ଗାଡି ଚାଳକଙ୍କ ପାଇଁ ନିଷ୍ଠୁର ହେଲେ ସରକାର ! ନିୟମରେ ଆଣିଲେ ବହୁତ ବଡ ପରିବର୍ତ୍ତନ

57

ସହରରେ ଘଟୁଥିବା ଦୁର୍ଘଟଣାକୁ ନଜରରେ ରଖି ସରକାରଙ୍କୁ ଏବେ ଅଧିକ କଠୋର ହେବାକୁ ପଡିଛି । ଯଦି ଆପଣ ସରକାରଙ୍କର ଏହି ନିୟମ ସଂପର୍କରେ ସୂଚନା ନରଖନ୍ତି ତେବେ ଏଥିପାଇଁ ଆପଣ ଭବିଷ୍ୟତରେ କୌଣସି ଅସୁବିଧାରେ ପଡିପାରନ୍ତି ।

ଏଭଳି ନିୟମ ଓ କଟକଣା ଜାରି ହୋଇଛି ଡିଏଲ ବନାଇବା ସମୟରେ । ଏଣିକି ଆଉ ସହଜରେ ଗାଡି ଚାଳକଙ୍କୁ ଡିଏଲ୍ ମିଳିପାରିବ ନାହିଁ । କାରଣ ଏଥିପାଇଁ ଚାଳକଙ୍କୁ ଅନେକ ପାମ୍ପଡ ବେଲିବାକୁ ପଡିବ । ମିଳିଥିବା ସୂଚନା ମୁତାବକ, ପରିବହନ ବ୍ୟବସ୍ଥାରେ ସୁଧାର ଏବଂ ସଡକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଚାଳକଙ୍କୁ ପରିବହନ ବ୍ୟବସ୍ଥାର ବେସିକ୍ ନିୟମ ସଂପର୍କରେ ସୂଚନା ରହିବା ଆବଶ୍ୟକ । ଏଥିପାଇଁ ପରିବହନ ବିଭାଗ ଅନେକ ପ୍ରକାରର ସଚେତନତାର ବାର୍ତ୍ତା ମଧ୍ୟ ଚଳାଇଛି । ଏହା ସତ୍ୱେ ବି ଲୋକେ ପରିବହନ ବିଭାଗର ଏସବୁ ନିୟମଗୁଡିକୁ ଅଣଦେଖା କରିବାରେ ଲାଗି ପଡିଛନ୍ତି । ଆରଟିଓର ଡ୍ରାଇଭିଂ ଲାଇସେନ୍ସ ନିୟମ ଅନୁସାରେ, ଜାନୁଆରୀ ମାସରୁ ୨୫ ଫେବୃଆରୀ ପର୍ଯ୍ୟନ୍ତ ପାଖାପାଖି ୫୫୧୫ ଜଣ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ନିବେଦନ କରିଛନ୍ତି । ଯେଉଁଥିରେ ୩୯୩ ଆବେଦକ ଲର୍ଣ୍ଣିଂ ଟେଷ୍ଟରେ ହିଁ ଫେଲ ହୋଇସାରିଛନ୍ତି । ଏହାଛଡା ସିମ୍ୟୁଲେଟର ଡ୍ରାଇଭରେ ଦୁଇ ମାସରେ ୩୯୬ ଆବେଦକ ଫେଲ ହୋଇସାରିଛନ୍ତି ।

ବଡ କଥା ହେଲା କି ଏଥିରେ ଫେଲ ହୋଇଥିବା ଅଧିକାଂଶ ଲୋକ ନିଜେ ଗାଡି ଚଳାଇ ପରୀକ୍ଷା ଦେବାକୁ ଆରଟିଓ କାର୍ଯ୍ୟାଳୟରେ ପହଂଚିଥିଲେ । ଯେଉଁମାନଙ୍କୁ ଟ୍ରାଫିକର ସାଧାରଣ ନିୟମ ସଂପର୍କରେ କୌଣସି ବି ଜ୍ଞାନ ନାହିଁ । ଆଉ ଏହିଭଳି ଆବେଦନକାରୀଙ୍କୁ ହିଁ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ଏଥିପାଇଁ ପ୍ରଥମେ ଲର୍ଣ୍ଣିଂ ଏବଂ ପରେ ସ୍ଥାୟୀ ଲାଇସେନ୍ସ ପାଇଁ ଟେଷ୍ଟ ଦେଇ ଗତିକାରିବାକୁ ପଡିବ । ଟେଷ୍ଟରେ ଟ୍ରାଫିକର ସାଧାରଣ ନିୟମ ସଂପର୍କିତ ପ୍ରଶ୍ନ ପଚରାଯିବ । ଯେଉଁଥିରେ ଚାଳକଙ୍କ ପାଇଁ ସିମ୍ୟୁଲେଟର ଡ୍ରାଇଭ ଟେଷ୍ଟ ବାଧ୍ୟତାମୂଳକ ଅଟେ । ୬୦ ପ୍ରତିଶତ ଅଙ୍କ ରଖିବା ପରେ ଯାଇ ହିଁ ସ୍ଥାୟୀ ରୂପରେ ଲାଇସେନ୍ସ ଜାରି କରାଯାଇପାରିବ ।

ତେବେ ସିମ୍ୟୁଲେଟର ଅଟୋମେଟିକ୍ କମ୍ପ୍ୟୁଟରାଇଜଡ ମେସିନ ଅଟେ । ଆବେଦନକାରୀ ଏହି ସିଟରେ ବସି କାର ଚଳାଇବା ଭଳି ଡ୍ରାଇଭିଂ କରିବାକୁ ପଡିବ । ଅଧିକାଂଶ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଟେଷ୍ଟ ଦେଉଥିବା ଆବେଦକ ସିମ୍ୟୁଲେଟର ପର୍ଯ୍ୟନ୍ତ ପହଂଚି ପାରିନଥାନ୍ତି । ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଟ୍ରାଫିକ ନିୟମ ଉପରେ ୧୦ ଟି ସହଜ ପ୍ରଶ୍ନର ଉତ୍ତର ହଁ ନାରେ ଦେବାକୁ ପଡିଥାଏ । ଏଥିରେ ୬ଟି ପ୍ରଶ ସଠିକ୍ ହେବା ଦ୍ୱାରା ଯାଇ ହିଁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ । ଲର୍ଣ୍ଣିଂ ପାଇଁ ୩୦ ଦିନ ପରେ ସ୍ଥାୟୀ ଲାଇସେନ୍ସ ଲାଗି ସିମ୍ୟୁଲେଟର ଡ୍ରାଇଭ୍ ଟେଷ୍ଟ ହେବ । ନବୀନୀକରଣରେ ବି ଅନେକ ଆବେଦନକାରୀ ଫେଲ ହୋଇଛନ୍ତି । ଅଧିକାଂଶ ଗାଡି ଚାଳକଙ୍କୁ ପରିବହନ ବିଭାଗର ନିୟମ ସଂପର୍କରେ କୌଣସି ସୂଚନା ନାହିଁ । ତେଣୁ ନୂଆ ଡିଏଲ ଏବଂ ନବୀନୀକରଣ ପାଇଁ ପରିବହନ ବିଭାଗର ନିମୟ ସଂପର୍କରେ ସୂଚନା ରହିବା ନିହାତି ଆବଶ୍ୟକ ।