୩୦ ଟଙ୍କାରୁ କମ୍ ଦାମ୍ ଥିବା ୧୦ଟି ଡାଟା ପ୍ଲାନ୍ ! ଯେଉଁଥିରେ ରହିଛି ଅନଲିମିଟେଡ୍ ଫାଇଦା

50

ଯଦି ଆପଣ ଏଭଳି କୌଣସି ଶସ୍ତା ପ୍ଲାନ ସନ୍ଧାନରେ ରହିଛନ୍ତି ଯେଉଁଥିରେ କି କମ୍ ବଜେଟରେ ହିଁ ଅସୀମ ଡାଟା ଏବଂ ଅସୀମ କଲିଂର ସୁବିଧା ରହିଥିବ । ତେବେ ଆପଣଙ୍କର ଏହି ଇଚ୍ଛା ଏବେ ପୁରଣ ହୋଇପାରେ । କାରଣ ଆଜି ଆମେ ଆପଣଙ୍କୁ ୩୦ ଟଙ୍କାରୁ କମ୍ ମୂଲ୍ୟ ଥିବା ଏୟାରଟେଲ, ଭୋଡାଫୋନ, ଜିଓ ଏୟାରସେଲ୍ ଏବଂ ଆଇଡିଆ ଭଳି କଂପାନୀମାନଙ୍କର ୧୦ଟି ଏଭଳି ପ୍ଲାନ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାକି ଆପଣଙ୍କ ମନ ମୁତାବକ ଡାଟା ପ୍ଲାନ ଯୋଗାଇ ଦେଉଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ଅଧିକ ସୂଚନା ।

ଏୟାରଟେଲ

ଏହି ତାଲିକାର ସର୍ବାଗେ ରହିଛି ଏୟାରଟେଲ । ନିକଟରେ ଏୟାରଟେଲ ମାତ୍ର ୫ ଟଙ୍କିଆ ପ୍ଲାନ ଲଂଚ କରିଛି ଯେଉଁଥିରେ ୭ଦିନର ବୈଧତା ସହ ୪ ଜିବି ୪ଜି ଡାଟା ଉପଲବ୍ଧ । ତେବେ ଏହି ପ୍ଲାନର ଫାଇଦା କେବଳ ସେହି ଗ୍ରାହକମାନେ ଉଠାଇ ପାରିବେ ଯେଉଁମାନେ ନିଜ ଏୟାରଟେଲ ସିମକୁ ୪ଜି ଅପଗ୍ରେଡ୍ କରୁଥିବେ ।

ଭୋଡାଫୋନ

ଭୋଡାଫୋନ ମଧ୍ୟ ନିଜ ଗ୍ରାହକଙ୍କୁ ଭେଟି ଦେଇଛି ୧୯ ଟଙ୍କିଆ ପ୍ଲାନ । ଯେଉଁଥିରେ ୧୦୦ଏମବି ୪ଜି ଡାଟା ଉପଲବ୍ଧ । ଏଥି ସହିତ ଏହି ଡାଟା ପ୍ଲାନରେ ଭୋଡାଫୋନରୁ ଭୋଡାଫୋନ ନେଟୱର୍କ ଉପରେ ମିଳୁଛି ଅସୀମ କଲିଂ । ଏହି ପ୍ଲାନର ବୈଧତା ରହିଛି ଗୋଟିଏ ଦିନ ।
ସେହିପରି ଭୋଡାଫୋନ୍ ମଧ୍ୟ ପୁଣି ଏକ ଅଫର ପ୍ଲାନ ଭେଟି ଦେଇଛି । ଯାହାର ମୂଲ୍ୟ ରହିଛି ୨୯ ଟଙ୍କା । ଏହି ପ୍ଲାନ୍ ଆଧାରରେ ମଧ୍ୟରାତ୍ର ତଥା ରାତି ୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମିଳିବ ଆସୀମ ଡାଟା । ତେବେ ଏହି ପ୍ଲାନର ବୈଧତା କେବଳ ଗୋଟିଏ ରାତି ପାଇଁ ଉର୍ଦ୍ଦିଷ୍ଟ ।

ରିଲାଏନ୍ସ ଜିଓ

ରିଲାଏନ୍ସ ଜିଓର ସବୁଠାରୁ ଶସ୍ତା ପ୍ଲାନ ହେଉଛି ୧୯ ଟଙ୍କିଆ ଡାଟା ପ୍ଲାନ । ଏହି ପ୍ଲାନରେ ୨୦୦ ଏମବି ହାଇସ୍ପିଡ ଡାଟା ଉପଲବ୍ଧ । ଏଥି ସହିତ ଅସୀମ କଲିଂ ମଧ୍ୟ ରହିଛି । ଏହି ପ୍ଲାନର ବୈଧତା ଗୋଟିଏ ଦିନ ରଖାଯାଇଛି ।

ରିଲାଏନ୍ସ ଜିଓ ଫୋନ ପ୍ଲାନ

ଜିଓ ଫୋନ ପାଇଁ କଂପାନୀ ୨୩ ଟଙ୍କିଆ ପ୍ଲାନ ଲଂଚ କରିଛି । ଏହି ପ୍ଲାନରେ ରହିଛି ଅସୀମ କଲିଂ, ଅସୀମ ମେସେଜ ଏବଂ ଅସୀମ ମେସେଜିଂ ସୁବିଧା । ତେବେ ଏହି ପ୍ଲାନର ବୈଧତା ୨ ଦିନ ରହିଛି ।

ଆଇଡିଆ

ଆଇଡିଆ ୧୫ ଟଙ୍କିଆ ବିଶିଷ୍ଟ ଏକ ପ୍ଲାନ ଲଂଚ କରିଛି । ଯେଉଁଥିରେ ୧୦୦ ଏମବି ଡାଟା ମିଳିବା ସହିତ ଲୋକାଲ ଏବଂ ଏସଟିଡି କଲିଂ ୧.୫ ପଇସା ପ୍ରତି ସେକେଣ୍ଡରେ କରିପାରିବେ । ଯାହାର ସମୟସୀମା ରହିଛି ୩୦ ଦିନ ।

ଅନ୍ୟପଟେ ଆଇଡିଆର ୨୨ ଟଙ୍କିଆ ପ୍ଲାନରେ ବି ରହିଛି ଭରପୁର ସୁବିଧା । ଯେଉଁଥିରେ ୫୦ଏମବି ଡାଟା ସୁବିଧା ରହିଛି । ଏଥି ସହିତ ୧.୫ ପଇସା ପ୍ରତି ସେକେଣ୍ଡ ହିସାବରେ ଉଭୟ ଲୋକାଲ ଏବଂ ଏସଟିଡି କଲ୍ କରି ପାରିବେ । ତେବେ ଏହି ପ୍ଲାନର ସମୟସୀମା ୩୦ ଦିନ ରଖାଯାଇଥିବା ବେଳେ କଲ୍ କରିବାର ବୈଧତା ରହିଛି ୬୦ ଦିନ ।

ସେହିପରି ଆଇଡିଆର ୧୭ ଟଙ୍କିଆ ପ୍ଲାନରେ ୧୫ ଦିନ ବୈଧତା ସହିତ ରହିଛି ୨୦୦ଏମବି ଡାଟା । ଏଥିସହିତ ଲୋକାଲ ଏବଂ ଏସଟିଡି କଲିଂ ୧.୨ ପଇସା ପ୍ରତି ମିନିଟ୍ ମୂଲ୍ୟରେ ୯୦ ଦିନ ପର୍ଯ୍ୟନ୍ତ କରିପାରିବେ ।

ଏୟାରସେଲ

ବାକି କଂପାନୀମାନଙ୍କ ଭଳି ଏୟାରସେଲ ମଧ୍ୟ ତାର ଗ୍ରାହକଙ୍କୁ ଭେଟି ଦେଇଛି ୧୪ ଟଙ୍କିଆ ଅଫର ପ୍ଲାନ । ଦୁଇ ଦିନ ବୈଧତା ବିଶିଷ୍ଟ ଏହି ପ୍ଲାନରେ ରହିଛି ୧୦୦ ଏମବି ଡାଟା । ତେବେ ବର୍ତ୍ତମାନ ଏହି ପ୍ଲାନରେ ଭଏସ କଲିଂ ସୁବିଧା ଦିଆଯାଇନାହିଁ ।

ସେହିପରି ଏୟାରସେଲ୍ ନିକଟରେ ବି ଏକ ୨୮ ଟଙ୍କିଆ ପ୍ଲାନ ରହିଛି । ଯେଉଁଥିରେ ୨୫୦ ଏମବି ଡାଟା ରହିଥିବା ସହ ଏହାର ବୈଧତା ୫ ଦିନ । ୧୪ ଟଙ୍କିଆ ପ୍ଲାନ ଭଳି ହିଁ ଏଥିରେ ବି ଭଏସ୍ କଲ ପାଇଁ କୌଣସି ସୁବିଧା ଦିଆଯାଇନାହିଁ ।

ସୌଜନ୍ୟ: ଅମର ଉଜାଲା