ଆଧାର ନାହିଁ ତ ବନ୍ଦ ହୋଇଯିବ ଆପଣଙ୍କ ମୋବାଇଲ୍ ନମ୍ବର !

64

ମାର୍ଚ୍ଚ ମାସରେ ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଟେଲିକମ୍ କଂପାନୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା କି, ସେମାନେ ନିଜର ଗ୍ରାହକମାନଙ୍କୁ ଆଧାର କାର୍ଡ ମାଧ୍ୟମରେ ପୁଣି ଥରେ ଯାଂଚ କରନ୍ତୁ । ତେବେ ଏନେଇ ବର୍ତ୍ତମାନ ଏୟାରଟେଲ୍ ଏବଂ ଆଇଡିଆ ଭଳି କଂପାନୀମାନେ ନିଜ ଗ୍ରାହକମାନଙ୍କ ନିକଟରୁ ମେସେଜ୍ ପଠାଇବା ଆରମ୍ଭ କରି ଦେଇଛନ୍ତି ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ମୁତାବକ, ଟେଲିକମ୍ କଂପାନୀମାନେ ନିଜ ଗ୍ରାହକଙ୍କୁ ନିଜର ନମ୍ବରକୁ ଆଧାର କାର୍ଡ ସହିତ ସଂଯୋଗ କରିବା ପାଇଁ ମେସେଜ୍ ମାଧ୍ୟମରେ ସୂଚିତ କରିଦେଇଛନ୍ତି । ଏହାବ୍ୟତୀତ, କଂପାନୀଗୁଡିକର ଷ୍ଟୋରମାନଙ୍କରେ ମଧ୍ୟ ଏଭଳି ଧରଣର ମେସେଜ୍ ଗୁଡିକ ନଜର ଆସିଛି । ଯେଉଁଥିରେ ଲେଖାଯାଇଛି, ‘ନିଜ ନମ୍ବରକୁ ଚାଲୁ ରଖିବା ପାଇଁ ତାହାକୁ ଆଧାର କାର୍ଡ ସହିତ ତୁରନ୍ତ ସଂଯୋଗ କରନ୍ତୁ’ ।

ଟେଲିକମ୍ ଅପରେଟର୍ସଙ୍କୁ ମଧ୍ୟ ଏନେଇ ନୋଟିସ୍ ଜାରି କରାଯାଇଛି । ଯେଉଁଥିରେ ଲେଖାଯାଇଛି କି, ‘ସାରା ଦେଶର ଜନତା ବ୍ୟବହାର କରୁଥିବା ମୋବାଇଲ୍ ନମ୍ବରକୁ ଦ୍ୱିତୀୟ ଥର ପାଇଁ ଇ-କେୱାଇସି ପ୍ରକ୍ରିୟା ଜରିଆରେ ଯାଂଚ କରନ୍ତୁ । ଖାଲି ସେତିକି ନୁହେଁ ଯେଉଁ ନମ୍ବରଗୁଡିକ ଯାଂଚ ହୋଇ ନଥିବ କିମ୍ବା ସେଗୁଡିକୁ ଆଧାର ସହ ଲିଙ୍କ୍ କରାଯାଇନଥିବ ସେହି ନମ୍ବରଗୁଡିକୁ ୬ ଫେବୃଆରୀ ୨୦୧୮ ପରେ ବନ୍ଦ କରି ଦିଆଯିବ ବୋଲି ଉକ୍ତ ନୋଟିସରେ ସତର୍କ କରାଯାଇଛି । ଏଥିସହିତ ନିଜର ସମସ୍ତ ଗ୍ରାହକଙ୍କୁ ଏସଏମଏସ୍ ଜରିଆରେ ମଧ୍ୟ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶିତ ରି-ଭେରିଫିକେସନ୍ ସଂପର୍କରେ ଅବଗତ କରାଇବାକୁ କୁହାଯାଇଛି ।

କିଭଳି କରିବେ ନିଜ ମୋବାଇଲ୍ ନମ୍ବରକୁ ଆଧାର ସହ ସଂଯୋଗ

ଆପଣଙ୍କ ନିକଟକୁ ମେସେଜ୍ ଆସିବା କ୍ଷଣି ଆପଣ ବ୍ୟବହାର କରୁଥିବା ସିମର ଷ୍ଟୋରକୁ ଯାଇ ନିଜର ଆଧାର କାର୍ଡ ସହିତ ମେସେଜରେ ଦର୍ଶାଯାଇଥିବା ତଥ୍ୟକୁ ପୈଠ କରନ୍ତୁ । ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ଭେରିଫିକେସନ୍ କୋଡ୍ ଆସିଥାଏ । ଯାହାକୁ ଆପଣଙ୍କୁ କନଫର୍ମ କରିବାକୁ ପଡିବ । ଏଥିସହିତ ନିଜର ଫିଙ୍ଗର ପ୍ରିଂଟ୍ ଭେରିଫିକେସନ୍ ମଧ୍ୟ କରିବାକୁ ପଡିବ । ତେବେ ଏପରି କରିବାର ମାତ୍ର ୨୪ ଘଂଟା ଭିତରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ମେସେଜ୍ ଚାଲି ଆସିଥାଏ ଯାହାଦ୍ୱାରା ଆପଣଙ୍କ ନମ୍ବରଟି ଆଧାର ସହିତ ସଂଯୋଗ ହୋଇଥାଏ ।

ଏହାସହ ମଧ୍ୟ ପଢନ୍ତୁ-ଡାକ୍ତରଙ୍କ ପ୍ରେସକ୍ରିପସନରେ ‘ଆରଏକ୍ସ’ଲେଖାଯିବାର କଣ ଥାଇପାରେ ଅର୍ଥ ? ଜାଣନ୍ତୁ ଏହାର ରହସ୍ୟ