ବଜାରକୁ ଆସିବ ବନ୍ଧୁକ ମୋବାଇଲ୍ !

25

ଖୁବ୍ ଶୀଘ୍ର ବଜାରକୁ ଆସିବ ‘ସେଲଫୋନ୍ ବନ୍ଧୁକ’ । ଯାହା ଦେଖିବାକୁ ସାମାନ୍ୟ ଏକ ମୋବାଇଲ ଫୋନ୍ ଭଳି । କିନ୍ତୁ ଆବଶ୍ୟକ ପଡିଲେ ଏହି ମୋବାଇଲଟି ଏକ ଅସ୍ତ୍ର ଭାବେ କାମ କରିବ । ଅର୍ଥାତ୍ ଏହାକୁ ଆପଣ ଏକ ବନ୍ଧୁକ ଭାବେ ବ୍ୟବହାର କରିପାରିବେ । ଯାହାକି ସଂପୂର୍ଣ୍ଣ ବାସ୍ତବିକ ଅଟେ ।

ଯଦିଓ ଏନେଇ କୌଣସି ଅଧିକ ସୂଚନା ମିଳିପାରି ନାହିଁ ତେବେ ଏହି ସ୍ମାର୍ଟଫୋନର ନିର୍ମାତା କିର୍କ କେଜେଲବର୍ଗଙ୍କ ମତରେ, ‘ଏହି ସ୍ମାର୍ଟଫୋନଟି ଲୋକଙ୍କୁ ସୁରକ୍ଷା ଦେବ ଯାହା ସଂପୂର୍ଣ୍ଣ ନିରାପଦ ଅଟେ’ । ସେ ଆଉ ମଧ୍ୟ କହିଛନ୍ତି କି, ‘ଏହି ସ୍ମାର୍ଟଫୋନଟିକୁ ବଜାରକୁ ଆଣିବାର ମଂଞ୍ଜୁରୀ ପାଇଁ ତାଙ୍କୁ ପାଖାପାଖି ଏକ ବର୍ଷ ଲାଗିଥିଲା’ । ତେବେ କୌଣସି କାରଣରୁ ଏହାର ବିକ୍ରି ଉପରେ ବର୍ତ୍ତମାନ ରୋକ୍ ଲଗାଯାଇଛି । କିନ୍ତୁ ଖୁବ୍ ଶୀଘ୍ର ଏହି ସ୍ମାର୍ଟଫୋନଟି ବଜାରରେ ଉପଲବ୍ଧ ହେବାକୁ ଯାଉଛି ।