ଭୂତ ପ୍ରେତଙ୍କ ଗାଁ କୂଳନ୍ଧରା! ଯାହା ପଛରେ ଲୁଚି ରହିଛି ଏକ ରହସ୍ୟମୟ କାହାଣୀ

157

ଆପଣ ଭାନଗଡ୍ ଦୁର୍ଗ ବିଷୟରେ ଶୁଣିଥିବେ ନିଶ୍ଚୟ । ମାତ୍ର କିଛି ଏଭଳି କାହାଣୀ ମଧ୍ୟ ଦେଖିବାକୁ ମିଳିଛି କୂଳନ୍ଧରା ଗାଁରେ । ଯାହା ନା କେବଳ ରାଜସ୍ଥାନରେ ନୁହେଁ ବରଂ ବିଦେଶରେ ମଧ୍ୟ ଜଣାଶୁଣା । ବର୍ତ୍ତମାନ ଏହି ଗାଁଟି ‘ହଂଟେଡ ଭିଲେଜ’ ତଥା ଭୂତ ଗାଁ’ରେ ନାମରେ ଚର୍ଚ୍ଚିତ । ଭାନଗଡ୍ ଭଳି ଏହି ଗାଁ ମଧ୍ୟ ରାତାରାତି ହୋଇଛି ଜନଶୂନ୍ୟ । ଆଉ କେହି ମଧ୍ୟ ସେଠାକୁ ରହିବାକୁ ଫେରିବା ପାଇଁ ଇଚ୍ଛା କରି ନାହାଁନ୍ତି । ତେବେ ଏହି ଗାଁରଏଭଳି ଜନଶୂନ୍ୟ ହେବା ପଛରେ ଲୁଚି ରହିଛି ଏକ ରହସ୍ୟମୟ କାହାଣୀ ।

ଥର ମରୁଭୂମି ନିକଟରେ ଅବସ୍ଥିତ ଏହି ଗାଁ ଜୈସଲମେର ସହରଠାରୁ ମାତ୍ର ୧୭ କିମି ଦୂରରେ ଅବସ୍ଥିତ । ସଂପୂର୍ଣ୍ଣ ରୂପେ ଜନଶୂନ୍ୟ ହୋଇପଡିଥିବା ଏହି ଗାଁଟିରେ ପୂର୍ବରୁ ପାଖାପାଖି ୮୪ଟି ବ୍ରାହ୍ମଣ ପରିବାର ବସବାସ କରୁଥିଲେ । ପୌରାଣିକ କଥା ଅନୁସାରେ, କେବେ ଜନଗହଳି ପୂର୍ଣ୍ଣ ରହିଆସୁଥିବା ଏହି ଗାଁ ଉପରେ ସଲୀମ ସିଂହ ନାମକ ଜଣେ କ୍ରୁର ତଥା ମନ୍ଦବ୍ୟକ୍ତିର ଖରାପ ଦୃଷ୍ଟି ପଡିଯାଇଥିଲା । ସେ ସେହି ଗାଁର ଜଣେ ପୂଜାରୀର ଝିଅ ଉପରେ ସଲୀମର ଲୋଲୁପ ଦୃଷ୍ଟି ପଡିଥିଲା । ତେବେ ସେ ଝିଅଟିକୁ ଜୋରଜବରଦସ୍ତ ବିବାହ କରିବାକୁ ଉଦ୍ୟମ କରିଥିଲା ମାତ୍ର ଗାଁର ଲୋକମାନେ ତାକୁ ବିରୋଧ କରିଥିଲେ । ଖାଲି ସେତିକିରେ କଥା ସରି ନଥିଲା ସେ ଝିଅଟିକୁ ଅବଶ୍ୟ ବିବାହ କରିବ ବୋଲି ଧମକ ଦେବା ସହ ଗାଁଲୋକଙ୍କୁ କିଛି ସମୟ ମହଲତ ଦେଇଥିଲା । ମାତ୍ର ଏହି ସଂଘର୍ଷ ଯେତିକି ଜଣେ ମହିଳାର ସମ୍ମାନ ପାଇଁ ଥିଲା ସେତିକି ମଧ୍ୟ ଗାଁ ଲୋକଙ୍କ ଆତ୍ମସମ୍ମାନ ଉପରେ ମଧ୍ୟ ରହିଥିଲା ।

ଏହି ପ୍ରସଂଗକୁ ନେଇ ଗାଁରେ କେତେକ ବୃଦ୍ଧିଜୀବୀ ତଥା ବୟୋଜେଷ୍ଠ୍ୟ ବ୍ରାହ୍ମଣଙ୍କୁ ନେଇ ସଭା ବସିଲା । ଏହି ସଭାରେ ପାଖାପାଖି ୫ ହଜାରରୁ ଅଧିକ ପରିବାର ନିଜର ସମ୍ମା ପାଇଁ ରିୟାସତ ଛାଡିବାକୁ ନିଷ୍ପତି ନେଇଥିଲେ । ଆଉ ପରଦିନ ସଂନ୍ଧ୍ୟାରେ କୂଳନ୍ଧରା ଗାଁ ହୋଇ ଯାଇଥିଲା ଜନଶୂନ୍ୟ । ଆଉ ଏ ଯାବତ୍ ସେହି ଗାଁରେ ରହିବାକୁ କେହି ଫେରି ନାହାଁନ୍ତି ।କୁହାଯାଏ ଗାଁ ଛାଡିବା ସମୟରେ ସେହି ବ୍ରାହ୍ମଣମାନେ ଅଭାଶାପ ଦେଇଥିଲେ କି ଏହି ସ୍ଥାନରେ କେହି ବି ରହିବାକୁ ସକ୍ଷମ ହୋଇପାରିବେ ନାହିଁ । ସେବେଠୁ ଆଜି ଯାଏଁ ଏହି ଶୁନଶାନ୍ ଗାଁ ନକରାତ୍ମକ ଶକ୍ତି କବଳରେ ରହିଆସୁଛି । ଯାହାକି ସେଠାକୁ ଯାଉଥିବା ଲୋକଙ୍କୁ ନିଜର ସ୍ଥିତି ରହିଥିବା ନେଇ ଅନୁଭବ କରାନ୍ତି ।