିକ ତଦନ୍ତ ପରେ ଛାଡିଦେଇଥିଲେ ଆଉ ସେହିଦିନଠାରୁ ପାର୍ଥ ଘରେ ଏକାକୀ ରହୁଥିଲେ । ତେବେ ନିକଟରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି ।