ସାରା ଦେଶରେ ଏଣିକି ଗୋଟିଏ ହିଁ ଜରୁରୀକାଳୀନ ‘ମୋବାଇଲ ଆପ୍’ । ଗୋଟିଏ କ୍ଲିକରେ ହିଁ ମହିଳାଙ୍କ ନିକଟରେ ତୁରନ୍ତ ପହଂଚିବେ ପୁଲିସ୍ ଅଧିକାରୀ

108

ଗତକାଲି (ଶନିବାର) ସାଧାରଣ ଜନତାଙ୍କର ସୁରକ୍ଷା ପାଇଁ ସାରା ଦେଶରେ ମୋବାଇଲ ଆପ ତଥା ‘୧୧୨ ଇଣ୍ଡିଆ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଯାହା ଏକ ଜୁରୁରୀକାଳୀନ ନମ୍ବର ଅଟେ । ଏଥିସହିତ ହିଁ ଗୃହମନ୍ତ୍ରୀ କହିଛନ୍ତି କି, ଏହି ଆପରେ ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଫିଚର ‘ସାଉଟ’ ଉପରେ କ୍ଲିକ୍ କରିବା କ୍ଷଣି ହିଁ ସାରା ଦେଶରେ ତତକାଳ ପୁଲିସ୍ କିମ୍ବା କୌଣସି ଭଲିଣ୍ଟରଙ୍କର ସହାୟତା ଅସୁବିଧାରେ ପଡିଥିବା ମହିଳାଙ୍କୁ ମିଳିବ ।

ଏଠାରେ ଆମେ କହି ରଖୁଛୁ କି, ୧୧୨ ନମ୍ବର ଏକ ଅନ୍ତରାଷ୍ଟ୍ରୀୟ ଏମରଜେନ୍ସି ନମ୍ବର ଏବଂ ବିଶ୍ୱର ଅଧିକାଂଶ ସମୃଦ୍ଧିଶାଳୀ ଦେଶଗୁଡିକରେ ଏହି ନମ୍ବର ଉପରେ ସମସ୍ତ ଏମରଜେନ୍ସି ସେବାଗୁଡିକ ଉପଲବ୍ଧ । ଏହି ସିଷ୍ଟମ ସହିତ ସାରା ଦେଶରେ ଭଲିଣ୍ଟିୟର ପଂଜିକୃତ କରାଯାଇଛି । ଯେତେବେଳେ ମହିଳା କୌଣସି ଅସୁବିଧାରେ ପଡି ଏହି ଫିଚର ଉପରେ କ୍ଲିକ୍ କରିବେ ସେତେବେଳେ ଏହି ସିଷ୍ଟମ ତତକାଳ ତାଙ୍କର ଆଖପାଖ ଉପଲବ୍ଧ ଥିବା କୌଣସି ବି ଭଲିଣ୍ଟରଙ୍କୁ ତାଙ୍କର ସହାୟତା ପାଇଁ ସିଗନାଲ ପଠାଇଦେବ । ଏହି ଆପ ଅସୁବିଧାରେ ଫଶିଥିବା ମହିଳାଙ୍କୁ ଜିପିଏସ ଜରିଆରେ ଟ୍ରାକ କରି ସହାୟତା ପହଂଚାଇବାରେ ବି ଭଲିଣ୍ଟରଙ୍କୁ ସହଯୋଗ କରିବ ।

ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କି, ଇଆଇଏସଏସ ପ୍ରୋଜେକ୍ଟ ଅନୁସାରେ ସାରା ଦେଶରେ ଗୋଟିଏ ହିଁ ଜରୁରୀକାଳୀନ ନମ୍ବର ‘୧୧୨’ ଡାଏଲ କରିବା ଦ୍ୱାରା ଜନତାଙ୍କୁ ପୁଲିସ୍, ସ୍ୱାସ୍ଥ୍ୟ ଏବଂ ଫାୟାର ଆଦି ସୁବିଧା ମିଳିବ । ସେ କହିଛନ୍ତି କି, ପୁଲିସ ସହାୟତା ପାଇଁ ୧୦୦, ଅଗ୍ନିଶମ ସେବା ପାଇଁ ୧୦୧, ଜନନୀ ସୁରକ୍ଷା ପାଇଁ ୧୦୨ ଏବଂ ଅନ୍ୟ ଆମ୍ବୁଲାନ୍ସ ପାଇଁ ୧୦୮ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ୧୦୯୦ କିମ୍ବା ୧୮୧ ନମ୍ବର ଡାଏଲ କରିବାର ଆଉ ଦରକାର ପଡିବ ନାହିଁ । ଅର୍ଥାତ୍ ଏହିସବୁ ସେବାଗୁଡିକ ପାଇଁ ଆପଣ କେବଳ ୧୧୨ ନମ୍ବର ଡାଏଲ କରି ହିଁ ସବୁ ସୁବିଧା ପାଇପାରିବେ ।  ତେବେ ଏହି ବ୍ୟବସ୍ଥା ଆମେରିକାର ୯୧୧ ଇମରଜେନ୍ସି ନମ୍ବର ଭଳି ହେବ, ଯାହାକୁ ଡାଏଲ କରିବା କ୍ଷଣି ହିଁ ସେଠାରେ ସବୁ ପ୍ରକାରର ଆପତ ସେବାଗୁଡିକ ମିଳିଯାଇଥାଏ ।