ସାପ କାମୁଡିଥିଲେ ପ୍ରଥମେ କଣ କରିବେ ? ଡାକ୍ତରଖାନା ନେବା ପୂର୍ବରୁ ଆପଣାନ୍ତୁ କିଛି ଘରୋଇ ଉପଚାର , ବଂଚିଯାଇ ପାରେ ଜୀବନ

4

ଜୀବମାନଙ୍କ ମଧ୍ୟରୁ ସାପ ସବୁଠାରୁ ଅଧିକ ବିଷାକ୍ତ ଜୀବ ଅଟେ ଏବଂ ଏହାର ନାଁ ଆସିବା ମାତ୍ରେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥାଏ । ସାପ ନାଁ ଶୁଣିଲେ ଆତଙ୍କ ଖେଳିଯାଏ । ଗାଁ ହେଉ କିମ୍ବା ସହର ସମସ୍ତ ସ୍ଥାନରେ ସାପର ଭୟ ଲାଗିରହିଥାଏ । ସାପ କାମୁଡିବାର କିଛି କ୍ଷଣ ମଧ୍ୟରେ ଯଦି ଏହାର ସଠିକ ଉପଚାର କରାନଯାଏ, ତେବେ ସାପ କାମୁଡାର ଶିକାର ହୋଇଥିବା ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ । ତେଣୁ ଡାକ୍ତରଖାନା ଯିବା ପୂର୍ବରୁ ଆପଣ ବିଷର ପ୍୍ରଭାବରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର କରନ୍ତୁ । ଏହାର ଉପଚାର ପାଇଁ କିଛି ସରଳ ଘରୋଇ ଉପାୟ ରହିଛି ଯାହାଦ୍ୱାରା ଏହାର ପ୍ରତିକାର କରାଯାଇପାରିବ । ଆସନ୍ତୁ ଜାଣିବା ଏହାର ଉପାୟ ।

୧. ଘିଅ

ସାପ କାମୁଡିବା ପରେ ସାଙ୍ଗେ ସାଙ୍ଗେ ରୋଗୀକୁ ୧୦୦ଗ୍ରାମ ଘିଅ ଖୁଆଇ ବାନ୍ତି କରାଇଦିଅନ୍ତୁ । ଏହାପରେ ୧୦-୧୫ଥର ଗରମ ପାଣି ପିଆଇ ବାନ୍ତି କରାନ୍ତୁ । ଏହାଦ୍ୱାରା ବିଷର ପ୍ରଭାବ କମ ହୋଇଯାଇଥାଏ ।

୨. ହରଡ ଡାଲି

ହରଡ ଡାଲିକୁ ପେଶି ରୋଗୀଙ୍କୁ ଖୁଆଇବାଦ୍ୱାରା ବିଷର ପ୍ରଭାବ କମ ହୋଇଯାଇଥାଏ । ଏହାବ୍ୟତୀତ ସଂକ୍ରମଣର ଆଶଙ୍କା କମିଥାଏ ।

୩. ରସୁଣ

ସାପ କାଟିବା ଫଳରେ ରସୁଣକୁ ପେଷ୍ଟ କରି ସେଥିରେ ମହୁ ମିଶାଇ ସାପ କାମୁଡିବା ସ୍ଥାନରେ ଲେପ ଲଗାନ୍ତୁ । ଏହାପରେ ସଂକ୍ରମଣରୁ ବଂଚିବା ପାଇଁ ସେହି ବ୍ୟକ୍ତିକୁ ମହୁ ଖୁଆଇଦିଅନ୍ତୁ ।

୪. ହଳଦୀ

ହଳଦୀରେ ଆଂଟିବାୟୋଟିକର ପରିମାଣ ଭରପୂର ମାତ୍ରାରେ ରହିଥାଏ । ତେଣୁ ଆଂଟିବାୟୋଟିକ ହଳଦୀରେ କିଛି ମାତ୍ରାରେ ତେଲ ମିଶାଇ ଘା’ଉପରେ ଲଗାଇ ସେଥିରେ କପଡା ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ରକ୍ତକଣିକାରେ ସାପର ବିଷ ମିଶିବ ନାହିଁ ।

Comments are closed.