ଜିଓ ୪ଜି ଫିଚର ଫୋନ୍ ହେବ କେବଳ ସିଙ୍ଗିଲ୍ ସିମ୍ ବିଶିଷ୍ଟ ! ଚାଲିବ ନାହିଁ ହ୍ୱାଟସଆପ୍

42

ରିଲାଏନ୍ସର ଯଦି କୋଣସି ବି ପ୍ରଡକ୍ଟ ବଜାରକୁ ଆସିଯାଏ ତେବେ ତାକୁ ନେଇ ଲୋକେ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ରହିବା ସୁନିଶ୍ଚିତ ଅଟେ । ଆମେ ଏପରି କହିବାର ତାତ୍ପର୍ଯ୍ୟ ହେଲା ନିକଟରେ ରିଲାଏନ୍ସ ଜିଓ ୪ଜି ଫିଚର୍ ଫୋନ ଲଂଚ କରିଛି । ଯାହାକୁ ନେଇ ଏବେ ବଜାରରେ ସୃଷ୍ଟି ହୋଇଛି ଅନେକ ଦ୍ୱନ୍ଦ୍ୱ ।

ଖାଲି ସେତିକି ନୁହେଁ ଫୋନର ଫିଚରକୁ ନେଇ ମଧ୍ୟ ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଫୋନ୍ ଲଂଚ ହେବା ପୂର୍ବରୁ ଖବର ଆସିଥିଲା କି ଫୋନ୍ ଦୁଇଟି ଭିନ୍ନ ଭିନ୍ନ ରୂପରେ ବଜାରକୁ ଆସିବ । ଗୋଟିକରେ କ୍ୱାଲକମ ସ୍ନାପଡ୍ରାଗନର ୨୦୫ ପ୍ରୋସେସର ଏବଂ ଅନ୍ୟଟିରେ ସ୍ପ୍ରିଡଟ୍ରମର ପ୍ରୋସେସର ରହିବ । ସେହିପରି ବର୍ତ୍ତମାନ ଆସିଥିବା ଖବରଟି, ଫୋନର ସବୁଠାରୁ ବିଶେଷ ଫିଚର ସଂପର୍କରେ । ଯାହାକୁ ଜାଣିବା ପାଇଁ ସଭିଁଙ୍କ ମଧ୍ୟରେ ଉକ୍ରଣ୍ଠା ଭରି ରହିଛି ।

ବଡ ଖବର ହେଲା, ଜିଓର ଏହି ୪ଜି ଫୋନରେ, ଡୁଆଲ୍ ସିମ୍ ସପୋର୍ଟ କରିବ ନାହିଁ । ଅର୍ଥାତ୍ ଫୋନରେ କେବଳ ଗୋଟିଏ ହିଁ ସିମ୍ କାର୍ଡ ବ୍ୟବହାର କରାଯାଇପାରି. ଆଉ ସେ ପୁଣି ଜିଓର । ଫୋନ୍ ସହିତ ହିଁ ଜିଓ ସିମ୍ ସଂଯୋଗ ହୋଇ ମିଳିବ । ଯାହାର ସୂଚନା ଖୋଦ୍ କଂପାନୀର ଜଣେ ଅଧିକାରୀ ଦେଇଛନ୍ତି ।

ଯଦିଓ ସେ ପୁଣି ମଧ୍ୟ କହିଛନ୍ତି, ଫୋନର ଡୁଆଲ୍ ସିମ୍ ସପୋର୍ଟ ଭର୍ସନ ଆଗାମୀ ଦିନରେ ବଜାରକୁ ଆସିପାରେ । ତେବେ ଏଠାରେ ଆମେ କହି ରଖୁଛୁ କି, ଜିଓ ଫୋନର ବିଟା ଭର୍ସନର ଟ୍ରାୟଲ୍ ୧୫ ଅଗଷ୍ଟରୁ କରାଯିବ, ସେହିପରି ୨୪ ଅଗଷ୍ଟରୁ ଫୋନର ପ୍ରି-ବୁକିଂ ଆରମ୍ଭ ହେବ । ୧,୫୦୦ ଟଙ୍କାରେ ଫୋନ୍ର ବୁକିଂ ଆରମ୍ଭ କରାଯିବ । ଏହାପରେ ପ୍ରଥମେ ଆସ, ପ୍ରଥମେ ପାଅ ଆଧାରରେ ଫୋନ୍ ମିଳିବ ।

ଜିଓ ଫୋନରେ, ୨.୪ ଇଂଚର ଡିସପ୍ଲେ ରହିଛି । ଫୋନରେ ଡୁଆଲ୍ କ୍ୟାମେରା ବି ରହିଛି । ଏହାବ୍ୟତୀତ୍ ଫୋନରେ ଜିଓ ସିନେମା, ଜିଓ ଆପ୍ ଏବଂ ଫେସବୁକ ଭଳି ଆପ୍ ଇନଷ୍ଟଲ ହୋଇଛି । ଯଦିଓ ଫୋନରେ ହ୍ୱାଟସଆପ ଚାଲିବ ନାହିଁ ତେବେ ଫୋନରେ ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ, ପାନିକ୍ ବଟନ, ମାଇକ୍ରୋ ଏସଡି କାର୍ଡ ସ୍ଲର୍ଟ, ଟର୍ଚ୍ଚ ଲାଇଟ୍, ଏଫଏମ୍ ରେଡିଓ ଏବଂ ୨୨ଟି ଭାଷାର ସପୋର୍ଟ ଦିଆଯାଇଛି । ଏହି ଫୋନ ସହିତ ୧୫୩ ଟଙ୍କିଆ ଅଫର ବି ଦିଆଯାଇଛି । ଯାହା ଗ୍ରାହକଙ୍କୁ ଗୋଟିଏ ମାସ ଯାଏଁ ଅସୀମିତ ଡାଟା, କଲିଂ ଏବଂ ମେସେଜ ଆଦି ମାଗଣା ବ୍ୟବସ୍ଥା ରହିଛି ।

ସୌଜନ୍ୟ: ଅମର ଉଜାଲା