ଆପଣଙ୍କ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଉଛି କି ? ତେବେ ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

95

ଅନେକ ସମୟରେ ମୋବାଇଲ୍ ବ୍ୟାଟେରୀକୁ ଫୁଲ୍ ଚାର୍ଜ କରିବା ପରେ ମଧ୍ୟ କିଛି ଘଂଟା ମଧ୍ୟରେ ଫୋନର ଚାର୍ଜ ସରିଯାଇଥାଏ । ତେବେ ହ୍ୱାଟର୍ସଆପ୍, ୟୁଟ୍ୟୁବ୍ ଏବଂ ଫେସବୁକ୍ ଆଦିର ବହୁଳ ବ୍ୟବହାର ଦ୍ୱାରା ମୋବାଇଲରୁ ଖୁବ୍ ଶୀଘ୍ର ଚାର୍ଜ ସରିଯାଇଥାଏ । କିନ୍ତୁ ଯଦି ଆପଣ ମୋବାଇଲ୍ ଚାର୍ଜକୁ ଅଧିକ ସମୟ ଧରି ରଖିବାକୁ ଚାହୁଁଛନ୍ତି ତେବେ ଆମର କିଛି ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଯାହାଦ୍ୱାରା ଆପଣଙ୍କ ଏହି ସମସ୍ୟା ସଂପୂର୍ଣ୍ଣ ରୂପେ ଦୁର ହୋଇଯାଇପାରେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

ବ୍ଲୁଟୁଥ୍ ଅନ୍ ରଖନ୍ତୁ ନାହିଁ

ବିନା କାମରେ ବ୍ଲୁଟୁଥକୁ ଅନ୍ ରଖନ୍ତୁ ନାହିଁ । କାରଣ, ସବୁବେଳେ ବ୍ଲୁଟୁଥ ଅନ୍ ରହିବାଦ୍ୱାରା ମଧ୍ୟ ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଇଥାଏ ।

ଫୋନକୁ ଭାଇବ୍ରେଟ୍ ମୋଡରେ ରଖନ୍ତୁ ନାହିଁ

ଯଦି ଆପଣଙ୍କ ମୋବାଇଲ ବ୍ୟାଟେରୀରେ କିଛି ମାତ୍ରାରେ ଚାର୍ଜ ରହିଛି ତେବେ ଆପଣ ମୋବାଇଲକୁ ଭାଇବ୍ରେସନ ମୋଡରୁ ହଟାଇ ପାରନ୍ତି । ଏହାଦ୍ୱାରା ବ୍ୟାଟେରୀ ତଥା ଚାର୍ଜକୁ ଆପଣ ବଂଚାଇ ପାରିବେ ।

ମୋବାଇଲ୍ ଡାଟା ଅନ ରଖନ୍ତୁ ନାହିଁ

ଜିପିଏସ୍, ୱାଇଫାଇ ଏବଂ ମୋବାଇଲ ଡାଟାକୁ ବିନା କାମରେ ଅନ୍ ରଖନ୍ତୁ ନାହିଁ । ଯେତେବେଳେ ଦରକାର ସେତେବେଳେ ହିଁ ଏଗୁଡିକୁ ଅନ୍ କରନ୍ତୁ । କାରଣ ଅଧିକାଂଶ ସମୟ ମୋବାଇଲରେ ଅନ୍ ରଖିବାଦ୍ୱାରା ଏହା ଯୋଗୁଁ ମୋବାଇଲର ଚାର୍ଜ ଶୀଘ୍ର ସରିଯାଇଥାଏ ।

ବ୍ରାଇଟନେସ୍ ଅଧିକ ରଖନ୍ତୁ ନାହିଁ

ଫୋନର ବ୍ରାଇଟନେସ୍ ୫୦ ପ୍ରତିଶତ କିମ୍ବା ଏହାଠାରୁ କମ୍ ରଖନ୍ତୁ । ଆପଣ ଅଟୋ ବ୍ରାଇଟନେସ୍ ଫିଚରକୁ ମଧ୍ୟ ଅନ୍ ରଖି ପାରିନ୍ତି ।

ଲାଇଫ୍ ୱାଲପେପର ରଖନ୍ତୁ ନାହିଁ

ଲାଇଫ୍ ୱାଲପେପର ଅଧିକ ବ୍ୟାଟେରୀ ଶୀଘ୍ର ସରିଯାଇଥାଏ । ଏହା ସ୍ଥାନରେ ନନ୍ ଲାଇଫ୍ ୱାଲପେପର ରଖିପାରିବେ ।

ଏହା ସହ ମଧ୍ୟ ପଢନ୍ତୁ-ଜାଣନ୍ତି କି ୧ଜି, ୨ଜି, ୩ଜି, ୪ଜି ଏବଂ ୫ଜି’ର ଅର୍ଥ କଣ ? ତେବେ ପଢନ୍ତୁ ଏହି ରିପୋର୍ଟ