ରାଜଧାନୀରେ ପୁଣି ଫେରିଲା ପଥ ଉତ୍ସବ ! ଆଜି ସକାଳୁ ଭୁବନେଶ୍ୱର ଜନପଥରେ ଜମିଛି ମସ୍ତି ।

160

କନକ ବ୍ୟୁରୋ : ପୁଣି ଫେରିଲା ପଥ ଉତ୍ସବ । ଆଜି ସକାଳୁ ଭୁବନେଶ୍ୱର ଜନପଥରେ ଜମିଛି ମସ୍ତି । ଆରମ୍ଭ ହୋଇଛି ପଥ ଉତ୍ସବ । ମାଷ୍ଟରକ୍ୟାଂଟିନ ଛକରୁ ରାମମନ୍ଦିର ଛକ ଟ୍ରକରେ ନନଷ୍ଟପ ମନୋରଞ୍ଜନ ଚାଲିଛି । ହକି ବିଶ୍ୱକପ ଥିମରେ ପଥ ଉତ୍ସବ ସଜାଯାଇଛି । ଜନପଥ ରାସ୍ତାରେ ହକି ବିଶ୍ୱକପ ଟ୍ରଫିର ରଙ୍ଗୋଲୀ ସହ ମଝିରେ ମଝିରେ ମାଇଁ ହାର୍ଟ ବିଟ ଫର ହକି ଲୋଗୋ ଥିବା ସ୍ତମ୍ଭ କରାଯାଇଛି । ପଥ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛି ନାଚ, ଗୀତ କଳା ଓ ଖାଦ୍ୟ ।

ପୂର୍ବରୁ ପଥ ଉତ୍ସବକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା । ତେବେ ବର୍ତ୍ତମାନ ପୁଣିଥରେ ଏହି ଉତ୍ସବ ଆରମ୍ଭ ହୋଇଥିବାରୁ ସମସ୍ତେ ଖୁବ୍ ଖୁସି ଅଛନ୍ତି ।