ଫେରସ୍ତ ଚାହୁଁଛନ୍ତି କି, ଛାଡି ଦେଇଥିବା ଗ୍ୟାସ ସବସିଡି ? ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ, ସଙ୍ଗେ ସଙ୍ଗେ ଆପଣଙ୍କ ଖାତାକୁ ଚାଲିଆସିବ ଟଙ୍କା

43

ଯେଉଁ ଏଲପିଜି ଗ୍ରାହକମାନେ ସବସିଡି ଫେରାଇ ଦେଇଥିଲେ ସେମାନେ ପୁଣି ସେହି ସବସିଡି ପାଇବାକୁ ଆବେଦନ କରିପାରିବେ। ସେମାନଙ୍କୁ ନିଜ ଗ୍ୟାସ୍ ଏଜେନ୍ସିରେ ସେଥିପାଇଁ ଆବେଦନ କରିବାକୁ ପଡ଼ିବ। ଏଲପିଜି ଦରରେ ଅହେତୁକ ବୃଦ୍ଧି ହେବା ପରେ ସବସିଡି ଫେରାଇଥିବା ଗ୍ରାହକଙ୍କୁ ପୁଣି ସବସିଡି ଦିଆଯିବ। ସବସିଡି ପାଇଁ ଆବେଦନ କରିବା ବେଳେ ଗ୍ରାହକଙ୍କୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ଯେ ତାଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ କମ୍। ଆଧାର ଓ ବ୍ୟାଙ୍କ ଖାତା ବିବରଣୀ ମଧ୍ୟ ଦେବାକୁ ପଡ଼ିବ।

ଗତ ଦୁଇ ବର୍ଷ ଭିତରେ ଅଣ-ସବ୍ସିଡି ଏଲ୍ପିଜି ଦର ୩୮୦ ଟଙ୍କା ବଢ଼ିଛି। ସେହି ସମୟ ଭିତରେ ଏଲପିଜି ଉପରେ ପ୍ରଦାନ କରାଯାଉଥିବା ସବସିଡି ପରିମାଣ ମଧ୍ୟ ୬ ଗୁଣା ବୃଦ୍ଧି ପାଇ ୩୭୬ ଟଙ୍କାରେ ପହଞ୍ଚିଗଲାଣି। ଦୁଇ ବର୍ଷ ତଳେ ଗୋଟିଏ ସିଲିଣ୍ଡର ଉପରେ ୬୨ ଟଙ୍କା ୫୦ ପଇସାର ସବସିଡି ଦିଆଯାଉଥିଲା। ଏବେ ସିଲିଣ୍ଡର ପିଛା ୩୭୬ ଟଙ୍କା ୬୦ ପଇସାର ସବସିଡି ମିଳୁଛି। ଏଲପିଜି ଦର କମ୍ ଥିବା ସମୟରେ ସବ୍ସିଡି ଛାଡ଼ିବାକୁ ସ୍ବଚ୍ଛଳ ବର୍ଗର ଲୋକମାନଙ୍କୁ ସରକାର ଆହ୍ବାନ ଦେଇଥିଲେ। ଦେଶରେ ଥିବା ୨୪.୫ କୋଟି ଏଲ୍ପିଜି ଗ୍ରାହକଙ୍କ ମଧ୍ୟରୁ ପାଖାପାଖି ୨ କୋଟି ଲୋକ ସ୍ବେଚ୍ଛାକୃତ ଭାବେ ସବସିଡି ଛାଡ଼ି ଦେଇଥିଲେ। ସେମାନଙ୍କ ମଧ୍ୟରେ ଏଭଳି ଅନେକ ଗ୍ରାହକ ରହିଛନ୍ତି ଯେଉଁମାନଙ୍କ ବାର୍ଷିକ ଆୟ ସୀମିତ। ଏଲପିଜିର ଚଢ଼ା ଦରକୁ ଦେଖି ସେମାନେ ପୁଣି ନିଜର ସବସିଡି ପାଇବାକୁ ଚାହୁଛନ୍ତି।

ଯେଉଁମାନଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ, ଯେଉଁମାନେ ଆଧାର ଓ ବ୍ୟାଙ୍କ ଖାତା ବିବରଣୀ ଦାଖଲ କରିବାରେ ବିଫଳ ହୋଇଥିଲେ ସେମାନଙ୍କୁ ସବସିଡି ମିଳୁନାହିଁ। ଚଳିତ ବର୍ଷ ତେଲ କଂପାନିଗୁଡ଼ିକୁ ସରକାର ଏଲପିଜି ସବସିଡି ବାବଦରେ ୬୬% ଅଧିକ ଟଙ୍କା ଗଣିବେ। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବଜେଟ୍ରେ ଧାର‌୍ୟ୍ୟ ହୋଇଥିବା ଲକ୍ଷ୍ୟଠାରୁ ଅଧିକ ୧୨୦୦୦ କୋଟି ଟଙ୍କାର ଗ୍ୟାସ୍ ଓ କିରାସିନି ସବସିଡି ବାବଦରେ ଦେବାକୁ କଂପାନିଗୁଡ଼ିକ ସରକାରଙ୍କୁ କହିଛନ୍ତି।