ଗାଡି ମାଲିକଙ୍କ ପାଇଁ ଖୁସି ଖବର: ଏଣିକି ପ୍ରାକୃତିକ ବିପର୍ଯ୍ୟୟରେ ଗାଡି ନଷ୍ଟ ହେଲେ ପୃଥକ ଭାବେ ମିଳିବ ଇନସ୍ୟୁରାନ୍ସ କଭର

417

ଗାଡି ମାଲିକଙ୍କ ପାଇଁ ଖୁସି ଖବର । ସାଧାରଣ ଇନସ୍ୟୁରାନ୍ସ କଂପାନୀମାନେ ଏଣିକି ଯାନବାହାନଗୁଡିକୁ ଭୂମିକମ୍ପ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଏବଂ ଦଙ୍ଗା ଭଳି ଘଟଣାରୁ ହେଉଥିବା କ୍ଷୟକ୍ଷତି ପାଇଁ ପୃଥକ ଭାବେ ଇନସ୍ୟୁରାନ୍ସ କଭର ଉପଲବ୍ଧ କରାଇବେ । ବୀମା ନିୟାମକ ପ୍ରାଧିକରଣ ତଥା irda ସାଧାରଣ ଇନସ୍ୟୁରାନ୍ସ କଂପାନୀଗୁଡିକୁ ସେପ୍ଟେମ୍ବର ୧ ତାରିଖରୁ ଉଭୟ ନୂଆ ଏବଂ ପୁରୁଣା ଗାଡି ପାଇଁ ପୃଥକ ଭାବେ ଏପ୍ରକାରର ଇନସ୍ୟୁରାନ୍ସ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛି ।

ଭାରତୀୟ ବୀମା ନିୟାମକ ପ୍ରାଧିକରଣ (irda) ତରଫରୁ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତିକୁ ନଜରରେ ରଖି ନିଜର ପୂର୍ବାଦେଶରେ ପରିବର୍ତ୍ତନ କରି କହିଛି କି, ସେପ୍ଟେମ୍ବର ୧ ତାରିଖରୁ ଉଭୟ କାର ଏବଂ ବାଇକଗୁଡିକ ପାଇଁ ଏ ପ୍ରକାରର One-time bundle ପଲିସି କିଣିବା ଏବେ ବାଧ୍ୟତାମୂଳକ ହେବ ନାହିଁ । ଗାଡିକୁ ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦଙ୍ଗା ବା ହିଂସାରେ ଭଙ୍ଗାରୁଜା ହେଉଥିବା ୱନ ଡ୍ୟାମେଜ ସମସ୍ୟାରୁ ବଂଚାଇବା ପାଇଁ କିଣିଥିବା ଇନସ୍ୟୁାରନ୍ସ ପଲିସିକୁ ବିକଳ୍ପ ରଖାଯିବ ।

ଭାରତୀୟ ବୀମା ନିୟାମକ ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ନୂଆ ଘୋଷଣାପତ୍ରରେ କୁହାଯାଇଛି କି, ବୀମା କଂପାନୀମାନଙ୍କୁ ସେପ୍ଟେମ୍ବର ୧ ତାରିଖରୁ ଭଉୟ ନୂଆ ଏବଂ ପୁରୁଣା ଗାଡିମାନଙ୍କ ପାଇଁ ବାର୍ଷିକ ସ୍ୱତଃ କ୍ଷୟକ୍ଷତିର କଭର ବିଶିଷ୍ଟ ପଲିସି ରଖିବାକୁ ହେବ । ଏଥିରେ ପଲିସିଧାରକଙ୍କ ଅଭିଯୋଗ ଅନୁସାରେ ନିଆଁ ଏବଂ ଚୋରି ଜନତି କ୍ଷୟକ୍ଷତିକୁ ବି ପରିସର ଭୁକ୍ତ କରାଯାଇପାରେ ।

ଇନସ୍ୟୁରାନ୍ସ କଂପାନୀଗୁଡିକକୁ ପୃଥକ ଭାବେ ୱନ ଡ୍ୟାମେଜର କଭର ସହିତ ପୁରା ପ୍ୟାକେଜ ପଲିସି ରଖିବାକୁ ବି ବିକଳ୍ପ ଦିଆଯିବ । ଏଥିରେ ଥାର୍ଡ ପାର୍ଟି ଇସ୍ୟୁରାନ୍ସ ପଲିସି ସହିତ ହିଂ ସ୍ୱତଃ କ୍ଷୟକ୍ଷତିର ରିକ୍ସ କଭର ବି ରହିବ । ବର୍ତ୍ତମାନ କଂପାନୀମାନଙ୍କୁ ସ୍ୱତଃ କ୍ଷୟକ୍ଷତି ବାଲା ଇନସ୍ୟୁରାନ୍ସ ପଲିସି ଲମ୍ବା ଅବଧି ପାଇଁ ଜାରି କରିବାର ଅନୁମତି ମିଳିବ ନାହିଁ ।