ଭାରତୀୟ ରେଳ ମନ୍ତ୍ରାଳୟରେ କାମ କରିବାର ସୁବର୍ଣ୍ଣସୁଯୋଗ ! ଦଶମ ପାସ୍ ବେକାର ଯୁବକ-ଯୁବତୀଙ୍କ ପାଇଁ ବିଭାଗ ଦେଉଛି ୩୫ ହଜାର ଟଙ୍କା ଦରମାର ଚାକିରି

47

ବେକାର ଯୁବକ-ଯୁବତୀମାନଙ୍କ ପାଇଁ ବିଶେଷ କରି ଦଶମ ପାସ ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳମନ୍ତ୍ରାଳୟରେ ଚାକିରି ପାଇଁ ଏକ ବହୁତ ବଡ ସୁଯୋଗ ଆସିଛି । କାରଣ, ରେଲୱେ କର୍ପୋରେସନ ଲିମିଡେଟ ତରଫରୁ ୬୫ଟି ଟେକିନିସିଆନ ପଦବୀ ଲାଗି ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରଛନ୍ତି । ଏଥିପାଇଁ ଆଶାୟୀପ୍ରାର୍ଥୀମାନେ ୨୩ ଏପ୍ରିଲ ୨୦୧୮ ମଧ୍ୟରେ ଅନଲାଇନ ଜରିଆରେ ଆବେଦନ କରିପାରିବେ । ତେବେ ନିମ୍ନରେ ଆବେଦନ କରିବାର ପ୍ରକ୍ରିୟା ସଂବନ୍ଧରେ ବିସ୍ତାର ଭାବେ ଆଲୋଚନା କରାଯାଇଛି ।

ପଦବୀ ସଂଖ୍ୟା:୬୫

ପଦବୀ ବିବରଣୀ: ଇଲେକ୍ଟ୍ରିସିଆନ ପାଇଁ ୩୮ଟି ପଦବୀ

ସିଗନାଲ ଏବଂ ଟେଲିକମ ମେନଟେନର ପାଇଁ ୨୭ଟି ପଦବୀ

ଆବେଦନ କରିବାର ଶେଷ ତାରିଖ: ଆଶାୟୀପ୍ରାର୍ଥୀ ୨୭ ମାର୍ଚ୍ଚ ୨୦୧୮ରୁ ୨୩ ଏପ୍ରିଲ ୨୦୧୮ ମଧ୍ୟରେ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀ ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ ହୋଇଥିବା ଜରୁରୀ ଅଟେ । ଏହଛଡା ଆଇଡିଆଇ ପ୍ରମାଣ ପତ୍ର ଥିବା ମଧ୍ୟ ଜରୁରୀ । ମାଟ୍ରିକ/ ଏସଏସଏଲସି ପ୍ଲସ୍ ଆଇଟିଆଇ, ଏନସିବିଟି/ଏସସିବିଟିର ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଇଲେକ୍ଟ୍ରିକ/ୱାୟରମ୍ୟାନ/ମେକାନିକ ଏଚଟି,ଏଲଟି ଉପକରଣ ଏବଂ କେବଳ ଜଏନଂଟିଂ/ଇଲେକ୍ଟ୍ରୋନିକ୍ସ ମେକାନିକର ଟ୍ରେଡର୍ସରେ । ତେବେ ଆଶାୟୀପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସହ ଜଡିତ ଅନ୍ୟାନ୍ୟ ତଥ୍ୟ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ପାଇପାରିବେ ।

ବୟସ ସୀମା: ପଦବୀ ପାଇଁ ଆବେଦନ କରିବା ପାଇଁ ବୟସସୀମା ୧୮ରୁ ୩୦ ବର୍ଷ ମଧ୍ୟରେ ରଖାଯାଇଛି ।

ଚୟନ ପ୍ରକ୍ରିୟା: ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ଆଶାୟୀଙ୍କର ଚୟନ ଉଭୟ ସିବିଟି ଏବଂ ଡିବି ମାଧ୍ୟମରେ କରାଯିବ ।

ଦରମା: ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ୯,୩୦୦-୩୪,୮୦୦ ଟଙ୍କା ପ୍ରତି ମାସ ଏବଂ ଗ୍ରେଡପେ ବାବଦକୁ ୩୮୦୦ ପ୍ରତିମାସ ମିଳିବ ।

ଆବେଦନ ଶୁଳ୍କ: ଆବେଦନ ଶୁଳ୍କ-କ୍ରେଡିଟ/ଡେବିଟ କାର୍ଡ, ନେଟ ବ୍ୟାଙ୍କିଂ ଜରିଆରେ ଅନ୍ୟ ପାଇଁ ୫୦୦ ଟଙ୍କା ଏବଂ ଏସସି/ଏସଟି/ମାଇନରିଟି/ଏବିସି/ଏକ୍ସ-ସର୍ଭିସେନଙ୍କ ପାଇଁ ନିଶୁଳ୍କ ଅଟେ ।

କିପରି କିରବେ ଆବେଦନ: ଆଶାୟୀପ୍ରାର୍ଥୀ ନିଜର ଅନଲାଇନ ଆବେଦନ ୨୩ ଏପ୍ରିଲ ୨୦୧୮ ଭିତରେ ୱେବସାଇଟ www.konkanrailway.com  ଜରିଆରେ ପଠାଇପାରିବେ ।