ଲିଟର ବଦଳରେ ଟଙ୍କାରେ ଭରୁଛନ୍ତି କି ପେଟ୍ରୋଲ ? ହୁସିଆର୍, ଏଭଳି ଚାଲାକିରେ ଗ୍ରାହକଙ୍କୁ ଲୁଟୁଛନ୍ତି ପେଟ୍ରୋଲପମ୍ପ କର୍ମଚାରୀ

52

ଦେଶରେ ଦିନକୁ ଦିନ ପେଟ୍ରୋଲ –ଡିଜେଲର ଦାମ ଅହେତୂକ ଭାବରେ ବୃଦ୍ଧିପାଇବାରେ ଲାଗିଛି । କିଛି ଦିନ ପାଇଁ ତୈଳ ଦର ଶସ୍ତା ହେବା ପରେ ଏବେ ପୁଣି ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ । ଯାହାର ସିଧା ପ୍ରଭାବ ପଡିଛି ସାଧାରଣ ଜନତାଙ୍କ ଉପରେ । ତେବେ ମହଙ୍ଗା ତୈଳ ଦରକୁ ନେଇ ଯେଉଁଠି ସାଧାରଣ ଜନତା ଚିନ୍ତାରେ ପଡିଯାଇଥିବା ବେଳେ କିଛି ମନ୍ଦଉଦ୍ଦେଶ୍ୟ ଲୋକେ ଏହି ସୁଯୋଗର ଫାଇଦା ଉଠାଇବାରେ ଲାଗିଛନ୍ତି । ଜନତାଙ୍କ ଏହି ଅସହାୟ ମୁହୂର୍ତ୍ତର ଫାଇଦା ଉଠାଇଚାଲିଛନ୍ତି ଖୋଦ ପେଟ୍ରୋଲ ପମ୍ପର ସଂଚାଳକମାନେ । ଏମାନେ ଲୋକଙ୍କୁ ଠକିବାର କୌଣସି ବି ବାଟ ଛାଡୁନାହାଁନ୍ତି । ବଡ କଥା ହେଲା କି ଏସବୁକାମ ଆପଣଙ୍କ ଆଖି ସାମ୍ନାରେ ହିଁ ହୋଇଥାଏ । ହେଲେ ଦୁଃଖର କଥା ସାଧାରଣ ଲୋକ ତ ଛାଡ ଉଚ୍ଚଶିକ୍ଷିତ ଲୋକମାନେ ମଧ୍ୟ ଏହାର ଶିକାର ପାଲଟିଯାଉଛନ୍ତି ।

ଏଠାରେ ଆମେ ଏସଂପର୍କରେ ଆଲୋଚନା କରିବାର ଏକ ଖାସ୍ ଉଦ୍ଦେଶ୍ୟ ରହିଛି । ଆପଣ ତେଲ ଭରିବା ସମୟରେ କିଭଳି ଠକାମୀର ଶିକାର ହେଉଛନ୍ତି ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ । ତେବେ ଲୋକଙ୍କୁ ଠକିବା ପାଇଁ ଏମାନେ ଅନେକ ତରିକା ଆପଣାଇଥାନ୍ତି । ଏହି ସବୁ ତରିକା ଭିତରେ ଗୋଟିଏ ହେଲା, ଲୋକ ଅଧିକାଂଶ ସମୟରେ ପେଟ୍ରୋଲ ଭରିବା ପାଇଁ ଲିଟର ପରବିର୍ତ୍ତେ ଟଙ୍କାରେ ଭରିଥାନ୍ତି । ଯେପରିକି ଲୋକେ ୧୦୦, ୨୦୦, ୩୦୦, ଏବଂ ୫୦୦ ଟଙ୍କାରେ ତେଲ ଭରିଥାନ୍ତି । ହେଲେ ପେଟ୍ରୋଲ ପମ୍ପର ମାଲିକମାନେ ଅଲଗା ଅଲଗା ତରିକାରେ ତାଙ୍କୁ ଚୂନା ଲଗାଇବା ଲାଗିଛନ୍ତି । ପେଟ୍ରୋଲ ପମ୍ପର କର୍ମଚାରୀମାନେ ପୃଥକ ପୃଥକ ଢଙ୍ଗରେ ଗ୍ରାହକଙ୍କୁ ବୋକା ବନାଇ ଟଙ୍କା ଲୁଟିଥାନ୍ତି । ହେଲେ ଆପଣ ଯଦି ନିମ୍ନରେ ଦିଆଯାଇଥିବା କଥା ଉପରେ ଧ୍ୟାନ ଦିଅନ୍ତି ତେବେ ଆପଣ ବି ନିଜକୁ ଏଭଳି ଠକାମୀରୁ ନିଜକୁ ରକ୍ଷା କରିପାରିବେ ।

• ସର୍ବପ୍ରଥମ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଅଧିକାଂଶ ଲୋକେ ୫୦୦, ୧୦୦୦ କିମ୍ବା ୨୦୦୦ ଟଙ୍କାରେ ଦେଇ ପେଟ୍ରୋଲ-ଡିଜେଲ ଭରିଥାନ୍ତି । ହେଲେ ଅଧିକାଂଶ ପେଟ୍ରୋଲ ପମ୍ପ ମାଲିକ ଏଭଳି ନମ୍ବର ପାଇଁ ପୂର୍ବରୁ ହିଁ ମେସିନକୁ ଫିକ୍ସ କରି ରଖିଥାନ୍ତି । ଏଥିପାଇଁ ଭଲ ହେବ କି ଆପଣ ରାଉଣ୍ଡ ଫିଗରର ଟଙ୍କା ଦେଇ ତେଲ ଭରନ୍ତୁ ନାହିଁ । ଆପଣ ୫୭୦ ଟଙ୍କା କିମ୍ବା ୧୫୩୦ ଟଙ୍କା ଦେଇ ତେଳ ଭରିଲେ ପେଟ୍ରୋଲ ଚୋରି କଠିନ ହେବ ଆଉ ଆପଣ ପକେଟମାରରୁ ବଂଚିପାରିବେ । ଏଥିପାଇଁ ଯେତେ ପାରିବେ ଆପଣ କାର୍ଡରୁ ହିଁ ପେମେଂଟ କଲେ ତାହା ଆପଣଙ୍କ ପାଇଁ ଭଲ ହେବ ।

• ଯଦି ଆପଣ ପେଟ୍ରୋଲ କିମ୍ବା ଡିଜେଲ ଭରିବା ସମୟରେ ସାମାନ୍ୟ ବି ଆପଣଙ୍କ ଧ୍ୟାନ ହଟିଯାଏ ତେବେ ପେଟ୍ରୋଲ ପମ୍ପର କର୍ମଚାରୀମାନେ କୌଶଳ କ୍ରମେ ଆପଣଙ୍କୁ କମ ତେଲ ଦେଇପାରନ୍ତି । ଏଥିପାଇଁ ଭଲ ହେବ କି ତେଲ ଭରିବା ସମୟରେ ଆପଣ ଆପଣଙ୍କ ନଜର ମିଟର ଉପରେ ହିଁ ରଖନ୍ତୁ ।

• କାରରେ ପେଟ୍ରୋଲ ଭରିବା ସମୟରେ ପାଖରେ ଠିଆ ହୁଅନ୍ତୁ ଏବଂ ପେଟ୍ରୋଲପମ୍ପ କର୍ମଚାରୀଙ୍କ ସମସ୍ତ ଗତିବିଧୀ ଉପରେ ନଜର ରଖନ୍ତୁ ।

• ପେଟ୍ରୋଲ ଭରିବା ସମୟରେ ମିଟର ବାରମ୍ବାର ଅଟକିଥାଏ । ଏଭଳି ହେବା ଦ୍ୱାରା ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଯଦି କୌଣସି ବି ପେଟ୍ରୋଲପମ୍ପରେ ଏଭଳି ମେସିନ ରହିଛି ତେବେ ଭଲ ହେବ କି ଏଭଳି ମେସିନରେ ତେଲ ଆଦୌ ଭରନ୍ତୁ ନାହିଁ ।

• ଅଧିକାଂଶ ପେଟ୍ରୋଲପମ୍ପରେ କର୍ମଚାରୀ ଆପଣଙ୍କ ଦ୍ୱାରା କୁହାଯାଉଥିବା ରକମଠାରୁ କମ ଟଙ୍କାର ତେଲ ଭରିଥାନ୍ତି । ପ୍ରତିବାଦ କରିବା ଦ୍ୱାରା ଗ୍ରାହକଙ୍କୁ ସ୍ପଷ୍ଟି କରଣ ଦିଆଯାଇଥାଏ କି, ମିଟରକୁ ଜିରୋରେ ରିସେଟ୍ କରାଯାଉଛି । ମାତ୍ର ଯଦି ଆପଣ ସଜାଗ ନରହିବେ ତେବେ ଆପଣ ମଧ୍ୟ ଠାକମୀର ଶିକାର ହୋଇପାରନ୍ତି । ତେଣୁ ଭଲ ହେବ କି ଆପଣ ତେଲ ଭରିବା ସମୟରେ ନିଶ୍ଚିତ ହୁଅନ୍ତୁ କି ପେଟ୍ରୋଲ ପମ୍ପ ମେସିନର ମିଟର ଜିରୋରେ ସେଟ୍ ଅଛି କି ନାହିଁ ।