ଗୁଗଲ ପ୍ଲେଷ୍ଟୋରରେ ଆତଙ୍କ ! ମୁହୂର୍ତ୍ତକ ମଧ୍ୟରେ ଜାଳି ଦେଉଛି ସ୍ମାର୍ଟଫୋନ 

60

ସ୍ମାର୍ଟଫୋନକୁ ନିଜର ଶିକାର ବନାଉଥିବା  ପୁଣି ଏକ ନୂଆ ଭାଇରସକୁ ବର୍ତ୍ତମାନ  ଠାବ କରାଯାଇଛି । ଯାହାକି ସ୍ମାର୍ଟଫୋନରେ ପସି ଫୋନରେ ଥିବା ସମସ୍ତ ଡାଟା ବା ତଥ୍ୟକୁ ଚୋରି କରିନେବା ସହିତ ପରବର୍ତ୍ତୀ ସମୟରେ ଫୋନରେ ବିସ୍ଫୋରଣ ଘଟାଉଥିବାର ଖବର ସାମ୍ନାକୁ ଆସିଛି । ତେବେ ଏକଥା ଆମେ କହୁ ନାହୁଁ ବରଂ ଋଷର ସିକ୍ୟୁରିଟି ଫର୍ମ Kasperskyସାରା ବିଶ୍ୱର  ମୋବାଇଲ ୟୁଜର୍ସଙ୍କୁ ଏସଂପର୍କରେ ସତର୍କ କରାଇଛି ।

ସୂଚନା ମୁତାବକ, ଏହି ଭାଇରସ ଏପର୍ଯ୍ୟନ୍ତର ସବୁଠାରୁ ବେଶି ଖତରନାକ ଭାଇରସ ବୋଲି ଜଣାପଡିଛି । ଯାହାର ନାଁ ରହିଛି ‘ଟ୍ରୋଜନ ଲୁପି’ । ଏହି ଭାଇରସ ସ୍ମାର୍ଟଫୋନରେ ପ୍ରବେଶ କରି ୟୁଜର୍ସଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଚୋରିକରି ନେଇଥାଏ ଏବଂ ପରେ ଫୋନରେ ଭୟାବୟ ବିସ୍ଫୋରଣ ଘଟାଇଥାଏ । ସିକ୍ୟୁରିଟି ଫର୍ମର ସୂଚନା ମୁତାବକ, ଭାଇରସଟି ୟୁଜର୍ସଙ୍କର କ୍ରେଡିଟ୍ କାର୍ଡ ଡିଟେଲ୍ସ, ବ୍ୟକ୍ତିଗତ ଫଟୋ, ଡକ୍ୟୁମେଂଟ ଆଦିକୁ ହାଇଜାକ୍ କରୁଛି । ଟ୍ରୋଜନ ଲୁପି ଭାଇରସ କୌଣସି ବି ବ୍ୟକ୍ତିବିଶେଷଙ୍କର ସ୍ମାର୍ଟଫୋନକୁ ରିମୋଟ୍ ଲୋକେସନ ଜରିଆରେ ହାଇଜାକ୍ କରୁଛି ଏବଂ ପରେ ସେଥିରେ ବିସ୍ଫୋରଣ କରିଦେଉଛି । ତେବେ ଏହି ଭାଇରସ ସାଧାରଣତଃ ଗୁଗଲର ଆଣ୍ଡ୍ରଏଡ ୟୁକୋସିସ୍ମିଟରେ ଉପଲବ୍ଧ । ଏହାବ୍ୟତୀତ ଫେକ୍ ଆଂଟି ଭାଇରସ ଆପ ଏବଂ ଆଡଲ୍ଟ କଂଟେଂଟ୍ ଆପରେ ମଧ୍ୟ ଏହି ଭାଇରସ ଉପଲବ୍ଧ । ଭାଇରସଟି ଏତେ ଖତରନାକ୍ କି ଯଦି ଏହାକୁ ବେଳ ଥାଉଁ ଥାଉଁ ରୋକା  ନଯାଏ ତେବେ ଏହାକୁ ଠାବ କରିବା ମୁସ୍କିଲ ହୋଇପାରେ ।

ଭାଇରସ କବଳରୁ  କିପରି ପାଇବେ ମୁକ୍ତି

ଏହି ଭାଇରସରୁ ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଲା ୟୁଜର୍ସ କୌଣସି ବି ଅନନୋନ୍ ଲିଙ୍କ ଉପରେ କ୍ଲିକ୍ କରିବା ଅନୁଚିତ । ଏବଂ ନା ହିଁ କୌଣସି ଅଜଣା ସେଣ୍ଡର ପକ୍ଷରୁ ଆସିଥିବା ମେଲକୁ ଖୋଲନ୍ତୁ ନାହିଁ ।

• ସବୁବେଳେ ନିଜର ସ୍ମାର୍ଟଫୋନକୁ ଅପଡେଟ୍ କରନ୍ତୁ ।

• ପ୍ରମିୟମ ଆଂଟିଭାଇରସ ସଫ୍ଟସ୍ୱୟାରର ବ୍ୟବହାର କରନ୍ତୁ ।

• କୌଣସି ବି ଅନନୋନ ୱେବସାଇଟରୁ କୌଣସି ବି ଆପ ଇନଷ୍ଟଲ କରନ୍ତୁ ନାହିଁ ।

• ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ଅନନୋନ ଆପଗୁଡିକୁ ନିଜ ଫୋନରେ ଇନଷ୍ଟଲ କରନ୍ତୁ ନାହିଁ ।